Posted inଜାତୀୟ

ସୁଶୀଲଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ, ୧୮ା୫ – ଫେରାର ଥିବା ଅଲିମ୍ପିକ ପଦକ ବିଜେତା ରେସ୍‌ଲର ସୁଶୀଲ କୁମାରଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି ସ୍ଥାନୀୟ କୋର୍ଟ। ଛତ୍ରସାଲ ଷ୍ଟାଡିୟମରେ ଜଣେ ରେସଲରଙ୍କୁ ହତ୍ୟା ଘଟଣାରେ ସୁଶୀଲ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ତାଙ୍କ ବିରୋଧରେ ହତ୍ୟା, ଅପହରଣ ଓ ଆପରାଧିକ ଷଡ଼ଯନ୍ତ୍ର ମାମଲା ଦରଜ ହୋଇଥିବାରୁ ଅତିରିକ୍ତ ସେସନ ଜଜ୍‌ ଜଗଦୀଶ କୁମାର ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

ସୁଶୀଲ ଏକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ। ଅନ୍ୟ କେତେଜଣ ଅଭିଯୁକ୍ତ ଏପର୍ଯ୍ୟନ୍ତ ଗିରଫ ହୋଇ ନାହାନ୍ତି। ତେଣୁ ତାଙ୍କୁ ଜାମିନ ମିଳିପାରିବ ନାହିଁ ବୋଲି ବିଚାରପତି ଦର୍ଶାଇଥିଲେ। ତେବେ ଗିରଫ ହେବା ଭୟରେ ଏହି କିମ୍ବଦନ୍ତୀ ରେସଲର ଗତ ୧୭ରେ ଦିଲ୍ଲୀସ୍ଥିତ ରୋହିଣୀ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ନିଜକୁ ନିର୍ଦ୍ଦୋଷ ଦର୍ଶାଇବା ସହ ତଦନ୍ତ କାର୍ଯ୍ୟରେ ସହାୟତା କରିବା ଲାଗି ସେ ପ୍ରସ୍ତୁତ ଥିବା ଏଥିରେ ଉଲ୍ଲେଖ କରିଥିଲେ।

ଜାତୀୟ ରାଜଧାନୀରେ ଅବସ୍ଥିତ ଛତ୍ରସାଲଷ୍ଟାଡିୟମ ପରିସରରେ ମେ’ ୪ରେ ସୁଶୀଲଙ୍କ ସମେତ ସିନିୟର ରେସଲରଙ୍କ ଆକ୍ରମଣରେ ଯୁବ ରେସଲର ସାଗର ରାଣାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କର ଦୁଇ ସାଥୀ ସୋନୁ ଓ ଅମିତ କୁମାର ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri