ସୁଶାନ୍ତଙ୍କ ରୋଷେୟାଙ୍କ ବଡ଼ ଖୁଲାସା, ଆତ୍ମହତ୍ୟା ପୂର୍ବରୁ ଘରେ ଘଟିଥିଲା ଏପରି କିଛି..

ବମ୍ବେ: ଦିନକୁ ଦିନ ରୋଚକ ମୋଡ଼ ନେଉଛି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ। ପ୍ରଥମେ ନେପୋଟିଜିମ୍‌କୁ ନେଇ ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହା ଷଡଯନ୍ତ୍ର ବୋଲି ଆଭାସ ହେଲାଣି। ଏସବୁ ଭିତରେ ମୁହଁ ଖୋଲିଛନ୍ତି ସୁଶାନ୍ତଙ୍କ ଘରେ ଥିବା ରୋଷେୟା ନୀରଜ ସେମୁଏଲ। ସେ ଉକ୍ତ ଦିନ ଘରେ ଥିଲେ। ସେ ପଙ୍ଖାରେ ସୁଶାନ୍ତଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ଏନେଇ ଭଉଣୀଙ୍କୁ ଜଣାଇବା ପରେ ସେ ମୃତଦେହକୁ ମଧ୍ୟ ପଙ୍ଖାରୁ ଓହ୍ଲାଇଥିଲେ।

ନୀରଜ କହିଛନ୍ତି, ସୁଶାନ୍ତ ଥିବା କୋଠରୀର କବାଟ ବନ୍ଦ ଥିଲା। ତାଙ୍କୁ ଡାକିଲେ ମଧ୍ୟ ସେ ଜବାବ ଦେଉ ନ ଥିଲେ। ନା ଫୋନ୍‌ ଉଠାଉଥିଲେ। ଏହାଦେଖି ସେ ସୁଶାନ୍ତଙ୍କ ଉଭଣୀଙ୍କୁ କଲ୍‌ କରିଥିଲେ। ସେ କହିଥିଲେ ପହଞ୍ଚୁଛି। ହେଲେ କବାଟ ଖୋଲିବାକୁ ଚେଷ୍ଟା କର। ପରେ କବାଟ ଭାଙ୍ଗିବା ଲୋକଙ୍କୁ ଡକାଯାଇଥିଲା। ହେଲେ କବାଟ ଖୋଲାଯାଇପାରି ନ ଥିଲା। ପରେ ସିର୍ଦ୍ଧାର୍ଥ କବାଟ ଭାଙ୍ଗି ଚମକି ପଡ଼ିଥିଲେ। ପରେ ନୀରଜ ଭିତରକୁ ଯାଇ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ସୁଶାନ୍ତଙ୍କୁ ଦେଖିଥିଲେ। ସେତେବେଳକୁ ତାଙ୍କ ଭଉଣୀ ପହଞ୍ଚିଥିଲେ। ସୁଶାନ୍ତଙ୍କ ଛାତିକୁ ଦାବିଥିଲେ। ବେକରୁ ରଶି କାଢ଼ିଥିଲେ। ହେଲେ ଦାଗ ଥିବା ସେ କହିଛନ୍ତି।

ସୁଶାନ୍ତ-ରିୟାଙ୍କ ସମ୍ପର୍କକୁ ନେଇ ସେ କହିଛନ୍ତି ଉଭୟ ଖୁସି ଥିଲେ। ହେଲେ ୟୁରୋପରୁ ଟ୍ରିପ୍‌ କରି ଆସିବା ପରେ ସବୁକିଛି ଠିକ୍‌ ନ ଥିଲା। ଏପରିକି ରିୟା ଲକ୍‌ଡାଉନ୍‌ ବେଳେ ତାଙ୍କୁ ଚାକିରିରୁ ବାହାରି ଯିବାକୁ କହିଥିଲେ। କାରଣ ସେ ଅଳିଆ ଉଠାଉଥିବା ଲୋକଙ୍କ ସହ ମାସ୍କ ନ ପିନ୍ଧି କଥା ହେଉଥିଲେ। ହେଲେ ସୁଶାନ୍ତ ରୋକିଥିଲେ। ଉକ୍ତ ଦିନ ରିୟା ଘରୁ ବାହାରକୁ ଯିବା ପରେ ସୁଶାନ୍ତଙ୍କ ଭଉଣୀ ଆସିଥିଲେ। ଦୁଇରୁ ତିନି ଦିନ ରହିଥିଲେ।

ସୁଶାନ୍ତ ବାନ୍ଦ୍ରା ଫ୍ଲାଟକୁ ଆସିବା ପରେ ସବୁକିଛି ଠିକ୍‌ ଥିଲା। ହେଲେ ରିୟା ବାହାରକୁ ଗଲେ ସୁଶାନ୍ତ ଖାଉ ନ ଥିଲେ। ରିୟାଙ୍କ ଘରକୁ ସିଫ୍ଟ ହେବା ପରେ କିଛି ଚିକିତ୍ସା କରାଯାଉଥିଲା। ହେଲେ କେଉଁଥିପାଇଁ ସେ ଜାଣି ନାହାନ୍ତି। କିଛି ଦିନ ପରେ ରିୟା ତାଙ୍କୁ ଡ୍ରେସ୍‌ ପ୍ୟାକ୍‌ କରିବାକୁ କହିଥିଲେ। ପରେ ଘର ଛାଡ଼ି ଚାଲିଯାଇଥିଲେ। ଜୁନ୍‌ ୧୩ରେ ସେ ରାତ୍ରୀ ଭୋଜନ କରି ନ ଥିଲେ। ସେ ଖାଲି ମ୍ୟାଙ୍ଗୋ ସେକ୍‌ ପିଇଥିଲେ। ଜୁନ୍‌ ୧୪ରେ ନିଜ୍‌ ରୁମ୍‌ରୁ ବାହାରକୁ ଆସିବା ବେଳେ ସାଧାରଣ ଲାଗୁଥିଲେ। ଥଣ୍ଡା ପାଣି ମାଗିଥିଲେ। ଏହା ତାଙ୍କ ସହ ଶେଷ କଥା ଥିଲା। ବ୍ରେକ୍‌ଫାଷ୍ଟ ପରେ ତାଙ୍କୁ କିଛି ପଚାରି ନ ଥିଲେ। ଦ୍ୱିପ୍ରହର ଖାଇବା ନେଇ ପଚାରିବାକୁ ଯିବା ସମୟରେ କିଛି ଜବାବ ସେ ଦେଇ ନଥିଲେ ବୋଲି ନୀରଜ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri