ପିଲାଦିନେ ଏମିତି ଦିଶୁଥିଲେ ସୁଶାନ୍ତ ସିଂ ରାଜପୁତ, ଫଟୋ ଶେୟାର କଲେ ଭଉଣୀ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବର୍ତ୍ତମାନ ରହସ୍ୟ ଘେରରେ। ଏହାକୁ ନେଇ ବିବାଦ ବଢ଼ୁଥିବା ବେଳେ, ଚେର ଲମ୍ବିବାରେ ଲାଗିଛି। ତେବେ ସୁଶାନ୍ତଙ୍କୁ ସର୍ବଦା ମନେ ପକାଉଥିବା ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଆରମ୍ଭରୁ ତାଙ୍କ ଭାଇଙ୍କୁ ନ୍ୟାୟ ଦାବି କରିଆସୁଛନ୍ତି। ଶ୍ୱେତା ସୁଶାନ୍ତଙ୍କ ପିଲାଦିନ ଫଟୋ ଶେୟାର କରିଛନ୍ତି।

ଏହି ଫଟୋରେ ସୁଶାନ୍ତ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହି ଫଟୋ ଉଠାଇଥିବା ବେଳେ ସୁଶାନ୍ତଙ୍କୁ ୧୦-୧୨ ବର୍ଷ ବୟସ ହୋଇଥିବା ଜଣାପଡିଛି। ତାଙ୍କ ଆଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ଏବଂ ଶ୍ୱେତା ମଧ୍ୟ ସେହି ଆଖି ବିଷୟରେ କ୍ୟାପଶନ ଲେଖିଛନ୍ତି। ଶ୍ୱେତା ଲେଖିଛନ୍ତି, ସେହି ଚମକୁଥିବା ଆଖି … ତାଙ୍କ ଭିତରେ ଶୁଦ୍ଧତାର ପ୍ରତିଫଳନ।

https://www.instagram.com/shwetasinghkirti/?utm_source=ig_embed

 

 

Share