ସୁଶାନ୍ତ ସିଂ ରାଜପୁତଙ୍କୁ ଆମେରିକାରୁ ମିଳିଲା ସମ୍ମାନ

ଓ୍ବାଶିଂଟନ, ୧୫।୮: ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହିତ କରିବା ତଥା ଭାରତୀୟ ସିନେମାର ତାଙ୍କର ଅତୁଳନୀୟ ଅବଦାନ ଲାଗି ଆମେରିକାର କାଲିଫର୍ନିଆ ରାଜ୍ୟ ବିଧାନସଭା ବଲିଉଡ୍‌ର ଦିଗଂବତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ସମ୍ମାନିତ କରିଛି। ସୁଶାନ୍ତଙ୍କୁ ଦିଆଯାଇଥିବା ଏହି ସମ୍ମାନ ଆମେରିକାରେ ରହୁଥିବା ତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଗ୍ରହଣ କରିଛନ୍ତି। ଏହି ପ୍ରମାଣପତ୍ରରେ କାଲିଫର୍ନିଆ ରାଜ୍ୟ ବିଧାନସଭା ସୁଶାନ୍ତଙ୍କ ‘ବଲିଉଡ୍‌ ସିନେମାରେ ଅତୁଳନୀୟ ଅବଦାନ’ ଉଲ୍ଲେଖ କରିଛି ଏବଂ ‘ଭାରତର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଚାର ଓ ପ୍ରସାର ପାଇଁ ତାଙ୍କର ପ୍ରୟାସ ଉଦ୍ୟମକୁ’ ପ୍ରଶଂସା କରିଛି। ଭାରତୀୟ ସମ୍ପ୍ରଦାୟର ନେତା ଅଜୟ ଭୁଟୋରିଆ କାଲିଫର୍ନିଆ ରାଜ୍ୟ ବିଧାନସଭାଠାରୁ ଏହି ସମ୍ମାନ ସୁଶାନ୍ତଙ୍କ ଭଉଣୀଙ୍କୁ ପ୍ରଦାନ କରିଥିଲେ। ଏହି ପ୍ରମାଣପତ୍ରକୁ ଧରିଥିବାର ଏକ ଫଟୋ କିର୍ତ୍ତୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଭାରତର ୭୪ତମ ସ୍ବାଧୀନତା ଦିବସ ଅବସରରେ ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କୁ ଆମେରିକାର ମିଳିଥିବା ଏହି ସମ୍ମାନକୁ ଅନେକ ଭାରତୀୟ ପସନ୍ଦ କରିଛନ୍ତି।

Share