Categories: ବାଣିଜ୍ୟ

ସୁଶାନ୍ତ ପଣ୍ଡା ଓଆଇଏର ନୂତନ ସଭାପତି

କଟକ,୨୨।୨: ଓଡ଼ିଶା ଇଣ୍ଡଷ୍ଟ୍ରିଜ ଆସୋସିଏଶନ (ଓଆଇଏ)ର ନୂତନ ସଭାପତି ଭାବେ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ନିଦର୍‌ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏପରିକି ଆଗାମୀ ୨ବର୍ଷ ପାଇଁ ସେ ଏହି ଗୁରୁଦାୟିତ୍ୱ ତୁଲାଇବେ ବୋଲି ଓଆଇଏ ପକ୍ଷରୁ କୁହାଯାଇଛି। ସୋମବାର ଓଆଇଏର ଦ୍ୱିବାର୍ଷିକ ସାଧାରଣ ସଭା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ରାଜେଶ କାନୁନ୍‌ଗୋଙ୍କ ଅଧ୍ୟକ୍ଷତାରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୬ ବର୍ଷ ଧରି ଜଗତପୁର ଶିଳ୍ପାଞ୍ଚଳରେ ଗଢ଼ିଉଠିଥିବା ଏହି ଶିଳ୍ପ ସଂଘ ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ନୂତନ ଉଦ୍ୟୋଗପତି ସୃଷ୍ଟି କରିବାରେ ବ୍ୟାପକ ଭୂମିକା ଗ୍ରହଣ ସାଙ୍ଗକୁ ସହଯୋଗ କରି ଆସିଥିବା ସଂଘର ଅଧ୍ୟକ୍ଷ ଅବନୀ କାନୁନଗୋ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏପରିକି ୨୦୦ରୁ ଅଧିକ ସଭ୍ୟ ଉକ୍ତ କର୍ମକର୍ତ୍ତା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ପଣ୍ଡା ଆଗାମୀ ୨ବର୍ଷ ପାଇଁ ନିଦର୍‌ବନ୍ଦ୍ୱରେ ନିର୍ବାଚିତ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ବ ତୁଲାଉଥିବା ଭବାନୀ ପଣ୍ଡିତ ଘୋଷଣା କରିଥିଲେ। ସେହିପରି ସଂଘର ଉପସଭାପତି ଭାବେ ପୁଷ୍ପା ସାମଲ ଓ ବିନୋଦ ଭୂତ, ସାଧାରଣ ସମ୍ପାଦକ ଭାବେ ଗୌରଗୋପାଳ ସେନ, କାର୍ଯ୍ୟକାରୀ ସମ୍ପାଦକ ଭାବେ ଦେବେନ୍ଦ୍ର ପ୍ରସାଦ ଶର୍ମା, ସମ୍ପାଦକ (ଅର୍ଥ) ଭାବେ କିଶୋର ଚନ୍ଦ୍ର ମହାନ୍ତି, ସଂଗଠନ ସମ୍ପାଦକ ଭାବେ ସଞ୍ଜୟ କୁମାର ଅଗ୍ରଓ୍ବାଲ, କାର୍ଯ୍ୟକାରୀ ସଭ୍ୟ ଅଜୟ କୁମାର ପଣ୍ଡା, ଅନିରୁଦ୍ଧ ପୁହାଣ, ଅଶୋକ କୁମାର ସାହୁ, ବିଭୁଦତ୍ତ ସାମନ୍ତରାୟ, ବିକାଶ ଚନ୍ଦ୍ର ମହାପାତ୍ର, ବିନିତା ଦାସ, ଦେବେନ ରାୟ, ପ୍ରଶାନ୍ତ କୁମାର ମହାପାତ୍ର, ପ୍ରିୟନାଥ ମହାନ୍ତି, ରାମବଲ୍ଲଭ ନାୟକ, ରିତେଶ କୁମାର ସୁରେକା, ରୁଦ୍ରନାରାୟଣ ଆଚାର୍ଯ୍ୟ, ଶୁଭ୍ରକାନ୍ତ ପଣ୍ଡା, ସୁଧାକର ସ୍ବାଇଁ ନିର୍ବାଚିତ ହୋଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିଶନ ଜଣାଇଛନ୍ତି। ଏଥିରେ ଓଆଇଏର ପ୍ରତିଷ୍ଠାତା ସଦସ୍ୟ ମାନସ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ୩୬ ବର୍ଷର ଅନୁଭୂତିକୁ ବର୍ଣ୍ଣନା କରିଥିଲେ।

Share