Posted inଖେଳ

ଲକ୍ଷ୍ନୌ ଦଳରେ ଉନାଡକଟ୍‌ଙ୍କ ସ୍ଥାନରେ ସୂର୍ଯ୍ୟାଂଶ

ଲକ୍ଷ୍ନୌ,୧୯ା୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ ଫ୍ରାଞ୍ଚାଇଜ୍‌ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଆଘାତପ୍ରାପ୍ତ ଅଲରାଉଣ୍ଡର ଜୟଦେବ ଉନାଡକଟ୍‌ଙ୍କ ସ୍ଥାନରେ ମୁମ୍ବାଇ ଯୁବ ଅଲରାଉଣ୍ଡର ସୂର୍ଯ୍ୟାଂଶ ଶେଜ୍‌ଙ୍କୁ ଦଳରେ ସାମିଲ କରିଛି। ନେଟ୍ସରେ ଟ୍ରେନିଂ ବେଳେ ଉନାଡକଟଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା। ଫଳରେ ସେ ଅବଶିଷ୍ଟ ଆଇପିଏଲ୍‌ରୁ ବାଦ୍‌ ପଡ଼ିଥିଲେ। ଦୁଇ ସପ୍ତାହ ପରେ ଉନାଡକଟଙ୍କ ସ୍ଥାନରେ ଜଣେ ଖେଳାଳିଙ୍କୁ ବଦଳ କରାଯାଇଛି। ସୂର୍ଯ୍ୟାଂଶ ୨୦ ଲକ୍ଷ ଟଙ୍କା ବିନିମୟରେ ଲକ୍ଷ୍ନୌ ଦଳରେ ଯୋଗ ଦେଇଛନ୍ତି। ୨୫ ବର୍ଷରୁ କମ୍‌ ରାଜ୍ୟ ଏ’ ଟ୍ରଫିରେ ୮ଟି ଗେମ୍‌ରେ ସେ ୧୮୪ ରନ ସଂଗ୍ରହ କରିବା ସହ ୧୨ ଉଇକେଟ ନେବା ପରେ ୨୦ ବର୍ଷୀୟ ଶେଜ୍‌ଙ୍କୁ ଗତ ସିଜନରେ ମୁମ୍ବାଇର ୧୭ ଜଣିଆ ରଣଜୀ ଦଳରେ ସ୍ଥାନ ମିଳିଥିଲା। ଗତ ମେ’ ୧ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚର ଦ୍ୱିତୀୟ ଓଭରରେ ଆଉଟ ଫିଲ୍ଡରେ ଏକ ବଲ୍‌କୁ ପିଛା କରୁଥିବା ବେଳେ ଲକ୍ଷ୍ନୌ ଦଳର ନିୟମିତ ଅଧିନାୟକ କେ.ଏଲ୍‌. ରାହୁଲଙ୍କର ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା। ଠିକ୍‌ ସେହିଦିନ ଉନାଡକଟ ଆଘାତପ୍ରାପ୍ତ ହୋଇଥିଲେ। ଦ୍ୱିତୀୟ ଆଇପିଏଲ୍‌ ଖେଳୁଥିବା ସୁପର ଜାଏଣ୍ଟ୍ସ ବର୍ତ୍ତମାନ ୧୩ଟି ମ୍ୟାଚରୁ ୧୫ ପଏଣ୍ଟ ସହ ଷ୍ଟାଣ୍ଡିଂରେ ତୃତୀୟ ସ୍ଥାନରେ ଅଛି। ଏହି ଦଳ ଏ ପର୍ଯ୍ୟନ୍ତ ୭ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୫ଟିରେ ପରାଜିତ ହୋଇଛି। ଦଳର ପ୍ଲେଅଫ୍‌ ପାଇଁ ସମ୍ଭାବନା ସୃଷ୍ଟି କରିବାକୁ ହେଲେ ଶନିବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ ଜିତିବା ନିହାତି ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri