Posted inଖେଳ

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳର ନିରାଶାଜନକ ପ୍ରଦର୍ଶନ ପରେ ପ୍ରଶଂସକମାନେ ତାଙ୍କୁ ଦଳକୁ ଫେରାଇ ଆଣିବାକୁ ଦାବି କରୁଛନ୍ତି। ଏହି ସମୟରେ ବିସିସିଆଇ (BCCI) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୂର୍ଯ୍ୟକୁମାରଙ୍କ ପାଇଁ ଦଳର ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ସେ ଏବେ ବି ଟିମ ଇଣ୍ଡିଆକୁ ଫେରିପାରିବେ, କିନ୍ତୁ ଏଥିପାଇଁ ତାଙ୍କ ସାମ୍ନାରେ ଏକ ବଡ଼ ସର୍ତ୍ତ ରହିଛି।

ରିପୋର୍ଟ ଅନୁଯାୟୀ, ଭବିଷ୍ୟତକୁ ନଜରରେ ରଖି ଚୟନକର୍ତ୍ତାମାନେ ସୂର୍ଯ୍ୟକୁମାରଙ୍କୁ ଦଳରୁ ବାଦ ଦେଇ ଏକ ନୂତନ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, “ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ରାସ୍ତା ଏବେ ବି ଖୋଲା ଅଛି। ଯଦି ସେ ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଭଲ ରନ ସ୍କୋର କରନ୍ତି, ତେବେ ତାଙ୍କୁ ପୁଣି ଥରେ ଦଳରେ ସାମିଲ କରାଯିବା ନେଇ ବିଚାର କରାଯାଇପାରେ”। ଅର୍ଥାତ୍‌ ସୂର୍ଯ୍ୟଙ୍କୁ ନିଜର ଫର୍ମ ପ୍ରମାଣିତ କରିବା ପାଇଁ ଘରୋଇ କ୍ରିକେଟ ଏବଂ ଆଇପିଏଲ (IPL) ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବଡ଼ ସ୍କୋର କରିବାକୁ ପଡ଼ିବ। ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ତାଙ୍କ ପ୍ରଦର୍ଶନ ଆଧାରରେ ହିଁ ଦ୍ୱିତୀୟ ସୁଯୋଗ ଦେଇପାରେ।

ପୂର୍ବରୁ ଯୁବରାଜ ସିଂ ଏବଂ ଦିନେଶ କାର୍ତ୍ତିକଙ୍କ ଭଳି ଅନେକ ଖେଳାଳି ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଦମଦାର କମବ୍ୟାକ କରିଥିଲେ। ଏବେ ସୂର୍ଯ୍ୟକୁମାର ମଧ୍ୟ ସେହି ରାସ୍ତା ଆପଣେଇ ପୁଣି ଥରେ ନିଜର ’୩୬୦ ଡିଗ୍ରୀ’ ବ୍ୟାଟିଂ ଜାଦୁ ଦେଖାଇ ଟିମ ଇଣ୍ଡିଆକୁ ଫେରିବେ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଳାସପୂର୍ଣ୍ଣ ଫ୍ଲାଟ କିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଏହି କ୍ରିକେଟର, ଦାମ ଜାଣିଲେ…

ନୂଆଦିଲ୍ଲୀ,୫।୧୧: ଅଜିଙ୍କ୍ୟ ରାହାଣେଙ୍କ ପତ୍ନୀ ରାଧିକା ମୁମ୍ବାଇରେ ମୋଟ ୨୪.୭୫ କୋଟି ଟଙ୍କା ମୂଲ୍ୟର ଦୁଇଟି ଆଲିସାନ ଫ୍ଲାଟ କିଣିଛନ୍ତି। ଆନ୍ତର୍ଜାତୀୟ ଏବଂ ଲିଗ କ୍ରିକେଟରୁ ଅବସର…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ICC ରାଙ୍କିଂରେ ଭାରତର ଦବଦବା, ବଢ଼ିଲା ରେଟିଂ ପଏଣ୍ଟ

ଅକଲାଣ୍ଡ,୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି । ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ୍‌ ପାର୍କରେ ଖେଳାଯାଇଥିବା…

ଆଇପିଏଲ ୨୦୨୭ ପାଇଁ ସିଏସ୍‌କେର ମାଷ୍ଟରଷ୍ଟ୍ରୋକ, ୨ ଖେଳାଳିଙ୍କ ବଦଳରେ ଦଳରେ ସାମିଲ ହେଲେ ଆଉ ୨ ନୂଆ ଷ୍ଟାର ଖେଳାଳି

ନୂଆଦିଲ୍ଲୀ, ୫।୧୧: ଆଇପିଏଲ ୨୦୨୭ ପାଇଁ ସମସ୍ତ ଫ୍ରାଞ୍ଚାଇଜିଙ୍କୁ ନିଜ ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ନଭେମ୍ବର ୧୭ ତାରିଖ ସୁଦ୍ଧା ବିସିସିଆଇକୁ ଦାଖଲ…

ଧନଶ୍ରୀ ଗର୍ଭବତୀ ଥିବାବେଳେ ଚହଲ ହେଇଥିଲେ ଧୋକା! ଭାଇରାଲ ହେଉଛି ଆରଜେ ମହବଶଙ୍କ ଭିଡିଓ

ନୂଆଦିଲ୍ଲୀ,୫।୧୧:ଭାରତୀୟ କ୍ରିକେଟର ଯୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଏଥର ଚର୍ଚ୍ଚାର କାରଣ ହେଉଛି ଆରଜେ…

ବିରାଟଙ୍କ WWE ଅବତାର! ପଡିଆ ମଝିରେ ଏମିତି କରି ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଚିଡାଇଲେ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଇଥିଲା। ଏହି ମ୍ୟାଚରେ ଛାଇ ରହିଥିଲେ ବିରାଟ କୋହଲି। ପ୍ରଥମେ…

ରଣଜୀ ଟ୍ରଫିରେ ବଡ଼ ବିବାଦ, କୋର୍ଟଙ୍କ ରାୟ ପରେ ବଦଳିଗଲା ପୂରା ଟିମ୍‌

ନୂଆଦିଲ୍ଲୀ, ୫।୧୧: ମେଘାଳୟ କ୍ରିକେଟ୍‌ ସଂଘ (MCA)ରେ ଚାଲିଥିବା ବିବାଦର ପ୍ରଭାବ ଏବେ ରଣଜୀ ଟ୍ରଫି ଦଳ ଉପରେ ପଡ଼ିଛି । ନାଗାଲାଣ୍ଡ ବିପକ୍ଷ ପ୍ଲେଟ୍‌ ଡିଭିଜନ୍‌…

ସାରା ତେନ୍ଦୁଲକରଙ୍କ ବିବାହକୁ ନେଇ ଚର୍ଚ୍ଚା: ଝିଅର ଜୀବନସାଥୀକୁ ନେଇ ସଚିନ କହିଲେ…

ମୁମ୍ବାଇ,୫।୧୧: କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସାରା ନିଜ ଜନ୍ମଦିନ ସେଲିବ୍ରେଶନ୍‌ର ଏକ ଭିଡିଓ…

ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତକୁ ଝଟ୍‌କା! ଦଳରୁ ବାଦ୍‌ ପଡିଲେ ଷ୍ଟାର୍‌ ଖେଳାଳି, ପ୍ଲେଇଂ-୧୧ କିଏ ସ୍ଥାନ ପାଇଲେ ଦେଖନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଯାଇଛି। ଉଭୟ ଦେଶ ମଧ୍ୟରେ ମୋଟ ୫ଟି ମ୍ୟାଚ ଖେଳାଯିବ। ପ୍ରଥମ ମୁକାବିଲାରେ ଟିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?