Posted inଖେଳ

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ। ହେଲେ ପାୱାରପ୍ଲେ ଭିତରେ ହିଁ ୪ଟି ଉଇକେଟ ହରାଇ ଦଳ ନିରାଶାଜନକ ଆରମ୍ଭ କରିଥିଲା। ଓପନର ଯୋଡ଼ି ଏବଂ ମଧ୍ୟମ କ୍ରମର ବ୍ୟାଟ୍ସମ୍ୟାନମାନେ ଶୀଘ୍ର ପ୍ୟାଭିଲିୟନ ଫେରିଥିଲେ। ୭୭ ରନ ସ୍କୋରରେ ୬ ଉଇକେଟ ଯିବା ପରେ ଦଳ ଗଭୀର ସଙ୍କଟରେ ପଡ଼ିଥିଲା। ଆମେରିକାର ବୋଲରମାନେ ଅସାଧାରଣ ପ୍ରଦର୍ଶନ କରି ଚାପ ବଢ଼ାଇ ଚାଲିଥିଲେ। ଏହି ସମୟରେ ଏକାକି ଲଢ଼ିଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ।
ସୂର୍ଯ୍ୟକୁମାର ଧୀରେ ଧୀରେ ବ୍ୟାଟିଂ କରି ଇନିଂସକୁ ସ୍ଥିର କରି ଅର୍ଦ୍ଧଶତକ ପୂରଣ କରିଥିଲେ, ଯେଉଁଥିରେ ୭ଟି ଚୌକା ଏବଂ ୧ଟି ଛକା ଥିଲା। ଶେଷଯାଏ ସେ ଅପରାଜିତ ରହି ୪୯ ବଲରେ ୮୪ ରନ କରିଥିଲେ (୧୦ଟି ଚୌକା ଏବଂ ୪ଟି ଛକା)। ଏହାଦ୍ୱାରା ଭାରତ ୨୦ ଓଭରରେ ୯ ଉଇକେଟ ହରାଇ ୧୬୧ ରନ କରିବାରେ ସଫଳ ହୋଇଥିଲା। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩୦ ରନ ମଧ୍ୟ ପାରି ନ ଥିଲେ।

ଏହି ଇନିଂସ ସହିତ ସୂର୍ଯ୍ୟକୁମାର ଭାରତୀୟ ଟିମ ପାଇଁ T୨୦ ବିଶ୍ୱକପ୍‌ରେ ଅର୍ଦ୍ଧଶତକ ମାରିଥିବା ତୃତୀୟ ଅଧିନାୟକ ପାଲଟିଛନ୍ତି। ଏହାପୂର୍ବରୁ ରୋହିତ ଶର୍ମା (୪ ଥର) ଏବଂ ବିରାଟ କୋହଲି(ଥରେ) ହିଁ ଏହି କୀର୍ତ୍ତି ହାସଲ କରିଥିଲେ। ସୂର୍ଯ୍ୟକୁମାର ନିଜର ପ୍ରଥମ T୨୦ ବିଶ୍ୱକପ ମ୍ୟାଚ୍‌ରେ  ଅଧିନାୟକ ଭାବେ ଏହି ଉପଲବ୍ଧି ହାସଲ କରି ଇତିହାସ ରଚିଛନ୍ତି। ଆମେରିକାକୁ ବିଜୟ ପାଇଁ ୧୬୨ ରନ୍‌ର ଟାର୍ଗେଟ ମିଳିଛି। ସୂର୍ଯ୍ୟକୁମାରଙ୍କ ଏହି ଇନିଂସ ଦଳକୁ ଏକ ସମ୍ମାନଜନକ ସ୍କୋର ଦେଇଛି। ଏବେ ବୋଲରମାନଙ୍କ ଉପରେ ଏହି ସ୍କୋରକୁ ଡିଫେଣ୍ଡ କରିବାର ଦାୟିତ୍ୱ ରହିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

ଦେଶବାସୀଙ୍କ ପାଇଁ ଖୁସିଖବର: ଯୁଦ୍ଧ ମଧ୍ୟରେ ଏହି ୫ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୫।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ସରକାର ଦେଶର ଅର୍ଥନୀତି ଏବଂ ସାଧାରଣ ଜନତାଙ୍କୁ ଏହାର ପ୍ରତିକୂଳ…

‘ଯୁଦ୍ଧ ମଧ୍ୟରେ ଆମେରିକାକୁ ମୂଲ୍ୟବାନ ଉପହାର ପଠାଇଲା ଇରାନ’, ଟ୍ରମ୍ପଙ୍କ ବଡ଼ ସୂଚନା, ସାରା ବିଶ୍ୱ ଚକିତ

ଓ୍ବାଶିଂଟନ୍‌,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି ଯାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଟ୍ରମ୍ପ କହିଛନ୍ତି ଯେ…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ଶେଷ କରିବାକୁ ଅଣ୍ଟା ଭିଡ଼ିଲା ପାକିସ୍ତାନ, କିଏ କିଏ ବୈଠକରେ ଯୋଗଦେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ପାକିସ୍ତାନରେ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

ଫସିଗଲେ ଟ୍ରମ୍ପ, ଆହୁରି ଲମ୍ବିପାରେ ଯୁଦ୍ଧ, ଭୟଙ୍କର ଚେତାବନୀ ଦେଲେ ବିଶେଷଜ୍ଞ, କହିଲେ…

ଓ୍ବାଶିଂଟନ୍‌,୨୫।୩: ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ରବର୍ଟ ପେପ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଏକ ଫାଶରେ ଫସି ଯାଇଛନ୍ତି। ତାଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri