Posted inଖେଳ

ବାଜିଲା ମୋହର: ବାପା ହେବାକୁ ଯାଉଛନ୍ତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ପତ୍ନୀ ଦେବିଶାଙ୍କ…

ନୂଆଦିଲ୍ଲୀ,୧୫।୩: ଭାରତୀୟ ଟି-୨୦ ଦଳର ଅଧିନାୟକ ତଥା ବିଶ୍ୱକପ ବିଜୟୀ ହିରୋ ସୂର୍ଯ୍ୟକୁମାର ଯାଦବଙ୍କ ଘରକୁ ଆସିବାକୁ ଯାଉଛି ନୂଆ ଅତିଥି। ଖୁବଶୀଘ୍ର ସୂର୍ଯ୍ୟକୁମାର ବାପା ହେବାକୁ ଯାଉଥିବା ବେଳେ ଏବେ ପତ୍ନୀ ଦେବିଶା ଶେଟ୍ଟୀଙ୍କ ‘ବେବି ସାୱାର୍‌’ ଉତ୍ସବର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ଭିଡିଓରେ ସୂର୍ଯ୍ୟକୁମାର ଏବଂ ଦେବିଶା ଏକ ସୁସଜ୍ଜିତ ହଲ୍‌କୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ସେଠାରେ ବେବି ସାୱାର୍‌ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପରିବାର ଓ ସମ୍ପର୍କୀୟଙ୍କ ଗହଣରେ ଏହି ଖୁସିର ମୁହୂର୍ତ୍ତକୁ ପାଳନ କରୁଛନ୍ତି ଏହି ଦମ୍ପତି। ଦେବିଶା ଗର୍ଭବତୀ ଥିବା ନେଇ ବେଶ କିଛି ଦିନ ହେବ ଚର୍ଚ୍ଚା ଚାଲିଥିବା ବେଳେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏହା ଉପରେ ମୋହର ବାଜିଛି।


ଗତକାଲି ସୂର୍ଯ୍ୟକୁମାର ଯାଦବ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ସହ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ସେମାନେ ଟି-୨୦ ବିଶ୍ୱକପ ଟ୍ରଫି ସହ ଗଣପତି ବାପ୍ପାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଖୁସିର ମୁହୂର୍ତ୍ତର ଭିଡିଓ ମଧ୍ୟ ନ୍ୟୁଜ ଏଜେନ୍ସି ANI ଦ୍ୱାରା ଶେୟାର କରାଯାଇଛି।

ସୂଚନାଯୋଗ୍ୟ, ଭାରତ ନିଜ ଘରୋଇ ମାଟିରେ ଟି-୨୦ ବିଶ୍ୱକପ ଜିତିବାରେ ଦୁନିଆର ପ୍ରଥମ ଦେଶ ହୋଇଛି। ୮ ମାର୍ଚ୍ଚ ୨୦୨୬ରେ ଅନୁଷ୍ଠିତ ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ୨୫୫ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ଦଳ ମାତ୍ର ୧୫୯ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଜସପ୍ରୀତ ବୁମରା ୪ ଉଇକେଟ ନେଇ ’ମ୍ୟାନ ଅଫ ଦି ମ୍ୟାଚ୍‌’ ହୋଇଥିବା ବେଳେ ସଞ୍ଜୁ ସାମସନଙ୍କୁ ’ମ୍ୟାନ୍‌ ଅଫ ଦି ସିରିଜ’ ପୁରସ୍କାର ମିଳିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ମମତାଙ୍କ ମାଷ୍ଟରଷ୍ଟ୍ରୋକ୍‌, କଲେ ବଡ଼ ଘୋଷଣା

କୋଲକାତା,୧୫।୩: ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ମାଷ୍ଟରଷ୍ଟ୍ରୋକ୍‌ ମାରିଛନ୍ତି। ରବିବାର ଏକ ଘୋଷଣା କରି, ସେ କହିଛନ୍ତି ଯେ…

ବାହା ହେବେ ଅନୁଷ୍କା ସେଟ୍ଟୀ, ଜାଣନ୍ତି କିଏ ସେହି ଲକି ବୟ…?

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଅନୁଷ୍କା କେବେ ଏବଂ…

IRGCର ଧମକ: ‘ଜୀବିତ ଥିବା ଯାଏ ପିଛା କରିବୁ…, ସାରା ବିଶ୍ୱରେ ଚାଞ୍ଚଲ୍ୟ

ତେହେରାନ/ଜେରୁଜେଲମ,୧୫।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ମୋଡ଼ ନେଇଛି। ରବିବାର ଇରାନର ଶକ୍ତିଶାଳୀ ସେନା ‘ରିଭୋଲ୍ୟୁସନାରୀ ଗାର୍ଡସ’ (IRGC) ଇସ୍ରାଏଲ…

ଗଛରେ ପିଟି ହେଲା କାର: ଆଖିବୁଜିଲେ ସ୍ତ୍ରୀ, ୨ ପିଲା

ପୋଲସରା,୧୫।୩: ଗଛରେ ପିଟି ହେଲା କାର। ସ୍ତ୍ରୀ ମୃତ, ସ୍ବାମୀ ଓ ୨ ପିଲା ଆହତ। ଏଭଳି ଅଭାବନୀୟ ଘଟଣା ଘଟିଛି ବୁଗୁଡ଼ା ଥାନା ତାକରଡ଼ା ଗାଁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କ୍ରିକେଟର, କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୩: ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରି ବୈଭବ ସୂର୍ଯ୍ୟବଂଶୀ ପୂର୍ବ IPL ସଂସ୍କରଣରେ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ IPLରେ ଦ୍ରୁତତମ ଭାରତୀୟ ଶତକ…

ଋଷିକୂଲ୍ୟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ଆରମ୍ଭ, ବେଳାଭୂମି ସଫେଇ ପାଇଁ…

ଗଞ୍ଜାମ,୧୫ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣା ବନ୍ଧ ନିକଟସ୍ଥ ଋଷିକୂଲ୍ୟା ବେଳାଭୂମିରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି…

ପାକିସ୍ତାନରୁ ଆସିଲା ବଡ଼ ଖବର, ଅବସର ନେଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୫।୩: ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଏବଂ ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପ୍ରାୟ ଦୁଇ ଦଶନ୍ଧି…

ଆମେରିକୀୟ ପ୍ରତିରକ୍ଷା ବ୍ୟବସ୍ଥା ଫେଲ୍‌: ଇରାନୀ ଡ୍ରୋନ୍‌ ମାଡ଼ରେ ୭ ଦେଶ ଥରହର, କାଳ ସାଜିଛି ‘ଶାହେଦ-୧୩୬’

ୱାଶିଂଟନ/ତେହେରାନ,୧୫।୩: ଇରାନର ଡ୍ରୋନ ଆକ୍ରମଣ ଏବେ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଅତ୍ୟାଧୁନିକ ଆମେରିକୀୟ ପ୍ରତିରକ୍ଷା ବ୍ୟବସ୍ଥା (Defense System) କୁ ଚକମା ଦେଇ ଇରାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri