Posted inଖେଳ

ବଡ଼ ରେକର୍ଡ ହାସଲ କଲେ ସୂର୍ଯ୍ୟକୁମାର

ସିଡନୀ,୨୭।୧୦: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଟି-୨୦ ବିଶ୍ୱକପ ୨୦୨୨ରେ ନେଦରଲାଣ୍ଡ୍ସ ବିପକ୍ଷରେ ସୂର୍ଯ୍ୟକୁମାର ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟ ସହିତ ସୁର୍ଯ୍ୟକୁମାର ତାଙ୍କ ରନ ସ୍କୋର କରିଥିଲେ। ଏହି ଇନିଂସ ସହିତ ସେ ତାଙ୍କ ନାମରେ ଏକ ବଡ଼ ରେକର୍ଡ ମଧ୍ୟ କରିଛନ୍ତି।
ଗୋଟିଏ ବର୍ଷରେ ଅନ୍ତର୍ଜାତୀୟ ଟି-୨୦ରେ୨୦୦ରୁ ଅଧିକ ଷ୍ଟ୍ରାଇକ ହାର ସହିତ ପାଞ୍ଚ ଥର ୫୦ କିମ୍ବା ଅଧିକ ରନ ସ୍କୋର କରିଥିବା ସୁର୍ଯ୍ୟକୁମାର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଚଳିତ ବର୍ଷ ସୂର୍ଯ୍ୟ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୩୧ ବଲରୁ ୬୫, ଇଂଲଣ୍ଡ ବିପକ୍ଷରେ ୫୫ ବଲରୁ ୧୧୭, ହଂକଂ ବିପକ୍ଷରେ ୨୬ ବଲରେ ୬୮, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୨ ବଲରୁ ୬୧ ଏବଂ ନେଦରଲାଣ୍ଡ୍ସ ବିପକ୍ଷରେ ୨୫ ବଲରୁ ୫୧ ସ୍କୋର କରିଛନ୍ତି।
ଚଳିତ ବର୍ଷ ଅନ୍ତର୍ଜାତୀୟ ଟି-୨୦ରେ ସୁର୍ଯ୍ୟକୁମାର ସର୍ବାଧିକ ରନ ସ୍କୋରର ଅଟନ୍ତି। ସେ ଚଳିତ ବର୍ଷ ୨୫ଟି ମ୍ୟାଚରେ ହାରାହାରି ୪୧.୨୮ରେ ୮୬୭ ରନ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ ୧୮୪.୮୬ ଥିଲା। ଏହାସହ ସେ ଗୋଟିଏ ଶତକ ଏବଂ ସାତ ଅର୍ଦ୍ଧଶତକ ହାସଲ କରିଛନ୍ତି। ସୂର୍ଯ୍ୟଙ୍କ ପରେ ପାକିସ୍ତାନୀ ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ଦ୍ୱିତୀୟ ସର୍ବାଧିକ ରନ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

‘ହର୍ମୁଜ ପ୍ରଣାଳୀରେ ଆମେରିକା… ’, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ନୂଆ ବାର୍ତ୍ତା ଶୁଣି ଇରାନ ଖୁସିରେ ଗଦ୍‌ଗଦ୍‌

ଓ୍ବାଶିଂଟନ୍‌,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ଦୁଇ ସପ୍ତାହ ପାଇଁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri