Posted inଫୁରସତ

ନୃତ୍ୟବେଳେ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଥାଏ: ମାହେଶ୍ୱରୀ ପ୍ରଧାନ

ପିଲାଟି ଦିନରୁ ସେ ମା’ଙ୍କଠାରୁ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ନେଉଥିଲେ। ଏହି କଳା ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ପରିଚୟ ଦେବା ସହିତ ତାଙ୍କ ପାଇଁ ଆଣିଦେଲା ଅନେକ ସ୍ବୀକୃତି ଓ ସମ୍ମାନ। ସେ ହେଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ମାହେଶ୍ୱରୀ ପ୍ରଧାନ। ସେ କୁହନ୍ତି, ମୋ ବାପା ମିହିର ପ୍ରଧାନ ଜଣେ ଜଣାଶୁଣା ଆଇନଜୀବୀ ଏବଂ ମା’ ମୁକ୍ତିଲତା ପାଲ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ। ସେ ମୋତେ ପିଲାଟି ଦିନରୁ ତାଙ୍କ ସାଥିରେ ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ନେଇକି ଯାଉଥିଲେ। ସେଠାରେ ମା’ ମୋତେ ଶୁଆଇଦେଇ ନୃତ୍ୟ ଅଭ୍ୟାସ କରୁଥିଲେ। ସେହି ସମୟରୁ ହିଁ ଓଡ଼ିଶୀ ନୃତ୍ୟକୁ ଦେଖିଛି, ସଙ୍ଗୀତ ଶୁଣିଛି । ସେତେବେଳେ କିଛି ବୁଝି ନ ପାରିଲେ ବି ଏସବୁ ମତେ ଖୁବ୍‌ ଭଲ ଲାଗୁଥିଲା। ଆଉ ମୋ ଅଜାଣତରେ ଏହି କଳାପ୍ରତି ମୁଁ ଆକର୍ଷିତ ହୋଇଯାଉଥିଲି। ପରବର୍ତ୍ତୀ ସମୟରେ ପାଠପଢା ସହିତ ନୃତ୍ୟ, ସଙ୍ଗୀତ ଓ ଚିତ୍ରାଙ୍କନ ଜାରି ରଖିଲି। ମୋ ପିଲାଦିନର ଗୋଟିଏ ଘଟଣା, ସେତେବେଳେ ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ବାହାର ରାଜ୍ୟରୁ କେତେଜଣ ନୃତ୍ୟଶିଳ୍ପୀ ଆସି ନୃତ୍ୟାଭ୍ୟାସ କରୁଥିଲେ। ସେଦିନ ସେହି ଅତିଥିମାନଙ୍କ ସମ୍ମୁଖରେ ମୁଁ ଏତେ ସୁନ୍ଦର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲି ଯେ, ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। କାରଣ ମୋ ବୟସ ତୁଳନାରେ ନୃତ୍ୟ ପରିବେଷଣର ଶୈଳୀ ଅଧିକ କଷ୍ଟସାଧ୍ୟ ଥିଲା କିନ୍ତୁ ମୁଁ ତାକୁ ଖୁବ୍‌ ସୁନ୍ଦର ଓ ସରଳଭାବେ ପରିବେଷଣ କରିଥିବାରୁ ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା। ଆଉ ସେମାନେ ମୋତେ ଭବିଷ୍ୟତରେ ଭଲ ନାଁ କରିବି ବୋଲି ଆଶୀର୍ବାଦ ଦେଇଥିଲେ। ସେବେଠାରୁ ଆଉ ପଛକୁ ଚାହିଁନି, ସେହି ପଦକ କଥା ମୋତେ ପ୍ରେରଣା ଦେଇଆସୁଛି। ସମୟକ୍ରମେ ସ୍ବର୍ଗତ ଗୁରୁ କେଳୁଚରଣ ମହାପାତ୍ର, ଦୀପକ ବସୁ, ଗୁରୁ ରମଣୀ ରଞ୍ଜନ ଜେନା, ପଣ୍ଡିତ ଭୁବନେଶ୍ୱର ମିଶ୍ର, ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି, ଗୁରୁ ଗଙ୍ଗାଧର ପ୍ରଧାନ, ଡ. ଦାମୋଦର ହୋତାଙ୍କ ସଂସ୍ପର୍ଶରେ ଆସିଥିଲି। କୋଣାର୍କ ମହୋତ୍ସବରେ କୁମ୍‌କୁମ୍‌ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏକ ନୃତ୍ୟନାଟିକା ଅରଣ୍ୟ ଏବଂ ଦୂରଦର୍ଶନରେ ୧୯୯୯ ମହାବାତ୍ୟା ପରେ ‘ବାତ୍ୟା’ ନାମକ ଏକ ନୃତ୍ୟ କାଯର୍‌ୟକ୍ରମରେ ମୋ ମା’ଙ୍କ ସହିତ ଶିଶୁ କଳାକାର ଭାବେ ନୃତ୍ୟ ପରିବେଷଣ କରିଥିଲି। ଓଡ଼ିଶୀ ନୃତ୍ୟରେ ହଂସଧ୍ୱନି, ପଲବୀ ଏବଂ ଅଭିନୟରେ ଗୀତଗୋବିନ୍ଦ ବିଷୟ ଖୁବ୍‌ ଭଲଲାଗେ। ଓଡ଼ିଶାର କଳା ସଂସ୍କୃତି ତଥା ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାର ପ୍ରସାରରେ ଆନନ୍ଦ ମିଳେ। ମୋ ମା’ ଆଚାର୍ଯ୍ୟ ହରିହର କଲେଜର ପୂର୍ବତନ ପ୍ରିନ୍ସିପାଲ। ତେବେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଭାବେ ତାଙ୍କର ଭିନ୍ନ ପରିଚୟ ରହିଛି । ସେ ମୋର ଆଦର୍ଶ । ସେ ମୋର ଗୁରୁ। ମା’ଙ୍କଠାରୁ ମୋ ନାମକରଣ ସମ୍ପର୍କରେ ଏକ କଥା ଶୁଣିଥିଲି ଯେ, ସେ ଯେତେବେଳେ ମୋ ନାମ ଦେବାକୁ ଚାହିଁଥିଲେ ସେତେବେଳେ ଗୁରୁ ଭୁବନେଶ୍ୱର ମିଶ୍ର ସଂଗୀତର ଏକ ନୂଆ ରାଗକୁ ନେଇ ମୋ ନାମ ମାହେଶ୍ୱରୀ ବୋଲି ଦେଇଥିଲେ। ପାଠ ସହ ମୋର ନୃତ୍ୟ ସଙ୍ଗୀତ ସାଧନା ଜାରି ରହିଥିଲା। କଲିକତା ଯାଇ ଇଷ୍ଟର୍ନ ଜୋନାଲ କଲଚରାଲ ସେଣ୍ଟରରେ ଏକାକୀ ଦେବୀନୃତ୍ୟ ପରିବେଷଣ କରିଥିଲି। ୧୪ବର୍ଷରୁ କମ୍‌ ପ୍ରତିଭା ପ୍ରଦର୍ଶନ କରି ସମ୍ମାନିତ ହୋଇଥିଲି। ୨୦୧୩ରେ ଅନ୍ତର୍ଜାତୀୟ ନୃତ୍ୟ ପ୍ରଦର୍ଶନ କରିଥିଲି। ୨୦୧୬ରେ ଜାତୀୟ ବୃତ୍ତି ପାଇଥିଲି। ବିଭିନ୍ନ ସମ୍ମାନ ମଧ୍ୟରେ ସଙ୍ଗୀତ ଭୂଷଣ ରୁନ୍‌ଝୁନ୍‌ ସମ୍ମାନ, ୨୦୧୧ରେ ଓଡ଼ିଶୀ ଗ୍ରୁପ ନୃତ୍ୟରେ ଗିନିଜ ବୁକ୍‌ ବିଶ୍ୱ ରେକର୍ଡ, ନବ ପ୍ରତିଭା, ପ୍ରସାର ଭାରତୀ ଏବଂ ନୃତ୍ୟ ସୃଜନ ଜାତୀୟ ପୁରସ୍କାର ଆଦି ରହିଛି। ଏହାଛଡ଼ା ୨୦୧୫ରେ ଦୂରଦର୍ଶନ ବି ଗ୍ରେଡ୍‌ କଳାକାର ଭାବେ ସ୍ବୀକୃତି ମିଳିଛି। ଇଞ୍ଜିନିୟରିଂ କରିଛି। ଏବେ ଇଷ୍ଟକୋଷ୍ଟ ରେଳ ବିଭାଗ ରେଳସଦନରେ ଅଫିସ ସୁପରିଣ୍ଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରୁଛି। ମୋ ପ୍ରତି ଶାଶୁଘର ଓ ବାପଘର ଏପରିକି ଅଫିସରେ ମଧ୍ୟ ଅନ୍ୟସମସ୍ତଙ୍କ ସହଯୋଗ ରହିଛି। କିନ୍ତୁ ମୋ ପ୍ରତିଭା ବିକାଶରେ ସ୍ବାମୀ ଇନ୍ଦିବର ଏବଂ ଶ୍ୱଶୁର ଅର୍ଜୁନ କୁମାର ବେହେରାଙ୍କ ପ୍ରୋତ୍ସାହନ ରହିଛି। ନୃତ୍ୟ ବେଳେ ସ୍ବର ଓ ତାଳ ସହିତ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଥାଏ। ମୋ ମତରେ ଯିଏ ତାଳ, ଲୟ ଏବଂ ସ୍ବରକୁ ଠିକ୍‌ ଭାବରେ ଜାଣିବ ସେ ଓଡ଼ିଶୀରେ ଭଲ କରିପାରିବ ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri