Categories: ଫୁରସତ

ମୁକେଶ ଅମ୍ବାନୀଙ୍କ ଝିଅ ବାହାଘରର ଗୋଟିଏ କାର୍ଡର ମୂଲ୍ୟ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ: ଖୋଲିଲେ ଶୁଭୁଥିଲା ଏମିତି

ପ୍ରସିଦ୍ଧ ବ୍ୟକ୍ତିଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଏହାର ଏକ ବିଶେଷ କାରଣ ହେଉଛି ସେମାନଙ୍କ ବିବାହ ସମାରୋହ ବହୁତ ବିଳାସପୂର୍ଣ୍ଣ। ବିବାହରେ ନିମନ୍ତ୍ରଣ କାର୍ଡର ବିଶେଷ ଭୂମିକା ଅଛି। ଯାହାକୁ ପ୍ରସ୍ତୁତି କରିବା ପାଇଁ ଜଣେ ଜଣେ ହଜାରେରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। ସେହିମାନଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି ଅମ୍ବାନୀ ପରିବାର। ତାଙ୍କ ପରିବାରରେ ହେଉଥିବା ବିବାହ ପ୍ରାୟ ଚର୍ଚ୍ଚାରେ ରହିଥାଏ।

ଇଶା ଅମ୍ବାନୀ ଏବଂ ଆନନ୍ଦ ପିରାମଲ
ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଝିଅ ଇଶାଙ୍କ ବିବାହ କାର୍ଡର ମୂଲ୍ୟ ତିନି ଲକ୍ଷ ଟଙ୍କା ବୋଲି କୁହାଯାଉଛି। କାର୍ଡଟି ଏକ ବାକ୍ସ ପରି ଦେଖାଯାଉଥିଲା ଏହାକୁ ଖୋଲିବା ସମୟରେ ଗାୟତ୍ରୀ ମନ୍ତ୍ର ବାଜୁଥିଲା। ଏହି କ୍ରିମ ରଙ୍ଗର କାର୍ଡକୁ ଫୁଲରେ ସଜାଯାଇଥିଲା। ଯେଉଁଥିରେ ଇଶା ଏବଂ ଆନନ୍ଦଙ୍କ ନାମର ପ୍ରଥମ ଅକ୍ଷର ଥିଲା।

Share