Posted inଜାତୀୟ

କାଲି ନେଇଥିଲେ ଶପଥ, ଆଜି ମନ୍ତ୍ରୀପଦ ଛାଡ଼ିବାକୁ ଚାହୁଁଛନ୍ତି ଭାଜପାର ଏହି ଏମ୍‌ପି

ନୂଆଦିଲ୍ଲୀ, ୧୦ା୬: କେରଳରେ ଭାଜପାର ପ୍ରଥମ ଏମ୍‌ପି ସୁରେଶ ଗୋପୀ ରବିବାର କେନ୍ଦ୍ର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲା ବେଳେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବାର ସମ୍ଭାବନା ରହିଛି। ଶପଥ ଗ୍ରହଣ ସମାରୋହ ପରେ ଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ”ସେ ମନ୍ତ୍ରୀ ପଦ ମାଗି ନଥିଲେ ଏବଂ ଖୁବ୍ ଶୀଘ୍ର ତାଙ୍କୁ ପଦବୀରୁ ମୁକ୍ତ କରାଯିବ ବୋଲି ଆଶା ରହିଛି।”

ପ୍ରକୃତରେ, ତାଙ୍କ ମନ୍ତ୍ରୀ ପଦ ଛାଡିବାର କାରଣ ବିଷୟରେ ସେ କହିଛନ୍ତି ଯେ ମୁଁ ଅନେକ ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଛି ଏବଂ ତାଙ୍କୁ ତାହା କରିବାକୁ ହେବ। ସୁରେଶ ଗୋପୀ କହିଛନ୍ତି ଯେ ମୁଁ ଥ୍ରୀସୁର ସାଂସଦ ଭାବରେ କାର୍ଯ୍ୟ କରିବି। ଥ୍ରୀସୁର ସଂସଦୀୟ ନିର୍ବାଚନମଣ୍ଡଳୀରୁ ସୁରେଶ ଗୋପୀ ଜିତି କେରଳର ପ୍ରଥମ ଭାଜପା ଏମ୍‌ପି ଭାବରେ ଇତିହାସରେ ତାଙ୍କ ନାମ ଲେଖିଛନ୍ତି। ସୁରେଶ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ) ପ୍ରାର୍ଥୀ ଭି ଏସ୍ ସୁନୀଲ କୁମାରଙ୍କୁ ୭୪୬୮୬ ଭୋଟରେ ପରାସ୍ତ କରିଛନ୍ତି।

ସୁରେଶ କହିଛନ୍ତି, ” ମୋର ଉଦେଶ୍ୟ ଏମ୍‌ପି ଭାବେ କାମ କରିବା । ମୁଁ କିଛି ମାଗିନାହିଁ, ମୁଁ କହିଥିଲି ମୋତେ ଏହି ପଦବୀ ଆବଶ୍ୟକ ନାହିଁ। ମୋତେ ଲାଗୁଚି ମୁଁ ଏହି ପଦବୀରୁ ଖୁବଶୀଘ୍ର ମୁକ୍ତି ପାଇବି। ଥ୍ରୀସୁର ଭୋଟରଙ୍କର କୌଣସି ଅସୁବିଧା ନାହିଁ। ସେମାନେ ଏହା ଜାଣନ୍ତି ଏବଂ ଜଣେ ଏମ୍‌ପି ଭାବେ ମୁଁ ଭଲ କାମ କରିପାରିବି। ମୋତେ କୌଣସି ପରିସ୍ଥିତିରେ ମୋର ଫିଲ୍ମ କରିବାର ଅଛି।”


Enter your email to get our daily news in your inbox.

All Right Reserved By Dharitri.Com

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri