ସୁରେନ୍ଦ୍ର ବଲାଙ୍ଗୀର ଲୋକ ସଭା ବିଜେଡି ପ୍ରାର୍ଥୀ

ବଲାଙ୍ଗୀର/ସଇଁତଳା,୪ା୪(ବୀରେନ୍ଦ୍ର କୁମାର ଝାଙ୍କର/ରାଖାଲ ପ୍ରସାଦ ଶତପଥୀ)କିଛିଦିନର କଳ୍ପନାଜଳ୍ପନାର ଅବସାନ ଘଟାଇ ବୁଧବାର ବିଜେଡି ପକ୍ଷରୁ ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ ଘୋଷଣା କରାଯାଇଛି। କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ଦଳ ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛି। ଏହି ଘୋଷଣା ପରେ ଧରିତ୍ରୀର ପୂର୍ବନୁମାନ୍‌ ସତ ହୋଇଛି। ସୁରେନ୍ଦ୍ରଙ୍କୁ ବିଜେଡି ଲୋକ ସଭା ପ୍ରାର୍ଥୀ ଘୋଷଣା ପରେ ସଇଁତଳା ଅଞ୍ଚଳରେ ତାଙ୍କ ସମର୍ଥକମାନେ ଖୁସି ବ୍ୟକ୍ତ କରିଛନ୍ତି। ସମର୍ଥକ ମାନେ ବାଣ ଫୁଟାଇ ଓ ମିଷ୍ଠାନ୍ନ ବଣ୍ଟନ କରିଥିଲେ। ପ୍ରାର୍ଥୀ ଘୋଷଣା ହେବା ପରେ ସୁରେନ୍ଦ୍ର ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ଜନାଭିମୁଖୀ କାର୍ଯ୍ୟକ୍ରମ, ଲୋୟର ସୁକତେଲ ପ୍ରକଳ୍ପ, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାରେ ବିଭିନ୍ନ ନଦୀ ଉପରେ ପୋଲ ନିର୍ମାଣ, ରାସ୍ତା ନିର୍ମାଣ ଭଳି ଅନେକ ଉନ୍ନୟନ କାର୍ଯ୍ୟପାଇଁ ଭୋଟରମାନେ ବିଜେଡି ଆଡ଼କୁ ମୁହାଇଁଛନ୍ତି ବୋଲି ସିଂଭୋଇ କହିଛନ୍ତି। ଉଭୟ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର ଭୋଟରମାନେ ତାଙ୍କୁ ନିଶ୍ଚିତ ଭାବେ ସମର୍ଥନ କରିବେ ବୋଲି ସେ ଆଶା ପୋଷଣ କରିଥିଲେ। ସୁରେନ୍ଦ୍ର ସିଂଭୋଇଙ୍କୁ ପ୍ରାର୍ଥୀ କରାଯିବା ପରେ ଜିଲାର ଆଦିବାସୀ ସମ୍ପ୍ରଦାୟ, ବିଜେଡି ସମର୍ଥକ, କର୍ମୀ ଏବଂ ବିଶେଷକରି ପୁରୁଣା କଂଗ୍ରେସ କର୍ମୀଙ୍କୁ ସମର୍ଥନ ବଢ଼ିବ ବୋଲି ଆକଳନ କରାଯାଉଛି। ଏଭଳିକି ସୁରେନ୍ଦ୍ରଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଟିଟିଲାଗଡରେ ବିଧାୟିକା ପ୍ରାର୍ଥୀ ତଥା ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗଡ ଆହୁରି ଶକ୍ତିଶାଳୀ ହେଲା ବୋଲି ଆକଳନ କରାଯାଉଛି। ସୁରେନ୍ଦ୍ରଙ୍କୁ ପ୍ରାର୍ଥୀ ଘୋଷଣା ପରେ ଟିଟିଲାଗଡ଼ ବିଧାୟିକାଙ୍କ ବ୍ଲକ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ରାଜ କିଶୋର ଡ଼ାଙ୍ଗ, ସୁରେନ୍ଦ୍ର ସାହୁ, ରାଜା ସାହୁ, ଅମିତ ରଥ, ସଇଁତଲା ବ୍ଲକ ସାମ୍ବାଦିକ ସଂଘ ସଭାପତି ତରୁଣ ବେହେରା, ସରୋଜ ସାହୁ, ରାଜା ଅଗ୍ରୱାଲ, ଅସୀମ ବେହେରା, ଉମେଶ ସାହୁ, ଚନ୍ଦ୍ର ଚନ୍ଦନ, ଗଦାଧର ସାହୁ, ଶିବ ସାହୁ, ତପନ ଦାସ, ଶେଷଦେବ ଜାନୀ, ଡ଼ିକି କୁଅଁର, ଓକିଲ ସଂଘ ସଭାପତି ସୁବୋଧ କୁମାର ମିଶ୍ର, କିଶାନ ପଟ୍ଟନାୟକ, ସମାଜସେବୀ ମଦନଲାଲ ଅଗ୍ରୱାଲ, ରୋହିତ ମହାନନ୍ଦଙ୍କ ସମେତ ଶତାଧିକ ସମର୍ଥକ ସିଂଭୋଇଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri