Posted inଜାତୀୟ

କଂଗ୍ରେସ ନେତ୍ରୀଙ୍କ ସହ ଦାଉଦ ଇବ୍ରାହିମ୍‌! ଜଣାପଡିଲା ସତ

ନୂଆଦିଲ୍ଲୀ,୧୪।୭: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌। ଆତଙ୍କବାଦୀ ଲିଙ୍କ୍‌ ଠାରୁ ଆରମ୍ଭ କରି ମୁମ୍ବାଇର ତାଜ୍‌ ଆଟାକ୍‌ ଯାଏଁ ସବୁଠି ରହିଛି ଦାଉଦଙ୍କର ହାତ। ଗୁରୁତର ଆପରାଧିକ ମାମଲାର ଅଭିଯୁକ୍ତ ଦାଉଦ କେବଳ ଭାରତ ପାଇଁ ନୁହେଁ ସାରା ବିଶ୍ୱ ପାଇଁ ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ।ତେବେ ଦାଉଦଙ୍କ କଥା ଆମେ ଏଠି କାହିଁକି ଉଠାଇଲେ ଆପଣ ନିଶ୍ଚେ ଭାବୁଥିବେ। ଏଠାରେ କହି ରଖୁଛୁ ଦାଉଦଙ୍କ ସହ ଜଣେ ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋଟି ଦେଖି ୟୁଜର୍ସ ମହିଳାଙ୍କୁ କଂଗ୍ରେସର ମୁଖପାତ୍ର ସୁପ୍ରିୟା ଶ୍ରୀନେତ ବୋଲି କହିଛନ୍ତି। ଏନେଇ ଜାତୀୟ ରାଜନୀତି ସରଗରମ ରହିଥିବାବେଳେ ଫଟୋରେ ଥିବା ପ୍ରକୃତ ମହିଳା ମୁହଁ ଖୋଲିଛନ୍ତି।


ସେ ହେଉଛନ୍ତି ଭେଟେରାନ ସାମ୍ବାଦିକା ଶିଲା ଭଟ୍ଟ। ଆଇନକୁ ଧରାଛୁଆଁ ଦେଇ ନ ଥିବା ଦାଉଦ ଜଣେ ସାମ୍ବାଦିକାଙ୍କୁ ସାକ୍ଷାତକାର ଦେଇଥିଲେ। ଥରେ ନୁହେଁ ସାମ୍ବାଦିକାଙ୍କୁ ସେ ବହୁଥର ସାକ୍ଷାତକାର ଦେଇଛନ୍ତି।
ଦାଉଦଙ୍କ ସହ ସାକ୍ଷାତକାର ନେଉଥିବାର ଏକ ପୁରୁଣା ଫୋଟକୁ ଶିଲା ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କେବଳ ଦାଉଦ ନୁହେଁ ଏହି ସାହାସୀ ସାମ୍ବାଦିକା ଜଣକ ଅଣ୍ଡରଗ୍ରାଉଣ୍ଡ ଡନ୍‌ ଜର୍ଣ୍ଣେଲ ସିଂ ଭୀନ୍ଦ୍ରନୱାଲେ, ଛୋଟା ରାଜନ, ଭରାଦରାଜନ ମୁଦାରଲିୟାର, ୟୁସୁଫ ପଟେଲ ହାଜି ମସ୍ତାନ, ଅରୁଣ ଗାୱଲିଙ୍କୁ ଭେଟିଛନ୍ତି। ତେବେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶିଲା କହିଛନ୍ତି, ଦାଉଦଙ୍କୁ ଭେଟିବା ସମୟରେ ସେ ଜଣେ ଛୋଟ ଅପରାଧୀ ଥିଲେ। ଦାଉଦ ତାଙ୍କୁ ଭାରତ ଏବଂ ଦୁବାଇରେ ସାକ୍ଷାତକାର ଦେଇଛନ୍ତି।

୧୯୮୮ରେ ତାଙ୍କର ଦାଉଦଙ୍କ ସହ ପ୍ରଥମ ସାକ୍ଷାତକାର ହୋଇଥିଲା। ଦାଉଦଙ୍କୁ ଭେଟିବାକୁ ସେ ଦୁବାଇ ଯାତ୍ରା କରିଥିଲେ। ମୁମ୍ବାଇ ସିରିଏଲ ବିସ୍ଫୋରଣ ସମେତ ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ସେ ପଚାରି ବୁଝିଥିଲେ।
ଶିଲା କହିଛନ୍ତି, ୧୯୭୦ମସିହାରେ ସେ ମାଫିଆ ଡନ କରିମ ଲାଲାଙ୍କୁ ଭେଟିଥିଲେ। ଯାହାର ଫଟୋ ଚିତ୍ରଲେଖା ପତ୍ରିକାରେ ପ୍ରକାଶ ପାଇଥିଲା। ଫଟୋ ଦେଖି ଦାଉଦଙ୍କ ନଜର ଶିଲାଙ୍କ ଉପରେ ପଡିଥିଲା। ଯେଉଁଥିପାଇଁ ତାଙ୍କୁ ସେ ସାକ୍ଷାତ କରିଥିଲେ।ମୁମ୍ବାଇର ମହମ୍ମଦ ଅଲି ରୋଡରେ ଥିବା ଏକ ସରକାରୀ ରିମାଣ୍ଡ ଘରେ କରିମ ଲାଲା ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ବହୁ ଯୁବତୀ ଉତ୍ପୀଡନର ଶିକାର ହୋଇଥିଲେ। ତେବେ ତାଙ୍କ ବିରୋଧରେ ଦାଉଦ ସାମ୍ବାଦିକା ଶିଲାଙ୍କୁ ରିପୋର୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ।

ଏହି ସାକ୍ଷାତକାର ପରେ ଶିଲା ତାଙ୍କ ସ୍ବାମୀଙ୍କ ସହ ଦାଉଦଙ୍କ ଭେଟିବାକୁ ଯାଇଥିଲେ।
ଶିଲା କହିଛନ୍ତି, ପ୍ରଥମେ ମୋତେ ଓ ମୋ ସ୍ବାମୀଙ୍କୁ ମୁମ୍ବାଇର ଜେଲ ରୋଡ ସ୍ଥିତ ଟ୍ୟାଙ୍କର୍‌ ଷ୍ଟ୍ରିଟକୁ ଡକାଯାଇଥିଲା। ତାପରେ ଆମକୁ ଏକ କଳା ରଙ୍ଗର କାର୍‌ରେ ପାକ୍‌ମୋଡିଆ ଷ୍ଟ୍ରିଟ୍‌କୁ ନିଆଯାଇଥିଲା। ସେଠାରେ ଦୁହେଁ ଦାଉଦଙ୍କୁ ଭେଟିଥିଲୁ।

ଏହାର କିଛି ବର୍ଷ ପରେ ଶିଲା ବାରୋଡା ଜେଲରେ ପୁନର୍ବାର ଡନ୍‌ ଦାଉଦ୍‌ଙ୍କୁ ଭେଟିଥିଲେ। ଦାଉଦଙ୍କୁ ଭେଟିବା ପାଇଁ ସେ ବରୋଦା ଜେଲକୁ ଯାଇଥିଲେ। ଜେଲ୍‌ରେ ଦାଉଦ ଫୁଟବଲ ଖେଳୁଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ ବୋଲି କହିଛନ୍ତି।
ଶିଲା କହିଛନ୍ତି, ସାକ୍ଷାତାରରେ ଦାଉଦ ମୁମ୍ବାଇର ମାଫିଆ ଡନ୍‌ କରିଲ ଲାଲାଙ୍କ ସହଯୋଗୀ ତଥା ତାଙ୍କ ବ୍ୟବସାୟକୁ ଦେଖାଶୁଣା କରୁଥିବା ଆଲାମଜେବଙ୍କୁ ଟାର୍ଗେଟ କରିଛନ୍ତି ବୋଲି କହିଥିଲେ। ଯାହାକୁ ନେଇ ଶିଲା ଏକ ରିପୋର୍ଟ ପ୍ରକାଶ କରିଥିବା କହିଛନ୍ତି। ଖବର ପ୍ରକାଶ ହେବାର କିଛି ସମୟ ପରେ ଆଲାମଜେବଙ୍କ ମୃତ୍ୟୁ ହୋଇଥିଲା ବୋଲି ଶିଲା ପ୍ରକାଶ କରିଛନ୍ତି।

ଏହି ସାକ୍ଷାତକାରର ୨ରୁ ୩ବର୍ଷ ଯାଏଁ ଦାଉଦଙ୍କ ସହ କୌଣସି ସମ୍ପର୍କ ନ ଥିଲା। ତେବେ ୧୯୮୭ମସିହାରେ ଦାଉଦ ଶିଲାଙ୍କୁ ଭେଟିବା ପାଇଁ ଦୁବାଇ ଡକାଇଲେ। ଦାଉଦଙ୍କୁ ଭେଟି ସେ ଡ୍ରଗ୍ସ କାରବାର ବିଷୟରେ ପଚାରିଥିଲେ।
ଦାଉଦଙ୍କୁ ଭେଟିବା ପାଇଁ ତାଙ୍କୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ଦୁବାଇରେ ଦାଉଦଙ୍କୁ ଭେଟିବା ପାଇଁ ସେତେବେଳେ ସମୟରେ ସେ ୩୫୦୦ଟଙ୍କା ଖର୍ଚ୍ଚ କରିଥିଲେ।

ତେବେ ଏହି ସାକ୍ଷାତକାର ପାଇଁ ଶିଲାଙ୍କୁ ବହୁ ସମସ୍ୟା ହୋଇଥିଲା। ତିନଦିନ ପରେ ସେ ଦାଉଦଙ୍କ ସାକ୍ଷାତକାର ନେଇଥିଲେ। ଏହି ସାକ୍ଷାତକାରକୁ ଟେପ୍‌ ରେକର୍ଡିଂ ନ କରିବାକୁ ଦାଉଦ ମନା କରି ଦେଇଥିଲେ।
ସାକ୍ଷାତକାରରେ ଦାଉଦ ଆଲାମଜେବଙ୍କୁ ହତ୍ୟା କରିଥିବା ସ୍ବୀକାର କରଥିଲେ। ଶିଲା କହିଛନ୍ତି, ଦାଉଦ ହତ୍ୟ ପାଇଁ ଅନୁତାପ କରିଥିଲେ। କିନ୍ତୁ ଆଲାମଜେବଙ୍କୁ ନ ମାରିଥିଲେ ସେ ଦାଉଦଙ୍କୁ ହତ୍ୟା କରିଥା’ନ୍ତେ ବୋଲି ଶିଲାଙ୍କୁ କହିଥିଲେ।
ଶିଲା କହିଛନ୍ତି, ଦାଉଦ ତାଙ୍କୁ ବହୁତ ବିଶ୍ୱାସ କରୁଥିଲା। କାରଣ ସେ ଦାଉଦର ପ୍ରତିଟି ଅପରାଧକୁ ନିରପେକ୍ଷ ଭାବେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri