Categories: ବାଣିଜ୍ୟ

ସୁପ୍ରିମୋର ଏକ୍ସକ୍ଲୁସିଭ ଶୋ’ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୮।୧୧:ଦେଶର ପ୍ରମୁଖ ମଡ୍ୟୁଲ୍‌ଡ ଫର୍ନିଚର ଇଣ୍ଡଷ୍ଟ୍ରିଜ୍‌ ‘ସୁପ୍ରିମୋ ଫର୍ନିଚର’ର ୬ଷ୍ଠ ଏକ୍ସକ୍ଲୁସିଭ ଶୋ’ରୁମ୍‌ ଓଡ଼ିଶା ବଜାରରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ସ୍ବୀକୃତିପ୍ରାପ୍ତ ଡିଲର ସ୍ଥାନୀୟ ବାପୁଜୀନଗର ଏମ୍‌ଏସ୍‌ ଫର୍ନିଚର ହାଉସ ଜରିଆରେ କମ୍ପାନୀର ଏହି ନୂତନ ଆଉଟ୍‌ଲେଟ୍‌ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ସୁପ୍ରିମୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଫର୍ନିଚର ଡିଭିଜନ)ର ବରିଷ୍ଠ ସାଧାରଣ ପରିଚାଳକ ମୁକେଶ କୌଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ଓଡ଼ିଶା ମୁଖ୍ୟ ତ୍ରିନାଥ ମହାନ୍ତି, ଏରିଆ ମ୍ୟାନେଜର ସାଇଶଙ୍କର ମହାନ୍ତିଙ୍କ ସମେତ ଏମ୍‌ଏସ୍‌ ଫର୍ନିଚର ହାଉସ୍‌ର ବରିଷ୍ଠ କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share