Posted inଖେଳ

କେନ୍ଦ୍ରର ହସ୍ତକ୍ଷେପ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୮ା୮(ପି.ଟି): ତୃତୀୟ ପକ୍ଷ ହସ୍ତକ୍ଷେପ କାରଣରୁ ଭାରତୀୟ ଫୁଟବଲ ସଂଘ (ଏଆଇଏଫଏଫ୍‌)କୁ ଫିଫା ବାସନ୍ଦ କରିଛି। ବୁଧବାର ଏହି ମାମଲାର ଶୁଣାଣି ଥିଲା। ମାତ୍ର ସରକାର ଏବଂ କମିଟି ଅଫ୍‌ ଆଡମିନିଷ୍ଟ୍ରେଟର୍ସ (ସିଓଏ) ସହିତ ଫିଫା ପକ୍ଷରୁ ଆଲୋଚନା ଚାଲିଥିବା କାରଣରୁ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣିକୁ ଆସନ୍ତା ଅଗଷ୍ଟ ୨୨ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ତେବେ ଭାରତରେ ଯେପରି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଆୟୋଜନ ହୋଇପାରିବ ଏବଂ ଏଆଇଏଫଏଫ ଉପରୁ ବାସନ୍ଦ ଉଠିବ ସେଥିନେଇ କେନ୍ଦ୍ର ସକ୍ରିୟ ଭୂମିକା ଗ୍ରହଣ କରୁବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୂଡ, ଏ. ଏସ୍‌. ବୋପାନ୍ନା ଏବଂ ଜେ. ବି. ପରିଦଓ୍ବାଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଅନୁରୋଧ କାରଣରୁ କୋର୍ଟ ସୋମବାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ମେହେଟ୍ଟାଙ୍କ ପ୍ରଦତ୍ତ ସୂଚନା ଅନୁସାରେ ସରକାର, ସିଓଏ ଏବଂ ଫିଫା ଅଧିକାରୀଙ୍କ ମଧ୍ୟରେ ଦୁଇ ରାଉଣ୍ଡର ବୈଠକ ଅନୁଷ୍ଠିତ ହୋଇସାରିଛି। ଏହି ବୈଠକ ପରେ ଭାରତରେ ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଆୟୋଜନର ସମ୍ଭାବନା ବୃଦ୍ଧି ପାଇଛି। ଏପରି ସମୟରେ କୋର୍ଟଙ୍କ କୌଣସି ବି ଶବ୍ଦ ବିଶ୍ୱକପ ଆୟୋଜନର ସମ୍ଭାବନାକୁ ପ୍ରଭାବିତ କରିପାରେ। ଏହା କହିବା ସହିତ କୋର୍ଟଙ୍କ ନିକଟରୁ ସୋମବାର ପର୍ଯ୍ୟନ୍ତ ସମୟ ମାଗିଥିଲେ ମେହେଟ୍ଟା। ଖଣ୍ଡପୀଠ ବିଶ୍ୱକପ୍‌ ଆୟୋଜନକୁ ଗୁରୁତ୍ୱର ସହିତ ନେଇ ସମୟ ମଧ୍ୟ ପ୍ରଦାନ କରିଥିଲେ।
ଭାରତରେ ମହିଳା ବିଶ୍ୱ କପ୍‌ ଆୟୋଜନ ଏକ ବଡ ଉପଲବ୍ଧି ଏବଂ କୋର୍ଟ ମଧ୍ୟ ଚାହିଁବେ କି ଏହା ଆୟୋଜନ ହେଉ। ଏହା କେବଳ ଦେଶ ପାଇଁ ନୁହେଁ ବରଂ ଦେଶର କ୍ରୀଡାବିତ୍‌ମାନଙ୍କ ପାଇଁ ମଧ୍ୟ ସୁବର୍ଣ୍ଣ ସୁଯୋଗ ବୋଲି ସେ କହିଥିଲେ। ସରକାରଙ୍କୁ ଏନେଇ ଆବଶ୍ୟକ ଥିବା ସମସ୍ତ ସୁବିଧା ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି। ଯଦି କୋର୍ଟ ବାହାରେ ଏହି ମାମଲାର ସମାଧାନ ହୋଇ ପାରୁଛି ଏହା ଅତ୍ୟନ୍ତ ଖୁସିର କଥା ବୋଲି ଖଣ୍ଡପୀଠ ପ୍ରକାଶ କରିଛନ୍ତି।
ତେବେ ସିଓଏଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ରାହୁଲ ମେହେରା ପ୍ରଫୁଲ୍ଲ ପଟେଲ ଓ ଅନ୍ୟମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ରାହୁଲ କହିଥିଲେ, ଫିଫାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥିତ ରହିଥିବା ପ୍ରଫୁଲ୍ଲ ନିଜ ପଦର ଫାଇଦା ଉଠାଉଛନ୍ତି। ସିଓଏ ହାତକୁ ପରିଚାଳନା ଭାର ଯିବା ସହିତ ଅନେକ ରାଜ୍ୟ ସଂଘ ଏବଂ ପ୍ରଫୁଲ୍ଲ ପଟେଲଙ୍କ ହାତରୁ ଶାସନ ଡୋରି ଚାଲିଯାଇଥିଲା। ତେଣୁ ପ୍ରତିଶୋଧ ପରାୟଣ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ପ୍ରୟାସ କରାଯାଉଛି। ଫିଫାରୁ ସେମାନଙ୍କୁ ଅପସାରଣ କରାଯିବା ଉଚିତ ବୋଲି ସେ କୋର୍ଟଙ୍କ ସମ୍ମୁଖରେ ଯୁକ୍ତି ରଖିଥିଲେ।
ଅନ୍ୟ ଏକ ପକ୍ଷରୁ ଲଢୁଥିବା ପ୍ରଶାନ୍ତ ଭୂଷଣ ବିସିସିଆଇର ଉଦାହରଣ ଦେଇଥିଲେ। ସମ୍ବିଧାନ ସଂଶୋଧନ ସମୟରେ ଏହିଭଳି ଚାପ ପଡୁଥିଲେ ହେଁ କୋର୍ଟ କଡା ପଦକ୍ଷେପ ଗ୍ରହଣ କରିଥିଲେ। ବର୍ତ୍ତମାନ ମଧ୍ୟ ସମାନ ଢଙ୍ଗରେ ନିଷ୍ପତ୍ତି ନେବାର ସମୟ ଆସିଛି ବୋଲି ସେ ଯୁକ୍ତି କରିଥିଲେ। ବରିଷ୍ଠ ଓକିଲ ଗୋପାଳ ଶଙ୍କର ନାରାୟଣନ ଗୋକୁଳମ କେରଳ ପାଇଁ ଯୁକ୍ତି ବାଢିଥିଲେ। କେରଳର ଏହି କ୍ଲବର ଖେଳାଳିମାନେ ଉଜବେକିସ୍ତାନରେ ରହିଥିବା ବେଳେ ଫିଫାର ଏହି ବ୍ୟାନ୍‌ କାରଣରୁ ଟୁର୍ନାମେଣ୍ଟ ଖେଳିବା ଉପରେ ଅନିଶ୍ଚିତତାର କଳାବାଦଲ ଛାଇ ଯାଇଛି। ସେହିପରି ମୋହନ ବାଗାନର କ୍ରୀଡାସୂଚୀରେ ପରିବର୍ତ୍ତନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ବର୍ଷା ବିଗାଡ଼ି ପାରେ ମ୍ୟାଚ୍‌

ଗୌହାଟି,୩୦।୩: ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ସୋମବାର IPL 2026ରେ ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ଏହି ମୁକାବିଲା ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

ଗର୍ଲଫ୍ରେଣ୍ଡ୍‌ଙ୍କୁ ମହଙ୍ଗା ଗାଡ଼ି ଉପହାର ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦାମ ଜାଣିଲେ ଉଡିଯିବ ହୋଶ୍‌

ମୁମ୍ବାଇ,୩୦।୩: କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫେରାରି (Ferrari 12Cilindri) କିଣିଛନ୍ତି। ଏହାର ମୂଲ୍ୟ ୧୨ କୋଟି ବୋଲି ଜଣାପଡ଼ିଛି। ଏବେ ତାଙ୍କ କାର…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

ଟ୍ରମ୍ପଙ୍କ ହୃଦୟ ଭାଙ୍ଗିଲେ ନେତାନ୍ୟାହୁ! ଇସ୍ରାଏଲ ଘୋଷଣା କରି କହିଲା….

ନୂଆଦିଲ୍ଲୀ,୩୦ା୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଇସ୍ରାଏଲ ଆମେରିକାକୁ ଏକ ବଡ଼ ଧୋକା ଦେଇଛି। ଇସ୍ରାଏଲ ସ୍ପଷ୍ଟ ଭାବରେ କହିଛି ଯେ ଏହାର ସେନା ଗ୍ରାଉଣ୍ଡ…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ହେମସାଗର ଭୋଇ ହେଲେ ପଦ୍ମପୁର ନୂତନ ଉପଜିଲାପାଳ

ପଦ୍ମପୁର,୩୦।୩( ପ୍ରଦୀପ୍ତ ଦାଶ ): ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲାପାଳ ଭାବେ ହେମସାଗର ଭୋଇଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri