Posted inଜାତୀୟ

ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜନସାଧାରଣଙ୍କ କ୍ଷତି ପହଞ୍ଚାଉଥିବା ଧାର୍ମିକ କୋଠାକୁ…

ନୂଆଦିଲ୍ଲୀ,୧ା୧୦: ମଙ୍ଗଳବାର ସୁପ୍ରିମକୋର୍ଟରେ ବୁଲଡୋଜର ଆକ୍ସନ ମାମଲାର ଶୁଣାଣି ହୋଇଛି। ଏହି ସମୟ ମଧ୍ୟରେ  ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଜନସାଧାରଣଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସଡ଼କ, ଜଳରାଶି କିମ୍ବା ରେଲଓ୍ବେ ଟ୍ରାକ୍‌ରେ କୌଣସି ଧାର୍ମିକ କୋଠା ଥିଲେ ଏହାକୁ ହଟାଇବା ଉଚିତ।

କୋର୍ଟ ଜୋର୍‌ ଦେଇ କହିଛନ୍ତି, ଭାରତ ଏକ ଧର୍ମନିରପେକ୍ଷ ଦେଶ ଏବଂ ବୁଲଡୋଜର କାର୍ଯ୍ୟ ତଥା ଆଣ୍ଟି-ଏନ୍‌କାଉଣ୍ଟର ଡ୍ରାଇଭ୍‌ ପାଇଁ ଏହାର ନିର୍ଦ୍ଦେଶ ସବୁ ଧର୍ମ ପାଇଁ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ହେବ।

ଶୁଣାଣି ସମୟରେ ୟୁପି ସରକାର ପାଇଁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପହଞ୍ଚିଥିଲେ। ତେବେ ସେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପାଇଁ  ହାଜର ହୋଇଥିଲେ। ସେ କହିଛନ୍ତି, ମୁଁ ପରାମର୍ଶ ଦେଉଛି ଯେ, ପଞ୍ଜୀକୃତ ପୋଷ୍ଟ ମାଧ୍ୟମରେ ନୋଟିସ୍‌ ପଠାଇବାର ବ୍ୟବସ୍ଥା ରହିବା ଉଚିତ। ୧୦ ଦିନ ସମୟ ଦିଆଯିବା ଉଚିତ। ମୁଁ କିଛି ତଥ୍ୟ ଦେବାକୁ ଚାହୁଁଛି। ଏଠାରେ ଏକ ପ୍ରତିଛବି ସୃଷ୍ଟି କରାଯାଉଛି ଯେପରି ଏକ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଯୁକ୍ତି ଉପରେ ଜଷ୍ଟିସ ଗାଭାଇ କହିଛନ୍ତି, ଆମେ ଏକ ଧର୍ମନିରପେକ୍ଷ ବ୍ୟବସ୍ଥାରେ ଅଛୁ। ବେଆଇନ ନିର୍ମାଣ ହିନ୍ଦୁ କିମ୍ବା ମୁସଲମାନ ହୁଅନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌। ଏହା ଉପରେ ମେହେଟ୍ଟା କହିଥିଲେ, ଅବଶ୍ୟ ଏହା କରାଯାଏ। ଏହା ପରେ ଜଷ୍ଟିସ ବିଶ୍ୱନାଥନ କହିଛନ୍ତି, ଯଦି ଦୁଇଟି ବେଆଇନ ନିର୍ମାଣ ଅଛି ଏବଂ ଆପଣ ଅପରାଧର ଅଭିଯୋଗ ଆଧାରରେ ସେଥିରୁ କେବଳ ଗୋଟିଏକୁ ଭାଙ୍ଗି ଦିଅନ୍ତି, ତେବେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠିବ।

ଏହି ସମୟରେ ଜଷ୍ଟିସ୍‌ ଗାଭାଇ କହିଛନ୍ତି, ଯେତେବେଳେ ମୁଁ ମୁମ୍ବାଇର ବିଚାରପତି ଥିଲି ସେତେବେଳେ ମୁଁ ନିଜେ ଫୁଟ୍‌ପାଥ୍‌ରୁ ବେଆଇନ ନିର୍ମାଣକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲି, କିନ୍ତୁ ଆମକୁ ବୁଝିବାକୁ ହେବ ଯେ ଅପରାଧରେ ଦୋଷୀ ସାବ୍ୟସ୍ତ ହେବା କିମ୍ବା ଘର ଭାଙ୍ଗିବା ପାଇଁ ଆଧାର ହୋଇପାରିବ ନାହିଁ। ଏହାକୁ ‘ବୁଲଡୋଜର ଜଷ୍ଟିସ’ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri