Posted inଜାତୀୟ

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ: କୋର୍ଟ ନ ହେଲେ ଜାମିନ

ନୂଆଦିଲ୍ଲୀ,୧୯ା୭(ପି.ଟି.):ସ୍ବତନ୍ତ୍ର ଆଇନ ଅଧୀନରେ ଥିବା ମାମଲାଗୁଡ଼ିକ ପାଇଁ କୋର୍ଟ ସ୍ଥାପନ କରାଯାଇ ନ ଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏଭଳି ହେଲେ ଉପରୋକ୍ତ ଆଇନର ଅଭିଯୁକ୍ତମାନଙ୍କୁ ଜାମିନ ମଞ୍ଜୁର କରିବାକୁ ଅଦାଲତ ବାଧ୍ୟ ହେବେ ବୋଲି ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଏବଂ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ କହିଛନ୍ତି।

ଏନ୍‌ଆଇଏ ଆଇନ ଏବଂ ଅନ୍ୟାନ୍ୟ ସ୍ବତନ୍ତ୍ର ଆଇନ ଅଧୀନରେ ମାମଲାଗୁଡ଼ିକର ତ୍ୱରିତ୍‌ ବିଚାର ପାଇଁ ସରକାର ଯଦି ଆବଶ୍ୟକ ଭିତ୍ତିଭୂମି ସହ ସ୍ବତନ୍ତ୍ର କୋର୍ଟ ସ୍ଥାପନ କରିବାରେ ବିଫଳ ହୁଅନ୍ତି, ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଚାର ଶେଷ କରିବା ପାଇଁ ପ୍ରଭାବଶାଳୀ ବ୍ୟବସ୍ଥା ରହିବ ନାହିଁ। ଫଳରେ ଅଦାଲତଗୁଡ଼ିକ ଅଭିଯୁକ୍ତମାନଙ୍କୁ ଜାମିନରେ ଛାଡ଼ିବା ପାଇଁ ସବୁବେଳେ ବାଧ୍ୟ ହେବେ। ବର୍ତ୍ତମାନ ରହିଥିବା ଅତାଲତଗୁଡ଼ିକୁ ସ୍ବତନ୍ତ୍ର ଅଦାଲତ ଭାବେ ନାମିତ କରିବା ପାଇଁ ସେଗୁଡ଼ିକୁ ବିଶ୍ୱାସଯୋଗ୍ୟ କରିବା ନିମନ୍ତେ ହାଇକୋର୍ଟଗୁଡ଼ିକୁ ବାଧ୍ୟ କରିବାକୁ ପଡ଼ିବ ବୋଲି କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ତରଫରୁ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ ରାଜକୁମାର ଭାସ୍କର ଠାକ୍‌ରେଙ୍କୁ ଖଣ୍ଡପୀଠ କହିଛନ୍ତି।
ଏନ୍‌ଆଇଏ ଏବଂ ଅନ୍ୟ ସ୍ବତନ୍ତ୍ର ଆଇନର ମାମଲାଗୁଡ଼ିକର ତ୍ୱରିତ୍‌ ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ସ୍ଥାପନ ଦିଗରେ କୌଣସି ପ୍ରଭାବୀ କିମ୍ବା ଦେଖିଲା ଭଳି ପଦକ୍ଷେପ ନିଆଯାଇନାହିଁ।

ସ୍ବତନ୍ତ୍ର କୋର୍ଟ ଖୋଲିବା ନିମନ୍ତେ ଉଚ୍ଚ ନ୍ୟାୟିକ ସେବା ଅଫିସର, କର୍ମଚାରୀ ପଦବୀ ସୃଷ୍ଟି କରିବା, କୋର୍ଟରୁମ୍‌ ଏବଂ ମୌଳିକ ସୁବିଧା ସୁଯୋଗର ଆବଶ୍ୟକତା ରହିଥିବା ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠଙ୍କ ନିର୍ଦ୍ଦେଶର ବିପରୀତରେ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ, ବର୍ତ୍ତମାନର ଅଦାଲତଗୁଡ଼ିକୁ ଏନ୍‌ଆଇଏ ଆଇନ ଅଧୀନରେ ସ୍ବତନ୍ତ୍ର କୋର୍ଟ ଭାବେ ନାମିତ କରାଗଲେ ଏହା ନିର୍ଦ୍ଦେଶନାମାର ଯଥେଷ୍ଟ ଅନୁପାଳନ ହୋଇପାରିବ। ଯଦି ହାଇକୋର୍ଟ ମୁଖ୍ୟ ବିଚାରପତିମାନେ ଏଥିରେ ରାଜି ହେବେ ଆମେ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ସମ୍ପୂର୍ଣ୍ଣ ଖାରଜ କରିଦେବୁ। ତେବେ ଏହାଦ୍ୱାରା ବିଚାରାଧୀନ ବନ୍ଦୀ ଏବଂ ବୃଦ୍ଧ ବନ୍ଦୀ, ସମାଜର ବଞ୍ଚତ୍ତ ବର୍ଗ ଓ ଦୀର୍ଘଦିନ ଜେଲରେ ରହିଥିବା ଲୋକଙ୍କୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି। ୨୦୧୯ରେ ଆଇଇଡି ବିସ୍ଫୋରଣରେ ମହାରାଷ୍ଟ୍ରର ୧୫ ଜଣ ପୋଲିସ ନିହତ ହୋଇଥିଲେ। ଏହି ଘଟଣାରେ ଗଡଚିରୋଲିର ମାଓବାଦୀ ସମର୍ଥକ କୈଳାସ ରାମଚନ୍ଦ୍ରାନୀଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ତାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri