Posted inଜାତୀୟ

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ: କୋର୍ଟ ନ ହେଲେ ଜାମିନ

ନୂଆଦିଲ୍ଲୀ,୧୯ା୭(ପି.ଟି.):ସ୍ବତନ୍ତ୍ର ଆଇନ ଅଧୀନରେ ଥିବା ମାମଲାଗୁଡ଼ିକ ପାଇଁ କୋର୍ଟ ସ୍ଥାପନ କରାଯାଇ ନ ଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏଭଳି ହେଲେ ଉପରୋକ୍ତ ଆଇନର ଅଭିଯୁକ୍ତମାନଙ୍କୁ ଜାମିନ ମଞ୍ଜୁର କରିବାକୁ ଅଦାଲତ ବାଧ୍ୟ ହେବେ ବୋଲି ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତ ଏବଂ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ କହିଛନ୍ତି।

ଏନ୍‌ଆଇଏ ଆଇନ ଏବଂ ଅନ୍ୟାନ୍ୟ ସ୍ବତନ୍ତ୍ର ଆଇନ ଅଧୀନରେ ମାମଲାଗୁଡ଼ିକର ତ୍ୱରିତ୍‌ ବିଚାର ପାଇଁ ସରକାର ଯଦି ଆବଶ୍ୟକ ଭିତ୍ତିଭୂମି ସହ ସ୍ବତନ୍ତ୍ର କୋର୍ଟ ସ୍ଥାପନ କରିବାରେ ବିଫଳ ହୁଅନ୍ତି, ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଚାର ଶେଷ କରିବା ପାଇଁ ପ୍ରଭାବଶାଳୀ ବ୍ୟବସ୍ଥା ରହିବ ନାହିଁ। ଫଳରେ ଅଦାଲତଗୁଡ଼ିକ ଅଭିଯୁକ୍ତମାନଙ୍କୁ ଜାମିନରେ ଛାଡ଼ିବା ପାଇଁ ସବୁବେଳେ ବାଧ୍ୟ ହେବେ। ବର୍ତ୍ତମାନ ରହିଥିବା ଅତାଲତଗୁଡ଼ିକୁ ସ୍ବତନ୍ତ୍ର ଅଦାଲତ ଭାବେ ନାମିତ କରିବା ପାଇଁ ସେଗୁଡ଼ିକୁ ବିଶ୍ୱାସଯୋଗ୍ୟ କରିବା ନିମନ୍ତେ ହାଇକୋର୍ଟଗୁଡ଼ିକୁ ବାଧ୍ୟ କରିବାକୁ ପଡ଼ିବ ବୋଲି କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ତରଫରୁ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ ରାଜକୁମାର ଭାସ୍କର ଠାକ୍‌ରେଙ୍କୁ ଖଣ୍ଡପୀଠ କହିଛନ୍ତି।
ଏନ୍‌ଆଇଏ ଏବଂ ଅନ୍ୟ ସ୍ବତନ୍ତ୍ର ଆଇନର ମାମଲାଗୁଡ଼ିକର ତ୍ୱରିତ୍‌ ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ସ୍ଥାପନ ଦିଗରେ କୌଣସି ପ୍ରଭାବୀ କିମ୍ବା ଦେଖିଲା ଭଳି ପଦକ୍ଷେପ ନିଆଯାଇନାହିଁ।

ସ୍ବତନ୍ତ୍ର କୋର୍ଟ ଖୋଲିବା ନିମନ୍ତେ ଉଚ୍ଚ ନ୍ୟାୟିକ ସେବା ଅଫିସର, କର୍ମଚାରୀ ପଦବୀ ସୃଷ୍ଟି କରିବା, କୋର୍ଟରୁମ୍‌ ଏବଂ ମୌଳିକ ସୁବିଧା ସୁଯୋଗର ଆବଶ୍ୟକତା ରହିଥିବା ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠଙ୍କ ନିର୍ଦ୍ଦେଶର ବିପରୀତରେ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ, ବର୍ତ୍ତମାନର ଅଦାଲତଗୁଡ଼ିକୁ ଏନ୍‌ଆଇଏ ଆଇନ ଅଧୀନରେ ସ୍ବତନ୍ତ୍ର କୋର୍ଟ ଭାବେ ନାମିତ କରାଗଲେ ଏହା ନିର୍ଦ୍ଦେଶନାମାର ଯଥେଷ୍ଟ ଅନୁପାଳନ ହୋଇପାରିବ। ଯଦି ହାଇକୋର୍ଟ ମୁଖ୍ୟ ବିଚାରପତିମାନେ ଏଥିରେ ରାଜି ହେବେ ଆମେ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ସମ୍ପୂର୍ଣ୍ଣ ଖାରଜ କରିଦେବୁ। ତେବେ ଏହାଦ୍ୱାରା ବିଚାରାଧୀନ ବନ୍ଦୀ ଏବଂ ବୃଦ୍ଧ ବନ୍ଦୀ, ସମାଜର ବଞ୍ଚତ୍ତ ବର୍ଗ ଓ ଦୀର୍ଘଦିନ ଜେଲରେ ରହିଥିବା ଲୋକଙ୍କୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି। ୨୦୧୯ରେ ଆଇଇଡି ବିସ୍ଫୋରଣରେ ମହାରାଷ୍ଟ୍ରର ୧୫ ଜଣ ପୋଲିସ ନିହତ ହୋଇଥିଲେ। ଏହି ଘଟଣାରେ ଗଡଚିରୋଲିର ମାଓବାଦୀ ସମର୍ଥକ କୈଳାସ ରାମଚନ୍ଦ୍ରାନୀଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ତାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri