ସୁପ୍ରିମ୍‌କୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏହି ତାରିଖରେ ପୁନର୍ବାର ପରୀକ୍ଷା !

ନୂଆଦିଲ୍ଲୀ, ୧୩।୬: ନିଟ୍‌ ୟୁଜି ରେଜଲ୍ଟ ମାମଲାକୁ ନେଇ ସୁପ୍ରିମ୍‌କୋର୍ଟରେ ଦାଏର ହୋଇଥିବା ୩ ଯାଚିକାର ଶୁଣାଣି ହୋଇଛି । ସୁପ୍ରିମ୍‌କୋର୍ଟ ଏନେଇ କହିଛନ୍ତି ଯେ, ୨୩ ଜୁନ୍‌ରେ ପୁନର୍ବାର ପରୀକ୍ଷା କରାଯିବ ଏବଂ ୩୦ ଜୁନ୍‌କୁ ଏହାର ଫଳ ପ୍ରକାଶ ପାଇବ । ଫଳରେ ଜୁଲାଇ ୬ରେ ହେବାକୁ ଥିବା କାଉନ୍‌ସେଲିଂରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୋର୍ଟ କହିଛନ୍ତି । କେନ୍ଦ୍ର ସରକାର ୧୫୬୩ ଜଣ ପରୀକ୍ଷାର୍ଥୀଙ୍କ ସ୍କୋରକାର୍ଡ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଥିଲେ । କାରଣ ସେମାନଙ୍କୁ ଗ୍ରେସ୍‌ମାର୍କ ଦିଆଯାଇଥିଲା । ଏହି ପରୀକ୍ଷାର୍ଥୀଙ୍କୁ ପୁଣିଥରେ ପରୀକ୍ଷା ଦେବା ପାଇଁ ବିକଳ୍ପ ଦିଆଯିବା ନେଇ କେନ୍ଦ୍ର ଜଣାଇବା ପରେ ସୁପ୍ରିମ୍‌କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।

ମାମଲାର ପରିଚାଳନା କରୁଥିବା ଓକିଲ ଜେ ସାଇ ଦୀପକ ଏନେଇ କହିଛନ୍ତି ଯେ, ଆମେ ମନମୁଖୀ ଢଙ୍ଗରେ ମାର୍କ ଦେବା ଏବଂ ଅନ୍ୟାୟ ପଦ୍ଧତି ଗ୍ରହଣ କରିବା ବିରୋଧରେ ଅଛୁ। ଅନ୍ୟପଟେ ଏନ୍‌ଟିଏର ଓକିଲ କାନୁ ଅଗ୍ରୱାଲ ଜୁନ ୧୨ ରେ ଅନୁଷ୍ଠିତ ବୈଠକ ପରେ ଏକ ନିର୍ଣ୍ଣୟ ନିଆଯାଇଥିଲା। ଏହି କମିଟି ମତ ରଖିଛି ଯେ ୧୫୬୩ ପରୀକ୍ଷାର୍ଥୀଙ୍କୁ NEET ପରୀକ୍ଷା ପାଇଁ ପୁନର୍ବାର ହାଜର ହେବାକୁ ପଡିବ । ଏମାନଙ୍କୁ ଦିଆଯାଇଥିବା ସମସ୍ତ ସ୍କୋରକାର୍ଡ ବାତିଲ ହେବ । ପୁନର୍ବାର ପରୀକ୍ଷା କରାଯିବ ।

ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ମୁଁ ପରୀକ୍ଷାର୍ଥୀ ଏବଂ ସେମନଙ୍କ ପରିବାରକୁ ନିଶ୍ଚିତ କରୁଛି କି, ଭାରତ ସରକାର ଏବଂ ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି ସେମାନଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରିବ । ୨୪ ଲକ୍ଷ ଛାତ୍ରୀଛାତ୍ର ସଫଳତାର ସହ ନିଟ୍‌ ପରୀକ୍ଷା ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପୋପର ଲିକ୍‌ ହେବା ନେଇ କୌଣସି ପ୍ରମାଣ ମିଳିନି । ଗଠିତ ପ୍ୟାନେଲ୍‌ ଗ୍ରହଣ କରିଥିବା ପାଖାପାଖି ୧୫୬୦ ଛାତ୍ରୀଛାତ୍ର ମଡେଲ୍‌କୁ ନେଇ କୋର୍ଟଙ୍କ ନିର୍ଦ୍ଦେଶକୁ ଆମେ ଗ୍ରହଣ କରିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri