Posted inଜାତୀୟ

ଘୃଣା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ଘୃଣା ସୃଷ୍ଟି କରୁଥିବା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଘୃଣାର ଭାଷଣ ପ୍ରସଙ୍ଗରେ ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି ବେଳେ ବୁଧବାର କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଘୃଣା ଭାଷଣକୁ ରୋକିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ କହିଥିଲେ।

ବିଚାରପତି ସଂଜୀବ ଖାନ୍ନାଙ୍କ ନେତୃତ୍ୱରେ ଶୁଣାଣି କରୁଥିବା ଖଣ୍ଡପୀଠ କହିଛନ୍ତି, ଆମେ ସାରା ଦେଶରେ ଘୃଣା ଭାଷଣର ସମସ୍ୟାକୁ ତଦାରଖ କରିପାରିବୁ ନାହିଁ। ଭାରତ ପରି ଏକ ବଡ ଦେଶରେ ନିଶ୍ଚିତ ଭାବରେ ସମସ୍ୟା ଆସିବ, କିନ୍ତୁ ଏହାର ମୁକାବିଲା ପାଇଁ ଆମର କୌଣସି ପ୍ରଶାସନିକ ବ୍ୟବସ୍ଥା ଅଛି କି ବୋଲି ପ୍ରଶ୍ନ ପଚରାଯିବା ଉଚିତ୍।

ଜଷ୍ଟିସ୍ ଏସ୍.ଭି.ଏନ୍ ଭଟ୍ଟୀଙ୍କୁ ମଧ୍ୟ ଶୁଣାଣି ବେଞ୍ଚରେ ସାମିଲ ଥିଲେ। ଆସନ୍ତା ବର୍ଷ ଫେବୃଆରୀରେ ଏହି ମାମଲାର ଶୁଣାଣି ପାଇଁ ତାରିଖ ଦେଇ ଖଣ୍ଡପୀଠ କହିଛନ୍ତି ଯେ ସମାଜ ଜାଣିବା ଉଚିତ ଯେ ଯଦି କୌଣସି ଆଇନ ଉଲ୍ଲଂଘନ କରାଯାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶବ୍ୟାପୀ ଆମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବୁ ନାହିଁ, ନଚେତ୍ ପ୍ରତିଦିନ ଏହିଭଳି ଆବେଦନ ଆମ ନିକଟକୁ ଆସିବ।

ଏହାପୂର୍ବରୁ ଏପ୍ରିଲରେ ଦେଶର ଧର୍ମନିରପେକ୍ଷ ଚରିତ୍ରକୁ ବଞ୍ଚାଇ ରଖିବା ଉପରେ ଗୁରୁତ୍ୱାରୋପ କରି କୋର୍ଟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମୁଖିଆଙ୍କୁ କୌଣସି ଧର୍ମର ଘୃଣ୍ୟ ଭାଷଣ ବିରୁଦ୍ଧରେ ନିଜ ଆଡୁ ମାମଲା ରୁଜୁ କରିବାକୁ କହିଥିଲେ। ଏହା ସହିତ ଯଦି ନିର୍ଦ୍ଦେଶଗୁଡିକ ପାଳନ ନହୁଏ ତେବେ ଅବମାନନା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

ରାତିରେ ଧୂମ୍‌ଧାମରେ ପାଳିଲେ ବିବାହବାର୍ଷିକୀ, ସକାଳୁ ପାଲଟିଗଲେ ଶବ

ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା…

ମହାଶିବରାତ୍ରିରୁ ଉତ୍ତର ଦିଗକୁ ଗତି କରିବେ ବୁଧ ଗ୍ରହ: ଏହି ୩ ରାଶିର ଭଲ ହେବ ନା ଖରାପ, ଜାଣନ୍ତୁ…

ବୈଦିକ ଜ୍ୟୋତିଷରେ, ବୁଧ ଗ୍ରହ ହେଉଛି ବୁଦ୍ଧି, ବାଣୀ, ତର୍କ, ଗଣିତ, ବ୍ୟବସାୟ ଏବଂ ଯୋଗାଯୋଗ ପାଇଁ ଦାୟୀ। ଏହା ଜଣେ ବ୍ୟକ୍ତିଙ୍କ ବିଶ୍ଳେଷଣାତ୍ମକ କ୍ଷମତା, ନିଷ୍ପତ୍ତି…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

କଟକ ଜିଲାପାଳଙ୍କୁ ନୋଟିସ୍‌, ଦେବାଶିଷ ସାମନ୍ତରାୟଙ୍କ ଏହି ଅଭିଯୋଗ ନେଇ…

କଟକ,୧୪ା୨: କଟକ ଜିଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍‌ ଜାରି ହୋଇଛି। ରାଜ୍ୟ ସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ୍‌ ହୋଇଛି। ଦେବାଶିଷ ସାମନ୍ତରାୟଙ୍କ ଲିଖିତ ଅଭିଯୋଗକୁ…

ଦାଦନ ଶ୍ରମିକ ଗଣେଶଙ୍କ ୨ କିଡ଼ନୀ ନଷ୍ଟ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୃଷ୍ଣପ୍ରସାଦ,୧୪।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସି ଗ୍ରାମର ଗଣେଶ ଚନ୍ଦ୍ର ପ୍ରଧାନ (୪୦ ବର୍ଷ)ଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇଛି। ଓଳିଏ ଖାଇଲେ…

ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଅବତରଣ, ଏମରଜେନ୍ସି ଷ୍ଟ୍ରିପରେ ପ୍ରଥମଥର ଓହ୍ଲାଇଲା ମୋଦିଙ୍କ ବିମାନ

ଗୁଆହାଟି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମ ଦିବ୍ରୁଗଡ଼ର ମୋରାନ ବାଇପାସରେ ଥିବା ଜରୁରୀକାଳୀନ ଅବତରଣ ସୁବିଧା (ELF) ରେ ଅବତରଣ କରିଥିଲେ। ସେଠାରେ ସେ ଲଢ଼ୁଆ…

ନବଜାତ ଶିଶୁପୁତ୍ରଙ୍କୁ ବିଲରେ ଫିଙ୍ଗିଦେଲେ, କୁକୁର ଟାଣି ଟାଣି ନେବାବେଳେ…

ଜେନାପୁର,୧୪।୨(ଅଶୋକ ଦାସ): ଯାଜପୁର ଜିଲାରେ ଏକ ଅମାନୁଷିକ ଘଟଣା ଘଟିଛି। ଏଠାରେ ଏକ ବିଲରୁ ମୃତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri