Posted inଜାତୀୟ

ଏବେ ଲାଇଭ ପଢ଼ିହେବ ସୁପ୍ରିମ୍‌କୋର୍ଟଙ୍କ ପ୍ରକ୍ରିୟା, ସିଜେଆଇ କଲେ ଶୁଭାରମ୍ଭ…

ନୂଆଦିଲ୍ଲୀ,୨୧।୨ : ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟଙ୍କର ପ୍ରକ୍ରିୟାର ଲାଇଭ ଟ୍ରାନ୍ସକ୍ରିପ ମଙ୍ଗଳବାର କରାଯାଇଛି। କୃତ୍ରିମ ବୁଦ୍ଧି ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଏହି ଲାଇଭ ଟ୍ରାନ୍ସକ୍ରିପଶନ କରାଯାଇଛି। ଲାଇଭ ଟ୍ରାନ୍ସକ୍ରିପ୍ଟ ଅନ୍ତର୍ଗତରେ, କୋର୍ଟ ପ୍ରକ୍ରିୟାପରଦାରେ ଟେକ୍ସ ଆକାରରେ ପ୍ରଦର୍ଶିତ ହୋଇଥିଲା। ଏହା ଦ୍ୱାରା ଏଣିକି ଶୀର୍ଷକୋର୍ଟଙ୍କ ପ୍ରକ୍ରିୟା ବର୍ତ୍ତମାନ ଲାଇଭ ପଢ଼ା ଯାଇପାରିବ।

ଯେଉଁ ଲୋକମାନେ ଶୁଣିବା କଷ୍ଟକର ସେମାନେ ଲାଇଭ ଟ୍ରାନ୍ସକ୍ରିପଡ କୋର୍ଟ ପ୍ରକ୍ରିୟା ଦ୍ୱାରା ବହୁତ ଲାଭବାନ ହେବେ।

ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କୋର୍ଟ ପରିସରରେ ଲାଇଭ ଟ୍ରାନ୍ସକ୍ରିପଶନର ଶୁଭାରମ୍ଭ କରିଥିଲେ। ଶିବସେନା ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚର ପ୍ରକ୍ରିୟା ଟ୍ରାନ୍ସକ୍ରିପଶନ କରାଯାଇଥିଲା। ଏହା ପରେ ଓକିଲମାନେ ଏହାକୁ ଯାଞ୍ଚ କରିଥିଲେ, ସବୁକିଛି ଠିକ ମିଳିବା ପରେ ଏହା ସୁପ୍ରିମକୋର୍ଟର ୱେବସାଇଟରେ ଅପଲୋଡ ହୋଇଥିଲା।

ପ୍ରଧାନ ବିଚାରପତି କହିଛନ୍ତି ଯେ ବର୍ତ୍ତମାନ ଏହାକୁ ଏକ ପରୀକ୍ଷଣ ଭାବରେ ବ୍ୟବହାର କରାଯାଉଛି। ସବୁକିଛି ସଠିକ ମିଳିବା ପରେ ଏହା ସ୍ଥାୟୀ ଭାବରେ କାର୍ଯ୍ୟକାରୀ ହେବ ।

ଗତ ବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟଙ୍କ ପ୍ରକ୍ରିୟାର ଲାଇଭ ଟେଲିକାଷ୍ଟ ଆରମ୍ଭ ହୋଇଥିଲା। ଯାହା ଅଧୀନରେ ସୁପ୍ରିମକୋର୍ଟଙ୍କ ୱେବସାଇଟରେ କୋର୍ଟର ପ୍ରକ୍ରିୟା ସିଧା ଦେଖାଯାଇପାରିବ। ବର୍ତ୍ତମାନ ପ୍ରକ୍ରିୟା ଦେଖିବା ଏବଂ ଶୁଣିବା ବ୍ୟତୀତ ଏହା ମଧ୍ୟ ପଢ଼ା ଯାଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀରେ ବେରୋଜଗାରି ୫%କୁ ବଢ଼ିଛି

ନୂଆଦିଲ୍ଲୀ,୧୭ା୨(ପି.ଟି.): ଦେଶରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ବେରୋଜଗାରି ହାର ଗତବର୍ଷ ଡିସେମ୍ବରରେ ୪.୮ ପ୍ରତିଶତ ଥିବାବେଳେ ଜାନୁଆରୀରେ ତାହା ୫ ପ୍ରତିଶତକୁ ବୃଦ୍ଧି…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ଆସିବ ସୁଭଦ୍ରା ଟଙ୍କା

କାକଟପୁର/ଅସ୍ତରଙ୍ଗ,୧୭।୨ (ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ମହିଳାଙ୍କ ପାଇଁ ଖୁସି ଖବର । ଆସନ୍ତା ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri