ଏନ୍‌ଟିଏକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌, ଯଦି ଭୁଲ୍‌ ହୋଇଛି ତେବେ…

ନୂଆଦିଲ୍ଲୀ, ୧୮।୬: ଦେଶରେ ଲାଗି ରହିଥିବା ନିଟ୍‌ ପରୀକ୍ଷାରେ ଅନିୟମିତତାକୁ ନେଇ ସୁପ୍ରିମ୍‌କୋର୍ଟ ଏନ୍‌ଟିଏକୁ ନୋଟିସ୍‌ ଦେଇଛନ୍ତି । ନିଟ୍‌ ପେପର ଲିକ୍‌ ହୋଇଥିବା ନେଇ ଦାଏର ହୋଇଥିବା ଯାଚିକାର ଶୁଣାଣି କରି କୋର୍ଟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଏବଂ କନ୍ଦ୍ରକୁ ଜବାବ ମାଗିଛନ୍ତି । କୌଣସି କାରଣରୁ ଯଦି ୦.୦୦୧ ପ୍ରତିଶତ ବି ଦ଼୍ବାୟିତ଼୍ବହୀନତା ଜଣାପଡ଼ୁଛି ତେବେ ଏହା ଖୋଜି ବାହାର କରିବାକୁ କୋର୍ଟ ଏହି ଶୁଣାଣି ବେଳେ କହିଛନ୍ତି । ଏହି ମାମଲାରେ ସୁପ୍ରିମ୍‌କୋର୍ଟ ୮ ଜୁଲାଇରେ ପୁନର୍ବାର ଶୁଣାଣି କରିବେ ବୋଲି ଜଣାପଡ଼ିଛି ।

ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଏବଂ ଏନ୍‌ଟିଏକୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଆମେ ଯାଚିକାକର୍ତ୍ତାଙ୍କ ମୁତାବିକ ଆଜି ଆଦେଶ ଦେଇପାରିବୁ ନାହିଁ । ଯଦି କାହାର ଏଥିରେ ଭୁଲ୍‌ ଅଛି ତେବେ ତାକୁ ତୁରନ୍ତ ସୁଧାର । ପିଲାମାନେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଛନ୍ତି । ଆମେ ତାଙ୍କ ପରିଶ୍ରମକୁ ଭୁଲି ପାରିବୁ ନାହିଁ ।

ସୂଚନା ଥାଉକି, ଜୁନ୍‌ ୧୩ ତାରିଖରେ ନିଟ୍‌ ୟୁଜି ରେଜଲ୍ଟ ମାମଲାକୁ ନେଇ ସୁପ୍ରିମ୍‌କୋର୍ଟରେ ଦାଏର ହୋଇଥିବା ୩ ଯାଚିକାର ଶୁଣାଣି ହୋଇଥିଲା । ସୁପ୍ରିମ୍‌କୋର୍ଟ ଏନେଇ କହିଥିଲେ ଯେ, ୨୩ ଜୁନ୍‌ରେ ପୁନର୍ବାର ପରୀକ୍ଷା କରାଯିବ ଏବଂ ୩୦ ଜୁନ୍‌କୁ ଏହାର ଫଳ ପ୍ରକାଶ ପାଇବ । ଫଳରେ ଜୁଲାଇ ୬ରେ ହେବାକୁ ଥିବା କାଉନ୍‌ସେଲିଂରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୋର୍ଟ କହିଥିଲେ । କେନ୍ଦ୍ର ସରକାର ୧୫୬୩ ଜଣ ପରୀକ୍ଷାର୍ଥୀଙ୍କ ସ୍କୋରକାର୍ଡ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଥିଲେ । କାରଣ ସେମାନଙ୍କୁ ଗ୍ରେସ୍‌ମାର୍କ ଦିଆଯାଇଥିଲା । ଏହି ପରୀକ୍ଷାର୍ଥୀଙ୍କୁ ପୁଣିଥରେ ପରୀକ୍ଷା ଦେବା ପାଇଁ ବିକଳ୍ପ ଦିଆଯିବା ନେଇ କେନ୍ଦ୍ର ଜଣାଇବା ପରେ ସୁପ୍ରିମ୍‌କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।

ମାମଲାର ପରିଚାଳନା କରୁଥିବା ଓକିଲ ଜେ ସାଇ ଦୀପକ ଏନେଇ କହିଥିଲେ ଯେ, ଆମେ ମନମୁଖୀ ଢଙ୍ଗରେ ମାର୍କ ଦେବା ଏବଂ ଅନ୍ୟାୟ ପଦ୍ଧତି ଗ୍ରହଣ କରିବା ବିରୋଧରେ ଅଛୁ। ଅନ୍ୟପଟେ ଏନ୍‌ଟିଏର ଓକିଲ କାନୁ ଅଗ୍ରୱାଲ ଜୁନ ୧୨ ରେ ଅନୁଷ୍ଠିତ ବୈଠକ ପରେ ଏକ ନିର୍ଣ୍ଣୟ ନିଆଯାଇଥିଲା। ଏହି କମିଟି ମତ ରଖିଥିଲେ  ଯେ ୧୫୬୩ ପରୀକ୍ଷାର୍ଥୀଙ୍କୁ NEET ପରୀକ୍ଷା ପାଇଁ ପୁନର୍ବାର ହାଜର ହେବାକୁ ପଡିବ । ଏମାନଙ୍କୁ ଦିଆଯାଇଥିବା ସମସ୍ତ ସ୍କୋରକାର୍ଡ ବାତିଲ ହେବ । ପୁନର୍ବାର ପରୀକ୍ଷା କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍‌ ଶନିବାର ଠାରୁ...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ପାର୍ବତୀ ଗିରିଙ୍କୁ ପ୍ରଶଂସା ସହ ବଖାଣିଲେ ୨୦୨୫ର ଏସବୁ ସଫଳତା

ନୂଆଦିଲ୍ଲୀ,୨୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୯ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୦୨୫ର ଅନେକ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri