Posted inଜାତୀୟ

ଅଭିଯୁକ୍ତ ଗୁଗଲ ମ୍ୟାପ୍‌ ପିନ୍‌ ଦେବା ଜାମିନ୍‌ ସର୍ତ୍ତକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ,୯ା୭: ଅଭିଯୁକ୍ତଙ୍କ ଉପରେ ପୋଲିସ କ୍ରମାଗତ ନଜର ରଖିବା ଏବଂ ଭର୍ଚୁଆଲ୍‌ରେ ତାଙ୍କ ପ୍ରିଭେସିରେ ହସ୍ତକ୍ଷେପ କରିବାକୁ ଜାମିନ ସର୍ତ୍ତାବଳୀ ରଖାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଅଭିଯୁକ୍ତଙ୍କ ଅବସ୍ଥିତି ସମ୍ପର୍କରେ ଜାଣିବା ନିମନ୍ତେ ସେ ତଦନ୍ତକାରୀ ଅଫିସରଙ୍କୁ ଗୁଗଲ୍‌ ମ୍ୟାପ୍‌ ପିନ୍‌ ଦେବା ସର୍ତ୍ତ ରହିବା ଜରୁରୀ କି ନାହିଁ ଜଷ୍ଟିସ୍‌ ଅଭୟ ଏସ୍‌. ଓକା ଏବଂ ଉଜ୍ଜଲ ଭୁୟଁାଙ୍କ ଖଣ୍ଡପୀଠ ତାହାର ତର୍ଜମା କରିଥିଲେ। ଏହା ବ୍ୟକ୍ତିଙ୍କ ଗୋପନୀୟତା ଅଧିକାରର ଉଲ୍ଲଂଘନ ଦର୍ଶାଇ ଖଣ୍ଡପୀଠ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍‌ର ଗୁଗଲ ମ୍ୟାପ୍‌ ପିନ୍‌ ଶେୟାର କରିବା ଜାମିନ ସର୍ତ୍ତକୁ ଖାରଜ କରିଦେଇଛନ୍ତି। ଜାମିନର ମୁଖ୍ୟ ଲକ୍ଷ୍ୟକୁ ଅଣଦେଖା କରି ସର୍ତ୍ତାବଳୀ ରଖାଯାଇ ପାରିବ ନାହିଁ ବୋଲି ଜଷ୍ଟିସ୍‌ ଓକା ତାଙ୍କ ରାୟରେ କହିଛନ୍ତି। ଏଥିସହ ବିଦେଶୀ ଅଭିଯୁକ୍ତ ଭାରତ ଛାଡ଼ିବେ ନାହିଁ ବୋଲି ତାଙ୍କ ଦୂତାବାସ ପ୍ରତିଶ୍ରୁତି ପତ୍ର ଉପସ୍ଥାପନ କରିବା ସର୍ତ୍ତକୁ ମଧ୍ୟ ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଛନ୍ତି। ନିଶାଦ୍ରବ୍ୟ କାରବାର ମାମଲାରେ ନାଇଜେରୀୟ ଅଭିଯୁକ୍ତ ଫ୍ରାଙ୍କ ଭିଟସ୍‌ଙ୍କୁ ଅନ୍ତରୀଣ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟ ରଖିଥିବା ସର୍ତ୍ତାବଳୀ ବିରୋଧରେ ସେ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍‌ ପିଟିଶନ ଦାଏର କରିଥିଲେ। ଅଭିଯୁକ୍ତ ଓ ସହଅଭିଯୁକ୍ତ ସେମାନଙ୍କ ଗୁଗଲ ମ୍ୟାପ୍‌ ପିନ୍‌ ତଦନ୍ତକାରୀ ଅଫିସରଙ୍କ ନିକଟରେ ଦାଖଲ କରିବା ପାଇଁ ୨୦୨୨ରେ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ଜାମିନ କାଳରେ ଭାରତ ନ ଛାଡ଼ିବା ପାଇଁ ନାଇଜେରିଆ ଉଚ୍ଚାୟୁକ୍ତଙ୍କଠାରୁ ପ୍ରତିଶ୍ରୁତି ପତ୍ର ଆଣିବାକୁ କହିଥିଲେ। ଗୁଗଲ୍‌ ପିନ୍‌ର କାର୍ଯ୍ୟ ସମ୍ପର୍କରେ ସୁପ୍ରିମକୋର୍ଟ ଶୁଣାଣି ବେଳେ ଗୁଗଲ ଇଣ୍ଡିଆ ଏବଂ ଗୁଗଲ୍‌ ଏଲ୍‌ଏଲ୍‌ସିକୁ ସ୍ପଷ୍ଟୀକରଣ ମାଗିଥିଲେ। ଏହା ସମ୍ବିଧାନର ଅନୁଚ୍ଛେଦ ୨୧ର ଅଧିକାରକୁ ଉଲ୍ଲଂଘନ କରୁଥିବା ଜାଣିବା ପରେ ଖଣ୍ଡପୀଠ ଉପରୋକ୍ତ ଜାମିନ ସର୍ତ୍ତାବଳୀକୁ ଖାରଜ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

ସରିଯିବ ତେଲ, ବଞ୍ଚିପାରିବେନି କୌଣସି ଦେଶ! ଯୁଦ୍ଧ ମଧ୍ୟରେ ବଡ଼ ଶକ୍ତି ସଙ୍କଟକୁ ନେଇ ଚେତାବନୀ ଦେଲେ IEA ମୁଖ୍ୟ

ତେହରାନ୍‌,୨୩।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମେଣ୍ଟ ମଧ୍ୟରେ ସଂଘର୍ଷ ପ୍ରାୟ ତିନି ସପ୍ତାହ ଧରି ଚାଲିଛି, କିନ୍ତୁ ବର୍ତ୍ତମାନ ଏହାର କୌଣସି ଅନ୍ତ ଦେଖାଯାଉନାହିଁ। ଏହି ସମୟରେ,…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ,୨୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ତପୁର ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ନନ୍ଦିପଦା ପୋଲିସ…

ବାଇକ ସହ ମୁହାଁମୁହିଁ ହେଲା ଭାଜପା ନେତାଙ୍କ ଗାଡ଼ି, ଚିଟିଙ୍ଗ ଘାଟିରେ….

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri