ଏଆଇଏଫଏଫ ନିର୍ବାଚନ ସପ୍ତାହେ ଘୁଞ୍ଚାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୨।୮ : ସୁପ୍ରିମକୋର୍ଟ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡ଼େରେଶନ (ଏଆଇଏଫଏଫ) ନିର୍ବାଚନକୁ ଏକ ସପ୍ତାହ ସ୍ଥଗିତ ରଖିଛନ୍ତି। ଫିଫା ଏଆଇଏଫଏଫକୁ ନିଲମ୍ବିତ କରିଥିବାରୁ କେନ୍ଦ୍ର ଏବଂ ଏଆଇଏଫଏଫ ପକ୍ଷରୁ କୁହାଯାଇଛି ଏହା ଦ୍ୱାରା ୧୭ ବିଶ୍ୱକପର ମହିଳା ଦଳଙ୍କୁ ପ୍ରଭାବିତ କରିବ। ଭାରତୀୟ ଖେଳାଳିମାନେ କୌଣସି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ।

ସୋଲିସିଟର ଜେନେରାଲ କୋର୍ଟଙ୍କ ସମ୍ମୁଖରେ ହାଜର ହୋଇ କହିଛନ୍ତି ଯେ ଏଆଇଏଫଏଫର ପ୍ରଶାସନ ଏକ ନିର୍ବାଚିତ ସଂସ୍ଥା ଦ୍ୱାରା ପରିଚାଳିତ ହେବା ଉଚିତ। ଏଆଇଏଫଏଫ କାର୍ଯ୍ୟନିର୍ବାହୀ ପରିଷଦକୁ ଆଗାମୀ ନିର୍ବାଚନ ପାଇଁ ଇଲେକ୍ଟୋରାଲ କଲେଜ ଏବଂ ରାଜ୍ୟ / ୟୁନିଅନ ଟେରିଟୋରି ଆସୋସିଏଶନ ସଦସ୍ୟମାନଙ୍କୁ ନେଇ ଗଠିତ। ସ୍ବାଧୀନ ନିର୍ବାଚନ କମିଟି ନୂତନ କାର୍ଯ୍ୟନିର୍ବାହୀ କମିଟି ପାଇଁ ନିର୍ବାଚନର ତଦାରଖ କରିବା ଉଚିତ ବୋଲି ସେ କହିଛନ୍ତି।

ସୁପ୍ରିମକୋର୍ଟ ଶୁଣାଣିରେ କହିଛନ୍ତି ଯେ ଆମେ ନିର୍ବାଚନକୁ ଏକ ସପ୍ତାହ ପର୍ଯ୍ୟନ୍ତ ସେପ୍ଟେମ୍ବର ୫ ତାରିଖକୁ ସ୍ଥଗିତ ରଖିବୁ। ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟରେ ଏକ ପୁନର୍ବିଚାର ଆବେଦନ କରାଯାଇଥିଲା। ଯେଉଁଥିରେ ଶୀଘ୍ର ଶୁଣାଣି ପାଇଁ ଦାବି କରାଯାଇଥିଲା। ଏହାକୁ ତାଲିକାଭୁକ୍ତ କରିବେ ବୋଲି ପ୍ରଧାନ ବିଚାରପତି ଏନଭି ରମନା କହିଛନ୍ତି। ଭୁଟିଆଙ୍କ ଆଇନଜୀବୀ ଏଆଇଏଫଏଫ ପାଇଁ ଏକ ନୂତନ ସମ୍ବିଧାନ ଏବଂ ବିଶିଷ୍ଟ କ୍ରୀଡ଼ାବିତ୍‌ଙ୍କ ୩୬ ସଦସ୍ୟ ବିଶିଷ୍ଟ ନିର୍ବାଚନ ମଣ୍ଡଳି ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ସମ୍ବିଧାନର ଡ୍ରାଫ୍ଟ ଚୂଡ଼ାନ୍ତ କରିବାକୁ ଭୁଟିଆ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ ବିବାଦ ଉପରେ କେନ୍ଦ୍ର ସରକାର ପ୍ରଶାସକ କମିଟି କୋଏର କାର୍ଯ୍ୟକାଳ ଶେଷ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ଯଥାଶୀଘ୍ର ଏଆଇଏଫଏଫର ପୁନଃନିର୍ବାଚନ ପାଇଁ ଦାବି କରିଥିଲେ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ଏଆଇଏଫଏଫର ନିର୍ବାଚିତ ସଂସ୍ଥା ଏହାର ତଦାରଖ କରିବା ଉଚିତ ଏବଂ କୋଏର ହସ୍ତକ୍ଷେପ ବନ୍ଦ ହେବା ଜରୁରୀ।

ଫିଫା ସହିତ କେନ୍ଦ୍ରର ଆଲୋଚନାକୁ ଆଧାର କରି କେନ୍ଦ୍ର ଅନୁରୋଧ କରିଛି ଯେ ଏଆଇଏଫଏଫ ଏକ ଉପଯୁକ୍ତ ନିର୍ବାଚିତ ସଂସ୍ଥା ଦ୍ୱାରା ପରିଚାଳନା କରାଯାଉ। କୌଣସି କ୍ଷେତ୍ରରେ ଏହା ତୃତୀୟ ପକ୍ଷ ଦ୍ୱାରା ପରିଚାଳିତ ହେବା ଉଚିତ ନୁହେଁ। ଭୋଟର ତାଲିକାରେ କେବଳଏଆଇଏଫଏଫର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସଦସ୍ୟ ସଙ୍ଗଠନର ପ୍ରତିନିଧୀମାନେ ଅନ୍ତର୍ଭୂକ୍ତ ହେବା ଉଚିତ ଏବଂ କ୍ରୀଡ଼ାବିତମାନଙ୍କୁ ଅନ୍ତର୍ଭୁକ୍ତ କରିବା ଉଚିତ ନୁହେଁ ।

ଏକ ନୂତନ କାର୍ଯ୍ୟନିର୍ବାହୀ କମିଟି ପାଇଁ ନିର୍ବାଚନ କରିବା ପାଇଁ ସାଧାରଣ ସଭା ଦ୍ୱାରା ଏକ ସ୍ବାଧୀନ ନିର୍ବାଚନ କମିଟି ଦ୍ୱାରା ହେଉ। ଏଆଇଏଫଏଫ ଏବଂ ଏଏଫସିର ଆବଶ୍ୟକତା ଅନୁଯାୟୀ ଏଆଇଏଫଏଫ ସମ୍ବିଧାନରେ ସଂଶୋଧନ କରାଯିବା ଉଚିତ। ଏଆଇଏଫଏଫ ଚାହୁଁଛି କୋଏର ଭୂମିକା ଅଗଷ୍ଟ ୨୩ ରେ ଶେଷ ହେବା ସହ ନିର୍ବାଚନ ଶୀଘ୍ର ହେଉ। ଯାହାଫଳରେ ନବ ନିର୍ବାଚିତ ସଂସ୍ଥା ଏଆଇଏଫଏଫ ଏବଂ ଫିଫାର କାର୍ଯ୍ୟ ପରିଚାଳନା କରିପାରିବ ଏବଂ ନିଲମ୍ବନ ପ୍ରତ୍ୟାହାର ହୋଇପାରିବ।

କୋଏର ସମ୍ବିଧାନର ପୂର୍ବ ଆଦେଶରେ ପରିବର୍ତ୍ତନ ଆଣିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଭାରତୀୟ ଫୁଟବଲ ପ୍ରଶାସନକୁ ନେଇ ଫିଫା ଚିନ୍ତା ପ୍ରକଟ କରିଛି। ଏଆଇଏଫଏଫର ନିଲମ୍ବନ ଭାରତୀୟ ଫୁଟବଲ ଏବଂ ଖେଳାଳିଙ୍କ ପାଇଁ ବିପଦଜନକ ପରିଣାମ ଦେଇଛି କାରଣ ଫିଫା ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣ କରିବାକୁ ମନା କରିଦେଇଛି। ଭାରତ ସରକାରଙ୍କ ସହ ଯୋଗାଯୋଗରେ ଫିଫା କହିଛି ଯେ ଖେଳଗୁଡିକ କେବଳ ଉପଯୁକ୍ତ ନିର୍ବାଚିତ ସଂସ୍ଥା ଦ୍ୱାରା ପରିଚାଳିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri