Posted inଜାତୀୟ

ଓକିଲଙ୍କ ଉପରେ ଲାଗିଲା ୧୦୦ ଟଙ୍କା ଜରିମାନା, ଏମିତି ଭରିଲେ ଟଙ୍କା

ନୂଆଦିଲ୍ଲୀ,୧୪।୮: ପ୍ରତିଦିନ ସୁପ୍ରିମକୋର୍ଟକୁ ଭିନ୍ନ ଭିନ୍ନ ପ୍ରକାରର ମାମଲା ଆସେ। ନିକଟରେ ସେମିତି ଏକ ଏକ ମାମଲା ସାମ୍ନାକୁ ଆସିଛି। ସୁପ୍ରିମକୋର୍ଟର ଜଣେ ଓକିଲଙ୍କ ଉପରେ କୋର୍ଟ ୧୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ତା’ପରେ ଓକିଲଙ୍କ ସହଯୋଗୀମାନେ ମିଶି ୫୦-୫୦ପଇସା ୨୦୦ ମୁଦ୍ରା ସଂଗ୍ରହ କରି ଜରିମାନା ଜମା କରିଥିଲେ। ସୁପ୍ରିମକୋର୍ଟର ଓକିଲଙ୍କ ଉପରେ ଲଗାଯାଇଥିବା ଜରିମାନାକୁ ବିରୋଧ କରି ଏଭଳି ନିଷ୍ପତ୍ତି ନିଆଯାଇଥିଲା ବୋଲି ଓକିଲମାନେ କହିଛନ୍ତି। ସୁପ୍ରିମକୋର୍ଟର ଓକିଲ ରିପକ କଂସଲ ରେଜିଷ୍ଟ୍ରି ଉପରେ ଅଭିଯୋଗ କରିଛନ୍ତି ଯେ ପ୍ରଥମେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାମଲା ଶୁଣାଣି ତାଲିକାର ଆରମ୍ଭରରେ ରହୁଛି ଅନ୍ୟ ଓକିଲ ତଥା ଲୋକଙ୍କ ମାମଲା ବହୁ ପଛରେ ରହିଛି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କଂସଲ କହିଛନ୍ତି ଯେ ସୁପ୍ରିମକୋର୍ଟର ବିଭାଗୀୟ ଅଧିକାରୀ କିମ୍ବା ରେଜିଷ୍ଟ୍ରି କ୍ରମାଗତ ଭାବରେ ବଡ ତଥା ପ୍ରଭାବଶାଳୀଙ୍କ ମାମଲା ଆଗ ଦେଖାଯାଉଛି। ଏହି ଆବେଦନରେ କୁହାଯାଇଛି ଯେ ଏହିପରି ଭାବରେ ବଡ ଆଇନଜୀବୀଙ୍କ ମାମଲା ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଥାଏ, ଯାହା ନ୍ୟାୟ ପାଇବା ପାଇଁ ସମାନ ସୁଯୋଗର ବିରୋଧୀ।

ଏହି ମାମଲାର ଶୁଣାଣି ବେଳେ ଜଜ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଏସ ଅବଦୁଲ ନାଜିର ଏବଂ ଜଷ୍ଟିସ ଏମଆର ଶାହା ରିପାକ କାନସାଲଙ୍କ ଆବେଦନକୁ ଖାରଜ କରି ୧୦୦ ଟଙ୍କା ଜରିମାନା କରିଛନ୍ତି। ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ. ରେଜିଷ୍ଟ୍ରିର ସମସ୍ତ ସଦସ୍ୟ ସମସ୍ତଙ୍କ ଜୀବନକୁ ସହଜ କରିବା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି ଏବଂ ଆପଣଙ୍କ ଆବେଦନ ସେମାନଙ୍କୁ ନିରୁତ୍ସାହିତ କରୁଛି। ଅଦାଲତ କହିଛନ୍ତି ଯେ ରେଜିଷ୍ଟ୍ରି ଆମ ଅଧୀନରେ ନୁହେଁ, ସେମାନେ ବହୁ ପରିମାଣରେ ସୁପ୍ରିମକୋର୍ଟର ଅଂଶ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri