Posted inଜାତୀୟ

ମନୀଷ ସିସୋଡିଆଙ୍କୁ ବଡ଼ ଆଶ୍ବସ୍ତି, ୧୭ ମାସ ପରେ ମିଳିଲା ଜାମିନ

ନୂଆଦିଲ୍ଲୀ,୯ା୮: ଆମ୍ ଆଦମୀ ପାର୍ଟି(ଏଏପି) ନେତା ମନୀଷ ସିସୋଡିଆଙ୍କୁ ଦୀର୍ଘ ଦିନ ପରେ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ୧୭ ମାସ ଜେଲରେ ରହିବା ପରେ ଜାମିନ ମିଳିଛି। ଏହି ମାମଲାରେ ବିଚାରପତି ବି.ଆର ଗାଭାଇ ଏବଂ କେ.ବି ବିଶ୍ୱନାଥଙ୍କ ଖଣ୍ଡପୀଠ ତିନିଦିନ ପୂର୍ବରୁ ରେ ସଂରକ୍ଷିତ ରଖିଥିଲେ। ମନୀଷ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ମନୀଷଙ୍କ ଜାମିନ ଖାରଜ କରିଦେଇଥିଲେ।

ମନୀଷଙ୍କୁ ଜାମିନ ଦେଇ ସୁପ୍ରିମକୋର୍ଟ କହିଛନ୍ତି, ” ଜାମିନ ମାମଲାରେ ହାଇକୋର୍ଟ ଏବଂ ଟ୍ରାଏଲ କୋର୍ଟ ସୁରକ୍ଷିତ ଖେଳ ଖେଳୁଛନ୍ତି। ଏପରି ମାମଲାରେ ଜାମିନ ଦେବାକୁ ମନ କରାଯାଇ ପାରିବ ନାହିଁ। ଏବେ ସମୟ ଆସି ଯାଇଛି କି ଅଦାଲତମାନଙ୍କୁ ବୁଝିବାକୁ ହେବ କି ଜାମିନର ଏକ ନିୟମ ଅଛି ଏବଂ ଜେଲ ଏକ ଅପବାଦ ଅଟେ।”

ଅତିରିକ୍ତ ସଲିସିଟର ଜେନେରାଲ ଏସବି ରାଜୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ କି ମନୀଷ ସିସୋଡିଆଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରବେଶ ଉପରେ ରୋକ ଲଗାଇବାକୁ କହିଥିଲେ। କିନ୍ତୁ ଖଣ୍ଡପୀଠ କହିଥିଲେ ଆମେ ଏହାର ଅନୁମତି ଦେଇପାରିବୁ ନାହିଁ। ସ୍ୱତନ୍ତ୍ରତା ମାମଲାରେ ପ୍ରତ୍ୟେକ ଦିନ ମୂଲ୍ୟବାନ ଅଟେ।

ତେବେ ସୁପ୍ରିମକୋର୍ଟ ସିସୋଡିଆଙ୍କୁ ତିନୋଟି ସର୍ତ୍ତରେ ଜାମିନ ଦେଇଛନ୍ତି। ପ୍ରଥମ ତାଙ୍କୁ ୧୦ ଲକ୍ଷ ଟଙ୍କା ମୁଚାଲିକା ଦାଖଲ କରିବାକୁ ହେବ। ଏହାବ୍ୟତୀତ ତାଙ୍କୁ ଦୁଇଜଣ ଜାମିନଦାର ଉପସ୍ଥିତ କରିବାକୁ ହେବ। ସେହିପରି ତୃତୀୟ ସର୍ତ୍ତ ହେଉଛି କି ସେ ତାଙ୍କର ପାସପୋର୍ଟକୁ କୋର୍ଟଙ୍କ ପାଖରେ ଦାଖଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଅବତରଣ, ଏମରଜେନ୍ସି ଷ୍ଟ୍ରିପରେ ପ୍ରଥମଥର ଓହ୍ଲାଇଲା ମୋଦିଙ୍କ ବିମାନ

ଗୁଆହାଟି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମ ଦିବ୍ରୁଗଡ଼ର ମୋରାନ ବାଇପାସରେ ଥିବା ଜରୁରୀକାଳୀନ ଅବତରଣ ସୁବିଧା (ELF) ରେ ଅବତରଣ କରିଥିଲେ। ସେଠାରେ ସେ ଲଢ଼ୁଆ…

‘ଦେଶ ପ୍ରତି ସେମାନଙ୍କର ସମର୍ପଣ ସର୍ବଦା ମନେ ରହିବ’, ପୁଲୱାମା ଆକ୍ରମଣରେ ଶହୀଦକୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ପ୍ରାଣବଳି ଦେଇଥିବା ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୈନିକଙ୍କ ବଳିଦାନକୁ ମନେ ପକାଇ…

କାର୍‌ରେ ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ: ତା’ପରେ ଘଟିଲା…

ଭୋପାଳ,୧୪ା୨:ଭୋପାଳରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ସହ ବ୍ଲାକ୍‌ମେଲ୍‌ କରାଯାଇଛି। ବଳାତ୍କାର ସମୟର ଭିଡିଓ ଶୁଟିଂ କରି ତାଙ୍କ ଠାରୁ ଟଙ୍କା ଦାବି କରାଯିବା ସହ…

ହାସିନାଙ୍କ ପ୍ରତ୍ୟର୍ପଣ ଦାବିକଲା ବିଏନ୍‌ପି: ଆଜି ଶପଥ ନେବେ ତାରିକ୍‌ ରହମାନ

ଢାକା,୧୪ା୨(ପି.ଟି./ଏଜେନ୍ସି):୨୦୨୪ ଅଗଷ୍ଟରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିରୋଧରେ ମୁଣ୍ଡ ଟେକିଥିବା ଛାତ୍ର ଆନ୍ଦୋଳନ ଶେଷରେ ତାଙ୍କୁ କ୍ଷମତାଚ୍ୟୁତ କରିଥିଲା। ଅଗଷ୍ଟ ୫ରେ ହାସିନା ଦେଶ…

କାହାକୁ ପଠାଯିବ ରାଜ୍ୟ ସଭା, ତୋମାର କହିଲେ…

ଭୁବନେଶ୍ୱର, ୧୪।୨(ସୁନିତ୍‌ ମିଶ୍ର): ୨୦୨୬ ଏପ୍ରିଲରେ ଖାଲି ହେବାକୁ ଥିବା ୪ ରାଜ୍ୟ ସଭା ଆସନରୁ ୩ଟି ଭାଜପା ଦଖଲ କରିବ। ସେଥିପାଇଁ ରଣନୀତି ପ୍ରସ୍ତୁତ ସରିଛି।…

ଯଦି ସେ ଶଙ୍କରାଚାର୍ଯ୍ୟ ଥିଲେ ତେବେ ଆପଣ କାହିଁକି ଲାଠିଚାର୍ଜ କରିଥିଲେ? ସମାଜବାଦୀ ପାର୍ଟି ଉପରେ ବର୍ଷିଲେ ଯୋଗୀ…

ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶ ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି (SP) କୁ କଡ଼ା ସମାଲୋଚନା କରିଛନ୍ତି। ମାଘ ମେଳାରେ ଘଟିଥିବା ଘଟଣାକୁ ନେଇ ସେ…

ଶୀତକାଳୀନ ଅଲିମ୍ପିକ୍ସରେ କଣ୍ଡୋମ୍ ସଙ୍କଟ: ମାତ୍ର ୩ ଦିନରେ ଶେଷ ହେଲା ୧୦,୦୦୦ ପ୍ୟାକେଟ୍

ନୂଆଦିଲ୍ଲୀ,୧୩।୨: ଇଟାଲୀରେ ଅନୁଷ୍ଠିତ ୨୦୨୬ ଶୀତକାଳୀନ ଅଲିମ୍ପିକ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଖେଳ ଆରମ୍ଭର ମାତ୍ର ୩ ଦିନ ମଧ୍ୟରେ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ…

ଅଭିନେତା ବିଜୟଙ୍କ ରାଲିରେ ଅଘଟଣ, ଭାଷଣ ସମୟରେ ଟଳି ପଡ଼ିଲେ ଯୁବକ

ଚେନ୍ନାଇ,୧୩।୨: ଶୁକ୍ରବାର ତାମିଲନାଡୁର ସାଲେମରେ ଟିଭିକେ ମୁଖ୍ୟ ଏବଂ ଅଭିନେତା ବିଜୟ ଥାଲାପତିଙ୍କ ଏକ ରାଲିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସାଲେମର ଜଣେ ପୋଲିସ ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri