Posted inଜାତୀୟ

କେନ୍ଦ୍ର ସରକାରଙ୍କୁ ଏମିତି ପ୍ରଶ୍ନ କଲେ ସୁପ୍ରିମକୋର୍ଟ: ଏବେ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୨ା୮(ପି.ଟି.):ସାମ୍ବିଧାନିକ ପଦାଧିକାରୀମାନେ ଯଦି ସେମାନଙ୍କ କର୍ତ୍ତବ୍ୟ ପାଳନ କରିବାକୁ ମନା କରନ୍ତି କିମ୍ବା ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌ ଉପରେ ରାଜ୍ୟପାଳ କୌଣସି ପଦକ୍ଷେପ ନ ନେଇ ବସିରହନ୍ତି, ତେବେ ସାମ୍ବିଧାନିକ ଅଦାଲତ ହାତବାନ୍ଧି ବସିପାରିବେ କି ବୋଲି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଯଦି କେତେଜଣ ରାଜ୍ୟପାଳ ବିଲ୍‌ ଉପରେ ବସି ରହୁଛନ୍ତି, ତେବେ ରାଜ୍ୟଗୁଡ଼ିକ ଏହାର ରାଜନୈତିକ ସମାଧାନ ପନ୍ଥା ବାହାର କରିବା ଆବଶ୍ୟକ, ନ୍ୟାୟିକ ସମାଧାନ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ କହିବା ପରେ ପ୍ରଧାନ ବିଚାରପତି ବି.ଆର୍‌. ଗବଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।
ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌ ଉପରେ ନିଷ୍ପତ୍ତି ନେବାକୁ ସର୍ବୋଚ୍ଚ ଅଦାଲତ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନିମନ୍ତେ ସମୟସୀମା ଧାର୍ଯ୍ୟ କରିପାରିବେ କି ବୋଲି ପ୍ରଶ୍ନ ଉଠିଥିଲା। ପ୍ରେସିଡେନ୍ସିଆଲ୍‌ ରିଫରେନ୍ସର ଶୁଣାଣି ପାଇଁ ଗଠିତ ଖଣ୍ଡପୀଠରେ ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ବିକ୍ରମ ନାଥ, ପି.ଏସ୍‌. ନରସିମ୍‌ହା ଏବଂ ଏ.ଏସ୍‌. ଚନ୍ଦୁରକର ରହିଛନ୍ତି। ଯଦି କୌଣସି ଭୁଲ୍‌ ରହିଛି, ତେବେ ତାହାର ସମାଧାନର ଉପାୟ ରହିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।
ମେହେଟ୍ଟା କହିଥିଲେ, ଅଦାଲତରେ ସବୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଏକ ଗଣତନ୍ତ୍ରରେ ଆଲୋଚନାକୁ ପ୍ରାଧାନ୍ୟ ଦେବାକୁ ହେବ। ଏହା ଉପରେ ଜଷ୍ଟିସ୍‌ କାନ୍ତ ପ୍ରଶ୍ନ କରିଥିଲେ, ଯଦି ବିଭିନ୍ନ ରାଜ୍ୟରେ ରାଜ୍ୟପାଳ କାର୍ଯ୍ୟ ନ କରନ୍ତି ଏବଂ ସମ୍ପୃକ୍ତ ରାଜ୍ୟ ଅଦାଲତଙ୍କ ଦ୍ୱାରସ୍ଥ ହୁଅନ୍ତି, ତେବେ ସେଭଳି କ୍ଷେତ୍ରରେ ନ୍ୟାୟିକ ସମୀକ୍ଷାକୁ ସମ୍ପୂର୍ଣ୍ଣ ବର୍ଜନ କରାଯାଇପାରିବ କି? ତେବେ ସମାଧାନ କ’ଣ ହୋଇପାରିବ ଜଣାଇବାକୁ ସେ ମେହେଟ୍ଟାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସଲିିସିଟର ଜେନେରାଲ କହିଥିଲେ, ରାଜ୍ୟପାଳ ବିଲ୍‌କୁ ପକାଇ ରଖୁଥିଲେ, ଏହାର ରାଜନୈତିକ ସମାଧାନକୁ ଗ୍ରହଣ କରାଯାଇପାରେ। ସବୁଠାରେ ମୁଖ୍ୟମନ୍ତ୍ରୀ କୋର୍ଟକୁ ଯାଉନାହାନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରୁଥିବାର ବହୁ ନଜିର ରହିଛି। ସେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟି ସମାଧାନର ସୂତ୍ର ବାହାର କରୁଛନ୍ତି। ଅଚଳାବସ୍ଥା ଦୂର ପାଇଁ ଟେଲିଫୋନ୍‌ ଯୋଗେ ଆଲୋଚନା ହେଉଥିବା ଦେଖାଯାଇଛି ବୋଲି ମେହେଟ୍ଟା କହିଥିଲେ। ବିବାଦ ସମାଧାନ ନେଇ ବହୁ ଦଶନ୍ଧି ହେଲା ଏଭଳି ବ୍ୟବସ୍ଥା ଗ୍ରହଣୀୟ ହୋଇଆସିଛି। ପ୍ରତିନିଧିମାନେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଭେଟି ଏକ ମଧ୍ୟବର୍ତ୍ତୀ ପନ୍ଥା ବାହାର କରିଥାନ୍ତି। ତେଣୁ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଅଚଳାବସ୍ଥା ଦୂରକରିବା ପାଇଁ ରାଷ୍ଟ୍ରନାୟକତ୍ୱ ଓ ରାଜନୈତିକ ପରିପକ୍ୱତାର ପ୍ରୟୋଗ ଉପରେ ମେହେଟ୍ଟା ଗୁରୁତ୍ୱ ଦେଇଥିଲେ। ବିଲ୍‌ ଉପରେ ନିଷ୍ପତ୍ତି ନେବା ଲାଗି ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ନିମନ୍ତେ ସମ୍ବିଧାନରେ କେଉଁଠି ସମୟସୀମା ଧାର୍ଯ୍ୟ ହୋଇନାହିଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଏହାର ଜବାବରେ ସିଜେଆଇ ଗବଇ କହିଥିଲେ, ଯଦି କୌଣସିି ଭୁଲ୍‌ ଥାଏ, ତାହାର ସମାଧାନର ଉପାୟ ରହିବା ଆବଶ୍ୟକ। ସର୍ବୋଚ୍ଚ ଅଦାଲତ ହେଉଛନ୍ତି ସମ୍ବିଧାନର ତତ୍ତ୍ୱାବଧାରକ ଏବଂ ଏହାକୁ ଶାବ୍ଦିକ ଅର୍ଥରେ ସମ୍ବିଧାନର ବ୍ୟାଖ୍ୟା କରିବାକୁ ହେବ। ଜଷ୍ଟିସ୍‌ ମେହେଟ୍ଟା ମଧ୍ୟ ଏଥିରେ ସହମତ ହୋଇଥିଲେ।
ନିର୍ବାଚିତ ଜନପ୍ରତିନିଧିଙ୍କର ଯଥେଷ୍ଟ ଅଭିଜ୍ଞତା ରହିଥିବାରୁ ସେମାନଙ୍କୁ ହେୟ କରା ନ ଯାଉ ବୋଲି ମେହେଟ୍ଟା କହିବାରୁ ସିଜେଆଇ କହିଥିଲେ, ଆମେ ସେଭଳି କେବେ କହିନାହୁଁ। ନ୍ୟାୟିକ ସକ୍ରିୟତା ନ୍ୟାୟିକ ଆତଙ୍କରେ ପରିଣତ ହେବା ଉଚିତ ନୁହେଁ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ତାମିଲନାଡୁ ବିଧାନସଭାରେ ଗୃହୀତ ୧୦ଟି ବିଲ୍‌ ଉପରେ ରାଜ୍ୟପାଳ ମଞ୍ଜୁରୀ ନ ଦେଇ ଏହାକୁ ଦୀର୍ଘଦିନ ପକାଇ ରଖିଥିବାରୁ ସମ୍ପୃକ୍ତ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଲ୍‌ଗୁଡ଼ିକ ଉପରେ ରାଜ୍ୟପାଳ ୧ ମାସ ମଧ୍ୟରେ ଏବଂ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ନେବା ପାଇଁ ସର୍ବୋଚ୍ଚ ଅଦାଲତ ସମୟସୀମା ଧାର୍ଯ୍ୟ କରିଥିବାବେଳେ କେନ୍ଦ୍ର ସରକାର ଏହାର ପୁନର୍ବିଚାର ପାଇଁ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri