Posted inଜାତୀୟ

କେନ୍ଦ୍ର ସରକାରଙ୍କୁ ଏମିତି ପ୍ରଶ୍ନ କଲେ ସୁପ୍ରିମକୋର୍ଟ: ଏବେ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୨ା୮(ପି.ଟି.):ସାମ୍ବିଧାନିକ ପଦାଧିକାରୀମାନେ ଯଦି ସେମାନଙ୍କ କର୍ତ୍ତବ୍ୟ ପାଳନ କରିବାକୁ ମନା କରନ୍ତି କିମ୍ବା ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌ ଉପରେ ରାଜ୍ୟପାଳ କୌଣସି ପଦକ୍ଷେପ ନ ନେଇ ବସିରହନ୍ତି, ତେବେ ସାମ୍ବିଧାନିକ ଅଦାଲତ ହାତବାନ୍ଧି ବସିପାରିବେ କି ବୋଲି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଯଦି କେତେଜଣ ରାଜ୍ୟପାଳ ବିଲ୍‌ ଉପରେ ବସି ରହୁଛନ୍ତି, ତେବେ ରାଜ୍ୟଗୁଡ଼ିକ ଏହାର ରାଜନୈତିକ ସମାଧାନ ପନ୍ଥା ବାହାର କରିବା ଆବଶ୍ୟକ, ନ୍ୟାୟିକ ସମାଧାନ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ କହିବା ପରେ ପ୍ରଧାନ ବିଚାରପତି ବି.ଆର୍‌. ଗବଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।
ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌ ଉପରେ ନିଷ୍ପତ୍ତି ନେବାକୁ ସର୍ବୋଚ୍ଚ ଅଦାଲତ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନିମନ୍ତେ ସମୟସୀମା ଧାର୍ଯ୍ୟ କରିପାରିବେ କି ବୋଲି ପ୍ରଶ୍ନ ଉଠିଥିଲା। ପ୍ରେସିଡେନ୍ସିଆଲ୍‌ ରିଫରେନ୍ସର ଶୁଣାଣି ପାଇଁ ଗଠିତ ଖଣ୍ଡପୀଠରେ ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ବିକ୍ରମ ନାଥ, ପି.ଏସ୍‌. ନରସିମ୍‌ହା ଏବଂ ଏ.ଏସ୍‌. ଚନ୍ଦୁରକର ରହିଛନ୍ତି। ଯଦି କୌଣସି ଭୁଲ୍‌ ରହିଛି, ତେବେ ତାହାର ସମାଧାନର ଉପାୟ ରହିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।
ମେହେଟ୍ଟା କହିଥିଲେ, ଅଦାଲତରେ ସବୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଏକ ଗଣତନ୍ତ୍ରରେ ଆଲୋଚନାକୁ ପ୍ରାଧାନ୍ୟ ଦେବାକୁ ହେବ। ଏହା ଉପରେ ଜଷ୍ଟିସ୍‌ କାନ୍ତ ପ୍ରଶ୍ନ କରିଥିଲେ, ଯଦି ବିଭିନ୍ନ ରାଜ୍ୟରେ ରାଜ୍ୟପାଳ କାର୍ଯ୍ୟ ନ କରନ୍ତି ଏବଂ ସମ୍ପୃକ୍ତ ରାଜ୍ୟ ଅଦାଲତଙ୍କ ଦ୍ୱାରସ୍ଥ ହୁଅନ୍ତି, ତେବେ ସେଭଳି କ୍ଷେତ୍ରରେ ନ୍ୟାୟିକ ସମୀକ୍ଷାକୁ ସମ୍ପୂର୍ଣ୍ଣ ବର୍ଜନ କରାଯାଇପାରିବ କି? ତେବେ ସମାଧାନ କ’ଣ ହୋଇପାରିବ ଜଣାଇବାକୁ ସେ ମେହେଟ୍ଟାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସଲିିସିଟର ଜେନେରାଲ କହିଥିଲେ, ରାଜ୍ୟପାଳ ବିଲ୍‌କୁ ପକାଇ ରଖୁଥିଲେ, ଏହାର ରାଜନୈତିକ ସମାଧାନକୁ ଗ୍ରହଣ କରାଯାଇପାରେ। ସବୁଠାରେ ମୁଖ୍ୟମନ୍ତ୍ରୀ କୋର୍ଟକୁ ଯାଉନାହାନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରୁଥିବାର ବହୁ ନଜିର ରହିଛି। ସେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟି ସମାଧାନର ସୂତ୍ର ବାହାର କରୁଛନ୍ତି। ଅଚଳାବସ୍ଥା ଦୂର ପାଇଁ ଟେଲିଫୋନ୍‌ ଯୋଗେ ଆଲୋଚନା ହେଉଥିବା ଦେଖାଯାଇଛି ବୋଲି ମେହେଟ୍ଟା କହିଥିଲେ। ବିବାଦ ସମାଧାନ ନେଇ ବହୁ ଦଶନ୍ଧି ହେଲା ଏଭଳି ବ୍ୟବସ୍ଥା ଗ୍ରହଣୀୟ ହୋଇଆସିଛି। ପ୍ରତିନିଧିମାନେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଭେଟି ଏକ ମଧ୍ୟବର୍ତ୍ତୀ ପନ୍ଥା ବାହାର କରିଥାନ୍ତି। ତେଣୁ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଅଚଳାବସ୍ଥା ଦୂରକରିବା ପାଇଁ ରାଷ୍ଟ୍ରନାୟକତ୍ୱ ଓ ରାଜନୈତିକ ପରିପକ୍ୱତାର ପ୍ରୟୋଗ ଉପରେ ମେହେଟ୍ଟା ଗୁରୁତ୍ୱ ଦେଇଥିଲେ। ବିଲ୍‌ ଉପରେ ନିଷ୍ପତ୍ତି ନେବା ଲାଗି ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ନିମନ୍ତେ ସମ୍ବିଧାନରେ କେଉଁଠି ସମୟସୀମା ଧାର୍ଯ୍ୟ ହୋଇନାହିଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଏହାର ଜବାବରେ ସିଜେଆଇ ଗବଇ କହିଥିଲେ, ଯଦି କୌଣସିି ଭୁଲ୍‌ ଥାଏ, ତାହାର ସମାଧାନର ଉପାୟ ରହିବା ଆବଶ୍ୟକ। ସର୍ବୋଚ୍ଚ ଅଦାଲତ ହେଉଛନ୍ତି ସମ୍ବିଧାନର ତତ୍ତ୍ୱାବଧାରକ ଏବଂ ଏହାକୁ ଶାବ୍ଦିକ ଅର୍ଥରେ ସମ୍ବିଧାନର ବ୍ୟାଖ୍ୟା କରିବାକୁ ହେବ। ଜଷ୍ଟିସ୍‌ ମେହେଟ୍ଟା ମଧ୍ୟ ଏଥିରେ ସହମତ ହୋଇଥିଲେ।
ନିର୍ବାଚିତ ଜନପ୍ରତିନିଧିଙ୍କର ଯଥେଷ୍ଟ ଅଭିଜ୍ଞତା ରହିଥିବାରୁ ସେମାନଙ୍କୁ ହେୟ କରା ନ ଯାଉ ବୋଲି ମେହେଟ୍ଟା କହିବାରୁ ସିଜେଆଇ କହିଥିଲେ, ଆମେ ସେଭଳି କେବେ କହିନାହୁଁ। ନ୍ୟାୟିକ ସକ୍ରିୟତା ନ୍ୟାୟିକ ଆତଙ୍କରେ ପରିଣତ ହେବା ଉଚିତ ନୁହେଁ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ତାମିଲନାଡୁ ବିଧାନସଭାରେ ଗୃହୀତ ୧୦ଟି ବିଲ୍‌ ଉପରେ ରାଜ୍ୟପାଳ ମଞ୍ଜୁରୀ ନ ଦେଇ ଏହାକୁ ଦୀର୍ଘଦିନ ପକାଇ ରଖିଥିବାରୁ ସମ୍ପୃକ୍ତ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଲ୍‌ଗୁଡ଼ିକ ଉପରେ ରାଜ୍ୟପାଳ ୧ ମାସ ମଧ୍ୟରେ ଏବଂ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ନେବା ପାଇଁ ସର୍ବୋଚ୍ଚ ଅଦାଲତ ସମୟସୀମା ଧାର୍ଯ୍ୟ କରିଥିବାବେଳେ କେନ୍ଦ୍ର ସରକାର ଏହାର ପୁନର୍ବିଚାର ପାଇଁ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?