Posted inଜାତୀୟ

‘୨ ମିନିଟର ଖୁସି’ ବୟାନ ପାଇଁ କୋଲକାତା ହାଇକୋର୍ଟଙ୍କୁ କଡ଼ା ସମାଲୋଚନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୧୨: ପ୍ରତ୍ୟେକ ମହିଳା ଏବଂ କିଶୋରୀ ମାନଙ୍କ ଯୌନ ଇଛା ଉପରେ କୋଲକାତା ହାଇକୋର୍ଟ ଦେଇଥିବା ବୟାନକୁ ଗମ୍ଭିରାତାର ସହିତ ନେଇଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ତାଙ୍କର ଏହି ବୟାନରେ କହିଥିଲେ କି ”ଝିଅମାନେ ସେମାନଙ୍କର ଯୌନ ଇଛା ଉପରେ ରଖନ୍ତୁ, କାରଣ ସମାଜ ଆଖିରେ ଯେତେବେଳେ ଗୋଟିଏ ଝିଅ ଦୁଇ ମିନିଟର ସୁଖ ପାଇଁ ପ୍ରସ୍ତୁତ ହୋଇଯାଏ ସେତେବେଳେ ସେ ହାର ମାନିଯାଏ।”

ଏବେ ସୁପ୍ରିମକୋର୍ଟ ଏହି ମାମାମଲାରେ ସଜ୍ଞାନ ନେଇ କହିଛନ୍ତି ଏହି ମନ୍ତବ୍ୟ ଆପତ୍ତିଜନକ ଏବଂ ଅନୁଚିତ ଅଟେ, ଯାହା ସମ୍ବିଧାନର ଧାରା ୨୧ ଅନୁଯାୟୀ ନାବାଳିକା ମାନଙ୍କର ଅଧିକାରକୁ ଉଲଂଘନ କରୁଛି। ଏଭଳି ମାମଲାରେ ବିଚାରପତିମାନେ ବ୍ୟକ୍ତିଗତ ମତାମତ ଦେବାରୁ ନିବୃତ ରହିବା ଉଚିତ। ଏହି ମାମଲାର ଶୁଣାଣୀରେ ଅନେକ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି।

ଏଥି ସହିତ ମାମଲାରେ ସୁପ୍ରିମକୋର୍ଟ ପୀଡିତା ଏବଂ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି। ଜାନୁୟାରୀ 4 ପର୍ଯ୍ୟନ୍ତ ନୋଟିସର ଉତ୍ତର ଦେବାକୁ କହି ବିଚାରପତି ଅଭୟ ଏସ ଓକ ଏବଂ ଜଷ୍ଟିସ ପଙ୍କଜ ମିତ୍ତଲଙ୍କ ଖଣ୍ଡପୀଠ ମନ୍ତବ୍ୟ ଦେଇ କହିଛନ୍ତି ଯେ ଏଭଳି ମାମଲାରେ ବିଚାରପତିମାନେ ସେମାନଙ୍କର ବ୍ୟକ୍ତିଗତ ମତ ପ୍ରକାଶ କରିବା ଉଚିତ ନୁହେଁ। ଏପରି ଆଦେଶ କିଶୋରମାନଙ୍କ ଅଧିକାରର ଉଲ୍ଲଂଘନ। ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିବା ଆଦେଶ ପଛରେ ପୋସ୍କୋ ଆଇନ ସମ୍ବନ୍ଧୀୟ କୌଣସି କାରଣ ଦିଆଯାଇ ନାହିଁ। ଏପରିକି ପ୍ରଥମ ଦୋଷରେ ଦୋଷୀକୁ ନିର୍ଦ୍ଦୋଷରେ ଖଲାସ କରିବା ଠିକ୍ ନୁହେଁ। ସୁପ୍ରିମକୋର୍ଟ ରେଜିଷ୍ଟ୍ରିକୁ ମଧ୍ୟ ହାଇକୋର୍ଟଙ୍କ ଆଦେଶର ନକଲ ମାଗିବାକୁ କହିଥିଲେ। କୋର୍ଟ ମଧ୍ୟ ବରିଷ୍ଠ ଆଡଭୋକେଟ୍ ମାଧବୀ ଡିଭାନ୍ଙ୍କୁ ଆମିକସ୍ କ୍ୟୁରି ଭାବରେ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri