Posted inଖେଳ

କୁସ୍ତିଯୋଦ୍ଧାଙ୍କ ପ୍ରତି ବଢୁଛି ସମର୍ଥନ

ନୂଆଦିଲ୍ଲୀ, ୨୮ା୪: ଭାରତୀୟ କୁସ୍ତିଯୋଦ୍ଧା ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଯନ୍ତର ମନ୍ତରଠାରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ସମର୍ଥନ ଦିନକୁ ଦିନ ବଢିବାରେ ଲାଗିଛି।

ଡବ୍ଲ୍ୟୁଏଫ୍‌ଆଇ ସଭାପତିଙ୍କ ବିରୋଧରେ ଯୌନ ଉତ୍‌ପୀଡ଼ନ ଏବଂ ଆଥଲେଟମାନଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ଅଲିମ୍ପିକ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କ ସମେତ ଭାରତୀୟ କ୍ରୀଡ଼ା ସମୁଦାୟ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ସେମାନଙ୍କର ସମର୍ଥନ ଜଣାଇଛନ୍ତି। ଧର୍ମଘଟ ଚଳାଇଥିବା ରେସଲରଙ୍କ ଦାବି ପୂରଣ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ନିବେଦନ କରିଛନ୍ତି। କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ ଜଣାଇବାକୁ ଆଗେଇ ଆସିଥିବା ଆଥଲେଟମାନଙ୍କ ମଧ୍ୟରେ ଜାଭେଲିନ୍‌ ଥ୍ରୋୟର ଚୋପ୍ରାଙ୍କ ସମେତ ବକ୍ସର ନିଖତ ଜରିନ୍‌, ଟେନିସ ଷ୍ଟାର ସାନିଆ ମିର୍ଜା, ହକି ଖେଳାଳି ରାଣୀ ରାମପାଲ, ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ, ହରଭଜନ ସିଂ, ଇର୍ଫାନ ପଠାନ, ମଦନ ଲାଲ୍‌ ଓ ନବଜୋତ ସିଂ ସିଦ୍ଧୁ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

VIDEO: ଟସ୍‌ ଛାଡି ହଠାତ୍‌ କୁଆଡେ ଚାଲିଗଲେ କ୍ୟାପଟେନ ସୂର୍ଯ୍ୟକୁମାର? ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟରେ, ଖେଳାଳିମାନଙ୍କ ମଧ୍ୟରେ ସମ୍ପର୍କ ପ୍ରାୟତଃ ବିଜୟ ଏବଂ ପରାଜୟକୁ ଅତିକ୍ରମ କରିଯାଏ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସମାନ ଦୃଶ୍ୟ ଦେଖାଯାଇଥିଲା, ଯେତେବେଳେ ଅଧିନାୟକ…

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଲେ ଅନୁରାଗ ଠାକୁର, ୯ ବର୍ଷର ବିଳମ୍ବ ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୮।୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର, ବିସିସିଆଇରେ ପଦରେ ଲାଗିଥିବା ପ୍ରତିବନ୍ଧକ ଉଠାଇବା ନିଷ୍ପତ୍ତିରେ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

Video: ଦର୍ଶକଙ୍କ ମନ ଚୋରି କଲେ ନୋରା, ବାନ୍ଧି ରଖିଲେ ବାଦଶାହା

ନୂଆଦିଲ୍ଲୀ,୮।୨: ଟି-୨୦ ବିଶ୍ୱକପ ୨୦୨୬ ଶନିବାର, ଫେବୃଆରୀ ୭ରେ ଆରମ୍ଭ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯାଇଥିଲା, ଯେଉଁଥିରେ ଟିମ ଇଣ୍ଡିଆ ଏବଂ ଆମେରିକା…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri