ରାଶନ ଯୋଗାଇଦେବାକୁ ଯୋଗାଣ ନିରୀକ୍ଷକଙ୍କ ନିର୍ଦ୍ଦେଶ

ନୂଆଗାଁ,୨୭ା୩ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହାଁବାରି ଗ୍ରାମର ବାସନ୍ତୀ ନାୟକ ୬ ମାସ ହେଲା ରାଶନ ସାମଗ୍ରୀ ପାଉ ନ ଥିଲେ। ଏ ନେଇ ଶୁକ୍ରବାର ନୂଆଗାଁ ଯୋଗାଣ ନିରୀକ୍ଷକଙ୍କୁ ଭେଟି ବାସନ୍ତୀ ଓ ଭିନ୍ନକ୍ଷମ ଝିଅ ଅଭିଯୋଗ କରିଥିଲେ। ତେବେ ବାସନ୍ତୀଙ୍କ ରାଶନ କାର୍ଡରେ ସବୁ ଠିକ୍‌ଠାକ୍‌ ଥିବାବେଳେ ତାଙ୍କୁ କାହିଁକି ସାମଗ୍ରୀ ଦିଆଯାଉନାହିଁ ବୋଲି ସମ୍ପୃକ୍ତ ପଞ୍ଚାୟତର ପଞ୍ଚାୟତ ଅଧିକାରୀଙ୍କୁ ବୁଝିବା ସହ ଯଥାଶୀଘ୍ର ଉକ୍ତ ପରିବାରକୁ ରାଶନ ସାମଗ୍ରୀ ଯୋଗାଇ ଦେବା ପାଇଁ ନୂଆଗାଁ ବ୍ଲକ ଯୋଗାଣ ନିରୀକ୍ଷକ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଗାଁ ବ୍ଲକ ବେରୁହାଁବାରି ଗାଁର ସୁଜନ ନାୟକଙ୍କ ପରିବାର କହିଲେ ସ୍ତ୍ରୀ ବାସନ୍ତୀ ନାୟକ, ଗୋଟିଏ ପୁଅ ଓ ଗୋଟିଏ ଭିନ୍ନକ୍ଷମ ଝିଅ। ୬ ମାସ ପୂର୍ବେ ସୁଜନଙ୍କର ପରଲୋକ ହୋଇଥିବା ବେଳେ ମାନସିକ ଅନଗ୍ରସର ଭିନ୍ନକ୍ଷମ ଝିଅ ଓ ପୁଅକୁ ଧରି ପରିବାରର ବୋଝ ବାସନ୍ତୀ ଉଠାଉଛନ୍ତି। ପରିବାରରେ ୪ଜଣ ସଦସ୍ୟ ରହିଥିଲେ ମଧ୍ୟ ପୁଅ ଓ ଝିଅକୁ ବାଦ୍‌ ଦେଇ ସ୍ବାମୀ ଓ ସ୍ତ୍ରୀଙ୍କ ନାମ ରାଶନ କାର୍ଡରେ ରହିଛି। ସ୍ବାମୀ ଥିବା ସମୟରେ ୧୦ କେଜି ଚାଉଳ ମିଳୁଥିଲା। କିନ୍ତୁ ସ୍ବାମୀଙ୍କ ମୃତ୍ୟୁପରେ କିଛି ମିଳୁନାହିଁ। ବର୍ତ୍ତମାନ ସମୟରେ ବାସନ୍ତୀଙ୍କ ପରିବାର ସଦସ୍ୟଙ୍କ ସଂଖ୍ୟା ୩ ରହିଥିବା ବେଳେ ଏଥିରେ କେବଳ ଭିନ୍ନକ୍ଷମ ଝିଅର ନାମ ରହିଛି। ବାସନ୍ତୀ ଏବଂ ତାଙ୍କ ପୁଅର ନାମକୁ ଏହି କାର୍ଡରୁ ବାଦ୍‌ ଦିଆଯାଇଛି। ତେଣୁ ପରିବାର ଚଳାଇବାରେ ଅସୁବିଧା ହେବାରୁ ନୂଆଗାଁ ବ୍ଲକକୁ ଆସି ଯୋଗାଣ ନିରୀକ୍ଷକ ବି. ଶ୍ରୀହର୍ଷଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ। ଅଭିଯୋଗ ବାବଦରେ ବେରୁହାଁବାରି ପଞ୍ଚାୟତ ଅଧିକାରୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଯୋଗାଣ ନିରୀକ୍ଷକ ଦେଇଥିଲେ। ତେଣୁ ବର୍ତ୍ତମାନ ରାଶନ କାର୍ଡରେ ପରିବାରର ସମସ୍ତଙ୍କ ନାମ ସଂଯୋଗ କରିବା ସହ ଉକ୍ତ ପରିବାରକୁ ସାମଗ୍ରୀ ଯୋଗାଇ ଦେବାକୁ ପଞ୍ଚାୟତ ଅଧିକାରୀଙ୍କୁ ନୂଆଗାଁ ବ୍ଲକ ଯୋଗାଣ ନିରୀକ୍ଷକ ବି. ଶ୍ରୀହର୍ଷ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି।  ନୂଆଗାଁ  ନୂଆଗାଁ


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri