ପିଡିଏସ୍‌ ଚାଉଳ ବଦଳରେ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୋଗାଣ ସହାୟକ, ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି…

ଲୋଇସିଂହା,୭ା୧୧: ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାକୁ ଯାଇ ଜଣେ ସରକାରୀ କର୍ମଚାରୀ ପୂର୍ବରୁ ରଖିଥିବା ଏକ ଅନ୍ତରଙ୍ଗ ମୁର୍ହୂତ୍ତର ଭିଡିଓ ଭାଇରାଲ କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଭିଡିଓ ଭାଇରାଲ ହେବା ଜାଣିବା ପରେ ସମ୍ପୃକ୍ତ ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଜାତିଆଣ ଆକ୍ଷେପ କରାଯିବା ସହ ଆକ୍ରମଣ କରାଯାଇଛି। ଏନେଇ ମହିଳା ଜଣକ ସୋମବାର ଆଗଲପୁର ଥାନାରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି। ଥାନାରେ କେସ୍‌ ନଂ ୧୮୬/୨୪ରେ ଏକ ମାମଲା ରୁଜୁ ହୋଇଛି।

ଅଭିଯୋଗରୁ ପ୍ରକାଶ ଯେ, ପ୍ରାୟ ଦେଢ଼ବର୍ଷ ତଳେ ସମ୍ପୃକ୍ତ ମହିଳା ଜଣଙ୍କୁ ଦାୟିତ୍ୱରେ ଥିବା କର୍ମଚାରୀ ଜଣକ ପିଡିଏସ୍‌ ଚାଉଳ ନେବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଡାକିଥିଲେ। ସେ ଯାଇ ପିଡିଏସ ଚାଉଳ ନେବାବେଳେ ସେଠାରେ କେହି ନ ଥିବାର ସୁଯୋଗ ନେଇ ସେହି କର୍ମଚାରୀ ତାଙ୍କୁ ଏକ ନିଛାଟିଆ କୋଠରିକୁ ଡାକିନେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏପରି କି ତାଙ୍କ ଅଜାଣତରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ନେଇଥିଲେ। ଉକ୍ତ ଭିଡିଓକୁ ନେଇ ବ୍ଲାକମେଲିଂ କରି ପ୍ରାୟ ସମୟରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। କିଛିଦିନ ପୂର୍ବରୁ କର୍ମଚାରୀ ଜଣକ ସମ୍ପର୍କ ରଖିବାକୁ ସମ୍ପୃକ୍ତ ପୀଡ଼ିତାଙ୍କୁ ଡାକିଥିଲେ। ହେଲେ ସେ ନ ଆସିବାରୁ ପୂର୍ବରୁ ରଖିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ କର୍ମଚାରୀ ଏବଂ ତାଙ୍କ ସହଯୋଗୀ ଭାଇରାଲ କରିଥିଲେ। ଏ ସଂକ୍ରାନ୍ତରେ ପୀଡ଼ିତା ଜଣକ ଗତ ୨ ତାରିଖରେ ଜାଣିବାକୁ ପାଇଥିଲେ। ସେହିଦିନ ସେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ କରିବାରୁ ତାଙ୍କୁ ସମ୍ପୃକ୍ତ କର୍ମଚାରୀ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଏପରି କି ହତ୍ୟା ଧମକ ଦେବାକୁ ପଛାଇ ନ ଥିଲେ। ଏହାବ୍ୟତୀତ ସେଠାରେ ଉପସ୍ଥିତ ଥିବା ଅଭିଯୁକ୍ତ କର୍ମଚାରୀଙ୍କ ସହଯୋଗୀ ମହିଳାଙ୍କ ମୁଣ୍ଡରେ ଏକ କାର୍‌ ଚାବିରେ ବାରମ୍ବାର ଆଘାତ କରିବା ଦ୍ୱାରା ସେ ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନାରୁ ଘରକୁ ଆସିବା ପରେ ଏନେଇ ପୀଡିତା ଅଭିଯୋଗ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ବାସୁଦେବ ଭୋଇ କହିଛନ୍ତି, ଅଭିଯୋଗ ହେଲା ପରେ ଏକ ମାମଲା ରୁଜୁ ହୋଇଛି। ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri