ପିଡିଏସ୍‌ ଚାଉଳ ବଦଳରେ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୋଗାଣ ସହାୟକ, ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି…

ଲୋଇସିଂହା,୭ା୧୧: ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାକୁ ଯାଇ ଜଣେ ସରକାରୀ କର୍ମଚାରୀ ପୂର୍ବରୁ ରଖିଥିବା ଏକ ଅନ୍ତରଙ୍ଗ ମୁର୍ହୂତ୍ତର ଭିଡିଓ ଭାଇରାଲ କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଭିଡିଓ ଭାଇରାଲ ହେବା ଜାଣିବା ପରେ ସମ୍ପୃକ୍ତ ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଜାତିଆଣ ଆକ୍ଷେପ କରାଯିବା ସହ ଆକ୍ରମଣ କରାଯାଇଛି। ଏନେଇ ମହିଳା ଜଣକ ସୋମବାର ଆଗଲପୁର ଥାନାରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି। ଥାନାରେ କେସ୍‌ ନଂ ୧୮୬/୨୪ରେ ଏକ ମାମଲା ରୁଜୁ ହୋଇଛି।

ଅଭିଯୋଗରୁ ପ୍ରକାଶ ଯେ, ପ୍ରାୟ ଦେଢ଼ବର୍ଷ ତଳେ ସମ୍ପୃକ୍ତ ମହିଳା ଜଣଙ୍କୁ ଦାୟିତ୍ୱରେ ଥିବା କର୍ମଚାରୀ ଜଣକ ପିଡିଏସ୍‌ ଚାଉଳ ନେବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଡାକିଥିଲେ। ସେ ଯାଇ ପିଡିଏସ ଚାଉଳ ନେବାବେଳେ ସେଠାରେ କେହି ନ ଥିବାର ସୁଯୋଗ ନେଇ ସେହି କର୍ମଚାରୀ ତାଙ୍କୁ ଏକ ନିଛାଟିଆ କୋଠରିକୁ ଡାକିନେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏପରି କି ତାଙ୍କ ଅଜାଣତରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ନେଇଥିଲେ। ଉକ୍ତ ଭିଡିଓକୁ ନେଇ ବ୍ଲାକମେଲିଂ କରି ପ୍ରାୟ ସମୟରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। କିଛିଦିନ ପୂର୍ବରୁ କର୍ମଚାରୀ ଜଣକ ସମ୍ପର୍କ ରଖିବାକୁ ସମ୍ପୃକ୍ତ ପୀଡ଼ିତାଙ୍କୁ ଡାକିଥିଲେ। ହେଲେ ସେ ନ ଆସିବାରୁ ପୂର୍ବରୁ ରଖିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ କର୍ମଚାରୀ ଏବଂ ତାଙ୍କ ସହଯୋଗୀ ଭାଇରାଲ କରିଥିଲେ। ଏ ସଂକ୍ରାନ୍ତରେ ପୀଡ଼ିତା ଜଣକ ଗତ ୨ ତାରିଖରେ ଜାଣିବାକୁ ପାଇଥିଲେ। ସେହିଦିନ ସେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ କରିବାରୁ ତାଙ୍କୁ ସମ୍ପୃକ୍ତ କର୍ମଚାରୀ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଏପରି କି ହତ୍ୟା ଧମକ ଦେବାକୁ ପଛାଇ ନ ଥିଲେ। ଏହାବ୍ୟତୀତ ସେଠାରେ ଉପସ୍ଥିତ ଥିବା ଅଭିଯୁକ୍ତ କର୍ମଚାରୀଙ୍କ ସହଯୋଗୀ ମହିଳାଙ୍କ ମୁଣ୍ଡରେ ଏକ କାର୍‌ ଚାବିରେ ବାରମ୍ବାର ଆଘାତ କରିବା ଦ୍ୱାରା ସେ ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନାରୁ ଘରକୁ ଆସିବା ପରେ ଏନେଇ ପୀଡିତା ଅଭିଯୋଗ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ବାସୁଦେବ ଭୋଇ କହିଛନ୍ତି, ଅଭିଯୋଗ ହେଲା ପରେ ଏକ ମାମଲା ରୁଜୁ ହୋଇଛି। ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୭ ଘର

କୋରାପୁଟ,୫ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ହୋଇଛି। ଜିଲାର ୧୪ଟି ବ୍ଲକରେ ମୋଟ୍‌ ୧୩୭୧.୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଜୟପୁର କୋରାପୁଟ ଆଦି…

ତାରାତାରିଣୀ କଲେଜର ହେବ ଆଧୁନିକୀକରଣ, ଅଞ୍ଚଳରେ ଖୁସିର ଲହରୀ

ପୁରୁଷୋତ୍ତମପୁର,୫ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ପାଇଁ ଚଳିତ ବର୍ଷ ଏକ ଐତିହାସିକ ବର୍ଷ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ ରୁଷା/ପିଏମ-ଉଷା ପ୍ରକଳ୍ପରେ…

ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ, ମାଛ ଚାଷ ସବସିଡି ପାଇଁ SHGରୁ ନେଉଥିଲେ ଲାଞ୍ଚ

ସୋନପୁର,୫ା୭: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ନିମ୍ନା ପଞ୍ଚାୟତର ମହିଳା ସରପଞ୍ଚ । ମାଛ ଚାଷ ସବସିଡି ପାଇଁ SHG ଠାରୁ ୨୦ ହଜାର ଲାଞ୍ଚ…

ବିହାରରୁ ବଡ଼ ଖବର; ବାଙ୍କିପୁର ଉପନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର, PK ଖେଳିବେ…

ପାଟନା,୫ା୭: ବିହାରର ରାଜନୈତିକ ଦୃଶ୍ୟପଟରେ ଏକ ନୂତନ ହଇଚଇ ସୃଷ୍ଟି ହୋଇଛି । ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ଜନ ସୁରାଜ ପାର୍ଟି ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ…

ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ: କୋରାପୁଟ ଜିଲାରୁ ବାଦ୍‌ ପଡ଼ିଲେ…

କୋରାପୁଟ,୫ା୭(ଅମିତାଭ ବେହେରା): ରବିବାର କୋରାପୁଟସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତା ଆୟୋଜିତ ବୈଠକରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଥିବାବେଳେ ଏଥିରୁ…

ନିର୍ବନ୍ଧର ୪ ମାସ ପରେ ପୃଥ୍ବୀ ଶ’ ସହ ସମ୍ପର୍କ ତୁଟାଇଲେ ଆକୃତି ଅଗ୍ରଓ୍ବାଲ, ପ୍ରତାରଣା କରିଥିବା ଅଭିଯୋଗ

ନୂଆଦିଲ୍ଲୀ,୫।୭: ପୁଣି ଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’। ସେ ଏବଂ ତାଙ୍କ ଭାବି ପତ୍ନୀ ଆକୃତି ଅଗ୍ରୱାଲଙ୍କ ସମ୍ପର୍କରେ ସୃଷ୍ଟି…

ବାଇକ୍‌ ସହ ଲୁଟିନେଇଥିଲେ ଟଙ୍କା, ପୋଲିସ ୫ ଜଣଙ୍କୁ ଗିରଫ କରି ତାଙ୍କଠାରୁ…

ରିଷିଡ଼ା/ମ.ରାମପୁର,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ନିକଟସ୍ଥ ଅରନଝରଣ ଘାଟିଠାରେ ୩ତାରିଖ ଶୁକ୍ରବାର ୫ଜଣ ଦୁର୍ବୃତ୍ତ ଏକ ଗାଡ଼ିରେ ଆସି ବଗବେଡ଼ା ଗାଁର ହେମସାଗର ଦେହେରିଆ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri