ଅନ୍ଧବିଶ୍ୱାସରୁ ଯାଉଛି ଜୀବନ

ଭୁବନେଶ୍ୱର,୨୧ା୮(ସତ୍ୟଜିତ୍‌ ରାଉତ):ପ୍ରାଚୀନ ଯୁଗରେ ଗୁଣିଗାରେଡ଼ି, ଯାଦୁବିଦ୍ୟା, ତନ୍ତ୍ରସାଧନ, ଝଡ଼ାଫୁଙ୍କା ଆଦି ଅନ୍ଧବିଶ୍ୱାସ ଉପରେ ଲୋକମାନେ ଅଧିକ ବିଶ୍ୱାସ କରୁଥିଲେ। ଏବେ ବିଜ୍ଞାନର ଅଗ୍ରଗତି ପରେ ମଧ୍ୟ କେତେ ଲୋକଙ୍କ ମନରୁ ଏହି ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଫଳରେ ଏହାକୁ ନେଇ ବିଭିନ୍ନ ପ୍ରକାର ଅପରାଧ ବୃଦ୍ଧି ପାଉଛି। ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ଯୋଗୁ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି, ଯାହା ଚିନ୍ତାର ବିଷୟ ହୋଇଛି। ପୂର୍ବରୁ ଉପାନ୍ତ ଅଞ୍ଚଳରେ ଏଭଳି ଘଟଣା ନଜରକୁ ଆସୁଥିଲା। ହେଲେ ଏବେ ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଛି। କେତେବେଳେ ତନ୍ତ୍ର ସାଧନ ପାଇଁ ନିରୀହ ଶିଶୁଙ୍କୁ ବଳି ଚଢ଼ାଯାଉଛି ତ ଆଉ କେତେବେଳେ ତନ୍ତ୍ର ସାଧନ କରୁଥିବା ବ୍ୟକ୍ତିଙ୍କୁ ଗୁଣିଆ କହି ହତ୍ୟା କରାଯାଉଛି। ଗୁଣିଗାରେଡ଼ି ଯୋଗୁୁ ଏଭଳି ହିଂସାକାଣ୍ଡ ଘଟୁଥିବାରୁ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରୁଛି।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁଯାୟୀ, ୨୦୧୯ରୁ ୨୦୨୧ ମଧ୍ୟରେ ଦେଶରେ ଗୁଣିଗାରେଡ଼ି ସନ୍ଦେହରେ ୨୫୮ ଜଣଙ୍କୁ ହତ୍ୟା କରାଯାଇଛି। ଓଡ଼ିଶାରେ ଏହି ସଂଖ୍ୟା ୨୯ ରହିଛି। ଗତ କିଛି ମାସରେ ରାଜ୍ୟରେ ଘଟିଥିବା କିଛି ଘଟଣାକୁ ଦେଖିବାକୁ ଗଲେ ଗୁଣିଗାରେଡ଼ିଜନିତ ହତ୍ୟାକାଣ୍ଡ ବଢ଼ିଥିବା ଜଣାପଡ଼ିଛି। ଗତ ଜୁଲାଇ ୨୮ରେ ପୁରୀ ଗୁରୁକୃପା ଆଶ୍ରମ ରକ୍ତପାତ ହୋଇଥିଲା। ବିଷ୍ଣୁବାବାଙ୍କ ଆକ୍ରମଣରେ ଅର୍ଜୁନ ଏବଂ ଦୟାନିଧି ବାବାଙ୍କର ମୃତ୍ୟୁ ହୋଇଥିଲା।ଅଭିଯୁକ୍ତ ବିଷ୍ଣୁବାବାଙ୍କୁ ଧରାଯିବା ବେଳେ ତାଙ୍କ ମୁହଁ ସାରା ରକ୍ତ ଲାଗିଥିଲା। ସେ ଏକ ବ୍ଲେଡ୍‌ରେ ନିଜ ଜିଭକୁ କାଟିବା ସହ ଅର୍ଜୁନ ବାବାଙ୍କ ରକ୍ତ ପିଇଥିବା ଜଣେ ପୋଲିସ କର୍ମଚାରୀ କହିଥିଲେ। ତନ୍ତ୍ରସାଧନ ପାଇଁ ସେ ଏହି କାଣ୍ଡ ଘଟାଇଥିବା କୁହାଯାଉଥିବା ବେଳେ ପୋଲିସ ଏହି ଦିଗକୁ ନେଇ ତଦନ୍ତ ଜାରି ରଖିଛି। ସେହିଭଳି ଗୁଣି ସନ୍ଦେହରେ ଜୁଲାଇ ୨୫ରେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଡିମିରିକୁଦା ଗ୍ରାମରେ ହତ୍ୟାକାଣ୍ଡ ଘଟିଥିଲା। ଗ୍ରାମର ଶୁକ୍ରୁ ମାଝି ଘରେ ତନ୍ତ୍ରସାଧନା କରୁଥିଲେ। ପଡ଼ୋଶୀ ସଞ୍ଜୁ ମାଝୀଙ୍କ ୪ବର୍ଷର ପୁଅର ମୃତ୍ୟୁ ପାଇଁ ଶୁକ୍ରୁଙ୍କୁ ଦାୟୀ କରାଯାଇଥିଲା। ଶୁକ୍ରଙ୍କୁ ସଞ୍ଜୁଙ୍କ ପରିବାର ଲୋକ କାଠଫାଳିଆ ଓ କୋଦାଳରେ ଆକ୍ରମଣ କରି ହତ୍ୟା କରିଥିଲେ। ଅନ୍ୟପଟେ ଜୁଲାଇ ୨୩ ରାତିରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ ହରନବାବି-ବନ୍ତପାଟଣା ଗ୍ରାମରେ ଗୁଣିଗାରେଡ଼ି ପାଇଁ ବିଭିତ୍ସ ହତ୍ୟାକାଣ୍ଡ ଘଟିଥିଲା। ମଣିଚରଣ ତାଙ୍କ ବାଡ଼ିପଟେ ଗୁଣି କରି କିଛି ରଖିଥିବା ପଡ଼ୋଶୀ ସନ୍ଦେହ କରିଥିଲେ। ରାତିରେ ଶୋଇଥିବା ମଣିଚରଣଙ୍କୁ ପଡ଼ୋଶୀ ଅଜୁ ମହାରଣା ତାଙ୍କ ଦୁଇପୁଅଙ୍କ ସହ ମିଶି ଶାବଳ ଓ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଥିଲେ।
ଆଇନଜୀବୀ ଅଶୋକ ବଡ଼ପଣ୍ଡାଙ୍କ କହିବା କଥା, ଲାଗୁ ହୋଇଥିବା ଉକ୍ତ ଆଇନ ବିଷୟରେ ପ୍ରାୟ ଲୋକ ଜାଣନ୍ତି ନାହିଁ। ତେଣୁ ଗୁଣିଗାରେଡ଼ି ନେଇ ଆରମ୍ଭରୁ କେହି ଥାନାକୁ ଆସି ଅଭିଯୋଗ କରନ୍ତି ନାହିଁ। ଏନେଇ ସଚେତନ କରାଗଲେ ଲୋକେ ଆରମ୍ଭରୁ ଅଭିଯୋଗ କରିବେ ଏବଂ ଗୁଣିଗାରେଡ଼ି ଯୋଗୁ ହେଉଥିବା ହତ୍ୟାକୁ ରୋକାଯାଇପାରିବ। ଏଥିପାଇଁ ରାଜ୍ୟ ସରକାର ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଆଗକୁ ଆସି ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି ସେ କହିଛନ୍ତି।
ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି, ବିଜ୍ଞାନ ଓ ଚିକିତ୍ସା ପଦ୍ଧତିରେ ଉନ୍ନତି ଘଟି ନ ଥିବା ସମୟରୁ ଗୁଣିଗାରେଡ଼ି ଆରମ୍ଭ ହୋଇଥିଲା। ଏବେ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ପାଖରେ ଶିକ୍ଷା, ସ୍ବାସ୍ଥ୍ୟ ଆଦି ଠିକ୍‌ ଭାବେ ପହଞ୍ଚୁପାରିନାହିଁ। ତେଣୁ ଲୋକମାନଙ୍କ ମଧ୍ୟରେ ପାରମ୍ପାରିକ ଅନ୍ଧବିଶ୍ୱାସ ଆଦି ରହିଛି। ଶିକ୍ଷା ଏବଂ ସ୍ବାସ୍ଥ୍ୟ ସହ ବିଜ୍ଞାନସମ୍ମତ ଦୃଷ୍ଟିଭଙ୍ଗୀର ପ୍ରସାର କରାଇପାରିଲେ ଏହି ଅନ୍ଧବିଶ୍ୱାସ କମି ଯିବ। ଏହା ବିରୋଧରେ ରହିଥିବା ଆଇନକୁ ଠିକ ଭାବେ କାର୍ଯ୍ୟକାରୀ କରାଯିବା ଦରକାର। କେବଳ ଆଇନ କରିଦେଲେ ଏହି ଅନ୍ଧବିଶ୍ୟାସ କମିବ ନାହିଁ। ସରକାର ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ। ଉକ୍ତ ଆଇନକୁ ଅଧିକ ସମୀକ୍ଷା କରାଯାଇ କିଭଳି କାର୍ଯ୍ୟକାରୀ କରାଯାଇପାରିବ ସେଥିପ୍ରତି ସରକାର ଦୃଷ୍ଟି ଦେବା ଦରକାର ବୋଲି ସେ କହିଛନ୍ତି।

ଆଇନ କ’ଣ କହୁଛି

ରାଜ୍ୟରେ ଗୁଣିଗାରେଡ଼ି ଜନିତହତ୍ୟାକାଣ୍ଡ ରୋକିବାକୁ ୨୦୧୩ରେ ଓଡ଼ିଶା ସରକାର ‘ଦି ଓଡ଼ିଶା ପ୍ରିଭେନଶନ୍‌ ଅଫ୍‌ ଓ୍ବିଚ୍‌-ହଣ୍ଟିଂଙ୍ଗ୍‌ ଆକ୍ଟ,୨୦୧୩’ ଆଇନ ଆଣିଥିଲେ। ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ୨୦୧୪ରେ ଏହି ଆଇନ ଲାଗୁ ହୋଇଛି। ଏହି ଆଇନ ଅନୁଯାୟୀ, କୌଣସି ମହିଳାଙ୍କୁ ଡାହାଣୀ କହିବା କିମ୍ବା ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଦଣ୍ଡନୀୟ ଅପରାଧ। ଗୁଣି, ଝଡ଼ାଫୁଙ୍କା, ହଟ ବିଦ୍ୟା, କୁଳ ବିଦ୍ୟା, ନଖ ଦର୍ପଣ ଆଦି ନାମରେ ରହିଥିବା ତନ୍ତ୍ରବିଦ୍ୟା ଯଦି କୌଣସି ଲୋକଙ୍କ କ୍ଷତିସାଧନ ପାଇଁ କରାଯାଉଥାଏ ତେବେ ଉକ୍ତ ବ୍ୟକ୍ତି ଦଣ୍ଡିତ ହେବେ। ତାଙ୍କୁ ବର୍ଷେରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ୫ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାକୁ ଆଇନରେ ଦର୍ଶାଯାଇଛି। ଏପରିକି ସରକାର ଏନେଇ ଏକରୁ ଅଧିକ ଯୋଜନା କରି ଅନ୍ଧବିଶ୍ୱାସ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରିବେ। ତେବେ ଏହି ଆଇନ ଠିକ ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ କମୁ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri