ଭାଙ୍ଗିଲା ହଲିଉଡ-ବଲିଉଡ ରେକର୍ଡ: ଅଲୁ ଅର୍ଜୁନଙ୍କୁ ମିଳିଲା ସର୍ବାଧିକ ପାରିଶ୍ରମ

ମୁମ୍ବାଇ: ସାଉଥ ମେଗାଷ୍ଟାର ଅଲୁ ଅର୍ଜୁନ ପୁଣିଥରେ ସିନେମାଘରେ ନିଆଁ ଲଗାଇଛନ୍ତି। ଗୁରୁବାର ବହୁ ପ୍ରତିକ୍ଷିତ ଫିଲ୍ମ ପୁଷ୍ପା-୨ ରିଲିଜ ହୋଇଛି। ଏହି ଫିଲ୍ମ ସିନେମାଘରକୁ ଆସିବା ପୂର୍ବରୁ ସମଗ୍ର ବିଶ୍ୱରେ ଏହାର ଚର୍ଚ୍ଚା ହେଉଛି। ବର୍ତମାନ ଏହାର ଚାହିଦା ଏପରି ରହିଛି ଯେ, ସମସ୍ତେ ଏହି ଫିଲ୍ମକୁ ଦେଖିବା ପାଇଁ ସିନେମାଘର ମୁହାଁ ହୋଇଛନ୍ତି।

ଫିଲ୍ମରେ ଅଲୁ ଅର୍ଜୁନଙ୍କ ସ୍ବାଗ୍ ଏବଂ ରଶ୍ମିକାଙ୍କ ସହିତ ତାଙ୍କର ଯୋଡ଼ିକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି। ଫିଲ୍ମର ପ୍ରଥମ ପାର୍ଟ ହିଟ୍ ହେବା ପରେ ଏହାର ଦ୍ୱିତୀୟ ପାର୍ଟ ମଧ୍ୟ ସଫଳ ହେବ ବୋଲି ଆଶା କରାଯାଉଛି। ଫିଲ୍ମର ଆଗୁଆ ବୁକିଂ ଏବଂ ପ୍ରଥମ ଦିନର ଆୟକୁ ନଜରରେ ରଖି ସମସ୍ତେ କହୁଛନ୍ତି କି ଏହି ଫିଲ୍ମ ଦକ୍ଷିଣ ଭାରତୀୟ ସିନେମା ସହିତ ବାକି ସମସ୍ତ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଦେବ।

ଏଭଳି ସ୍ଥିତିରେ ଫିଲ୍ମର ଲିଡ ଷ୍ଟାରକାଷ୍ଟ ମଧ୍ୟ ଅଭିନୟ ପାଇଁ ମୋଟା ଅଙ୍କର ଫିସ ଚାର୍ଜ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସୁପରଷ୍ଟାର ଅଲୁ ଅର୍ଜୁନ, ରଶ୍ମୀକା ମାନ୍ଧାନ ଏବଂ ଫହାଦ ଫସିଲଙ୍କୁ କେତେ ଟଙ୍କା ମିଳିଛି। ଅଲୁ ଅର୍ଜୁନଙ୍କ ପ୍ରଶଂସକ ସବୁଆଡେ ରହିଛନ୍ତି, ଆଉ ଏକଥା ସେ ବହୁତ ଭଲସେ ଅବଗତ। ଲୋକମାନେ ତାଙ୍କ ପସନ୍ଦର ଅଭିନେତାଙ୍କ ଟିକିଏ ଝଲକ ଦେଖିବାକୁ ସିନେମାଘରରେ ପହଞ୍ଚିଯାଇଥାନ୍ତି। ଏଭଳି କ୍ଷେତ୍ରରେ ଅଭିନେତାଙ୍କୁ ଫିଲ୍ମର ନିର୍ମାତାଙ୍କ ନିକଟରୁ ବହୁତ ମୋଟା ଅଙ୍କର ପାରିଶ୍ରମିକ ମିଳିଛି।

ରିପୋର୍ଟ ଅନୁଯାୟୀ ଅଲୁ ଅର୍ଜୁନଙ୍କୁ ଏହି ଫିଲ୍ମ ପାଇଁ ୩୦୦ କୋଟି ଟଙ୍କା ମିଳିଛି, ଯାହା କୌଣସି ବି ବଡ ଫିଲ୍ମର ବଜେଟ ପରି ଅଟେ। ଅଲୁଙ୍କ ନାଁ ସେହି ତାଲିକାରେ ଆସେ ଯେଉଁଥିରେ ବିଶ୍ୱର ସମସ୍ତ ବଡ ଷ୍ଟାରଙ୍କ ନା ରହିଥାଏ।

ଅନ୍ୟପରେ ଫିଲ୍ମର ମୁଖ୍ୟ ନାୟିକା ରଶ୍ମୀକାଙ୍କୁ ୧୦ କୋଟି ଟଙ୍କା ମିଳିଛି। ତାଙ୍କୁ ପ୍ରାୟ ୮ କୋଟି ପାରିଶ୍ରମିକ ଭାବେ ଦିଆଯାଇଛି। ବିଶେଷଜ୍ଞଙ୍କ ଅନୁମାନ ମୁତାବକ ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ପ୍ରଥମ ଦିନରେ ୧୦୦ କୋଟିରୁ ଅଧିକ ଟଙ୍କାର ଆୟ କରିପାରେ। ତେଣୁ ଏହା ଦେଖିବାଯୋଗ୍ୟ ହେବ କି ଫିଲ୍ମ କେତେ ଟଙ୍କା ଏ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri