Categories: ଫୁରସତ

ଶକ୍ତିଶାଳୀ ବ୍ଲାକ୍‌ ହୋଲ୍‌

ନୂଆଦିଲ୍ଲୀ: ସୌରଜଗତର କେନ୍ଦ୍ରଭାଗରେ ଅବସ୍ଥାପିତ ବ୍ଲାକ୍‌ ହୋଲ୍‌ ସମ୍ପୂର୍ଣ୍ଣଭାବେ ତାରକାମାନଙ୍କୁ ନିଜ ଅକ୍ତିଆରରେ ରଖିଥାଏ। କେଉଁ ତାରକା କିପରି ଜନ୍ମ ନେବ ଏବଂ କେଉଁ ତାରକା ସୂର୍ଯ୍ୟାଲୋକରେ ଦୃଶ୍ୟମାନ ହେବ ନାହିଁ ଏଭଳି ଅନେକ କାର୍ଯ୍ୟ କେବଳ ବ୍ଲାକ୍‌ ହୋଲ୍‌ (କୃଷ୍ଣଗର୍ତ୍ତ) ଯୋଗୁ ହିଁ ହୋଇଥାଏ। ବୈଜ୍ଞାନିକଙ୍କ ମତରେ ବ୍ଲାକ୍‌ ହୋଲ୍‌ ଖୁବ୍‌ ଶକ୍ତିଶାଳୀ। ଏ ନେଇ ଅଧିକ ତଥ୍ୟ ଉପସ୍ଥାପନ କରିଛନ୍ତି ୟୁରୋପୀୟ ବୈଜ୍ଞାନିକ। ମୃତ ତାରକାମାନେ କୃଷ୍ଣଗର୍ତ୍ତରେ ପରିଣତ ହୁଅନ୍ତି, ଯାହାର ସବୁଠାରୁ ଅଧିକ ଗୁରୁତ୍ୱାକର୍ଷଣ କ୍ଷେତ୍ର ରହିଥାଏ। ଏହାଫଳରେ ଅତିକ୍ଷୁଦ୍ର କଣିକାକୁ ବ୍ଲାକ୍‌ ହୋଲ୍‌ ନିଜ ଭିତରକୁ ଟାଣି ନେଇଥାଏ। ଏହାର ଆଲୋକ ନିଜ ହରାଇଜନ୍‌ କ୍ଷେତ୍ରକୁ ଅତିିକ୍ରମ କରି ବାହାରକୁ ବାହାରିପାରେ ନାହିଁ।
ବାଦଲ ଜରିଆରେ କେଉଁ ତାରକା ଦୃଶ୍ୟମାନ ହେବ ତାହା ବ୍ଲାକ୍‌ ହୋଲ୍‌ ହିଁ ସ୍ଥିତ କରିଥାଏ। ସୌରମଣ୍ଡଳର କେନ୍ଦ୍ରରେ ଥିବା ବ୍ଲାକ୍‌ ହୋଲ୍‌ ତାରକାମାନଙ୍କଠାରୁ କୋଶ କୋଶ ଦୂରରେ ଥାଇ ମଧ୍ୟ ସେମାନଙ୍କ ଉପରେ ନିଜର କଣ୍ଟ୍ରୋଲ ରଖୁଥିବା ୟୁରୋପୀୟ ବୈଜ୍ଞାନିକ କହିଛନ୍ତି। ବ୍ଲାକ୍‌ ହୋଲ୍‌କୁ ଲୋକେ ଦେଖିପାରନ୍ତି ନାହିଁ।
୧୫୬ ମିଲିୟନ୍‌ ଆଲୋକବର୍ଷ ବ୍ୟାପ୍ତ ସୌରମଣ୍ଡଳନର ଅଧ୍ୟୟନ ଲାଗି ବୈଜ୍ଞାନିକମାନେ ଆଟାକାମା ଲାର୍ଜ ମିଲିମିଟର ଆରେ (ଏଲ୍‌ଏମ୍‌ଏ) ଏବଂ ଭେରି ଲାର୍ଜ ଟେଲିସ୍କୋପ (ଭିଏଲ୍‌ଟି) ଅବଜର୍ଭଡ୍‌ ଆଇସି ୫୦୬୩ର ବ୍ୟବହାର କରିଛନ୍ତି । ବ୍ଲାକ୍‌ ହୋଲ୍‌ ମଧ୍ୟରେ ଫସି ରହିଥିବା ସୌରମଣ୍ଡଳର କଣିକା ନିଜ ଚାରିପାଖେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରିଥାନ୍ତି। ଏଗୁଡ଼ିକ ବ୍ଲାକ୍‌ ହୋଲ୍‌ରୁ ବାହାରିବା ପରେ ସୌରଜଗତରେ ଶକ୍ତିଶାଳୀ ପ୍ଲାଜମା ଜେଟ୍‌ ହୋଇ ଭ୍ରମଣ କରନ୍ତି। ଏହି ପ୍ଲାଜମା ଜେଟ୍‌ ସବୁ ବାଦଲର ଶୀତଳ ଗ୍ୟାସ୍‌ କଣିକା ସଂସ୍ପର୍ଶରେ ଆସିଥାନ୍ତି, ଯାହାଫଳରେ ସୌରମଣ୍ଡଳରେ ତାରକା ଜନ୍ମ ହୋଇଥାନ୍ତି।

Share