Categories: ଫୁରସତ

ସୁପର୍‌ ଗାଡି

ଗାଡି ବିଭିନ୍ନ ପ୍ରକାରର ଥାଏ। ସେଗୁଡ଼ିକର ବୈଶିଷ୍ଟ୍ୟ ବି ଭିନ୍ନ ଭିନ୍ନ ଥାଏ। ତେବେ ଆମେ ଏଠାରେ ଏମିତି ଏକ ଗାଡି ସମ୍ପର୍କରେ କହୁଛୁ ଯାହା ବେଶ୍‌ ଅଜବ। କିନ୍ତୁ ବେଶ୍‌ ଉପଯୋଗୀ। ଫିନ୍‌ଲାଣ୍ଡର ଏକ କମ୍ପାନୀ ତିଆରି କରିଥିବା ଏହି ଗାଡିର ଅଠରଟି ଚକ ଅଛି। ଆଉ ଏହା ସମତଳ ହେଉକି ପାହାଡିଆ ସବୁ ପ୍ରକାରର ଭୂଭାଗରେ ବେଶ୍‌ ଆରାମରେ ଚାଲି ପାରେ। ଏହାର ଚକଗୁଡ଼ିକ ଛୋଟ ଛୋଟ ଓ ପ୍ରତି ଚକର ନିଜସ୍ବ ସସ୍‌ପେନ୍‌ସନ୍‌ ସିଷ୍ଟମ୍‌ ଅଛି। ଗାଡିଟି ଅଧିକ ବଡ଼ ମଧ୍ୟ ନୁହେଁ। ଯଦ୍ୱାରାକି ଭୂମି ଉପରଭାଗ ଚକରେ ଦାବି ହୋଇ ଖରାପ ହେବା ଆଶଙ୍କା ନ ଥାଏ। ଏହାର ଉନ୍ନତ ସସ୍‌ପେନ୍‌ସନ୍‌ ସିଷ୍ଟମ ପାଇଁ ଗାଡିଟି ସବୁ ପ୍ରକାରର ଭୂଭାଗରେ ଚାଲିପାରେ। ପାହାଡିଆ, ସମତଳ, କାଦୁଆ ସହ ବାଲି ଥିବା ରାସ୍ତା ସବୁଠି ଏହା ଆରାମରେ ଯାଇପାରେ। ଏମିତିକି ୧୪ ଇଞ୍ଚ ଉଚ୍ଚତାର ପଥର ଉପରେ ଗାଡିଟି ଚଢିକି ଯାଇପାରେ, ଶିଡି ମଧ୍ୟ ଚଢିପାରେ। ଏହାକୁ ଚଳାଇବା ବି ବେଶ୍‌ ସହଜ। କାରଣ ଏହାର ଆକାର ଅନ୍ୟ ଅଲ୍‌ ଟେରାନ ଭେହିକାଲ ବା ଏଟିଭିଠାରୁ ଛୋଟ।

Share