କୋରାପୁଟ,୧୭।୫(ଅମିତାଭ ବେହେରା): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ସୁପର ସ୍ପେସିଆଲିଷ୍ଟ କ୍ଲିନିକ ଶନିବାର ଉଦ୍ଘାଟିତ ହୋଇଯାଇଛି। କୋରାପୁଟ ଜିଲାପାଳ ଭି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ।
କଲେଜ ଡିନ ତଥା ହସ୍ପିଟାଲ ଅଧିକ୍ଷକ ଡାକ୍ତର ପ୍ରଫେସର ସୁଶାନ୍ତ କୁମାର ସାହୁ, ପ୍ରଶାସନିକ ରେଜିଷ୍ଟ୍ରାର ରଞ୍ଜିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଡିଓଆଲୋଜୀ, ନ୍ୟୁରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗର ବିଶେଷଙ୍କ ଡାକ୍ତର କ୍ଲିନିକକୁ ଆସି ରୋଗୀ ସେବା କରିବେ।
ଅନ୍ୟମାନଙ୍କ ମଧ୍ୟରେ ଭେଷଜ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସ୍ବପ୍ନଶରିତ ସାହୁ, ହସ୍ପିଟାଲ ମ୍ୟାନେଜର ଶୁଭେନ୍ଦୁ ଶେଖର ପଣ୍ଡା, ପ୍ରଭାତ ନଳିନୀ ସ୍ବାଇଁ, ସଙ୍ଗୀତା ସାମଲ, ଫାର୍ମାସିଷ୍ଟ ଶେଖର ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍ଘାଟନୀ ପରେ ନ୍ୟୁରୋଲୋଜି ଡାକ୍ତର ଅଭିନାଶ ଜାଡ଼ା କ୍ଲିନିକରେ ରୋଗୀମାନଙ୍କ ଚିକିତ୍ସା କରିଥିଲେ ।


