୧୦ ମିନିଟ୍‌ରେ ହେବ ଚାର୍ଜ: ଥରକେ ୧୦୦୦ କିଲୋମିଟର ଗଡ଼ିବ ଏହି ଇଲେକ୍ଟ୍ରିକ୍‌ କାର୍‌

ଚାଇନାର ଅଟୋ କମ୍ପାନୀ GAC ନିଜର ନୂଆ ଏକ ଇଲେକ୍ଟ୍ରିକ୍‌ କାର୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏହି କାର୍‌ ମାତ୍ର ୧୦ ମିନିଟ୍‌ରେ ପୂରା ଚାର୍ଜ ହେବ। ଆଉ ଥରକେ ୧୦୦୦ କିଲୋମିଟର ଗଡ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ସାଧାରଣତଃ ଗୋଟିଏ ଗାଡ଼ିରେ ପେଟ୍ରୋଲ ପକାଇବା ପାଇଁ ପେଟ୍ରୋଲ ପମ୍ପ୍‌ରେ ୧୦ରୁ ୧୫ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିଥାଏ। ମାତ୍ର ଚାଇନାର ଏହି କମ୍ପାନୀ ଏମିତି ଟେକ୍ନୋଲୋଜି ଲଗାଇଛି, ଯେଉଁଥିରେ ୧୦ ମିନଟ୍‌ରେ କାର୍‌ ଫୁଲ୍‌ ଚାର୍ଜ ହୋଇଯିବ। ବର୍ତ୍ତମାନ ବଜାରରେ ଉପଲବ୍ଧ ହେଉଥିବା ଇଲେକ୍ଟ୍ରିକ୍‌ କାର୍‌ ଥରେ ଚାର୍ଜ ହେଲେ ୩୦୦ରୁ ୫୦୦ କିଲୋମିଟର ଗତି କରିଥାଏ। ମାତ୍ର ଏହି କାର୍‌ ୧୦ ମିନିଟ୍‌ ଚାର୍ଜ ହେଲେ ଅତି କମ୍‌ରେ ୧୦୦୦ କିଲୋମିଟର ଗଡ଼ିବ। ସେପ୍ଟେମ୍ବର ଶେଷ ସୁଦ୍ଧା ଏହା ଲଞ୍ଚ୍‌ କରିବାର ସମ୍ଭାବନା ରହିଛି।

GAC କମ୍ପାନୀର aionକୁ ନେଇ ଜଣେ ବ୍ୟାଟେରୀ ବିଶେଷଜ୍ଞ କୁହନ୍ତି, ସ୍କେଲେବଲ ଗ୍ରାଫିନ ବ୍ୟାଟେରୀ ଇଲେକ୍ଟ୍ରିକ୍‌ କାରରେ ବ୍ୟବହାର କରାଯିବ। ଦୁନିଆର ଅନେକ ଅଟୋ କମ୍ପାନୀ ଏହି ଟେକ୍ନୋଲୋଜିରେ କାମ କରୁଛନ୍ତି। ଏହା ମଧ୍ୟ କମ୍ପାନୀର ମାର୍କେଟିଂ କୌଶଳ ହୋଇପାରେ।

Share