ସନ୍ନିଙ୍କ ନୂଆ ରୂପ

ମୁମ୍ବାଇ: ବଲିଉଡ୍ ନାୟିକା ସନ୍ନି ଲିଓନ ଦୀର୍ଘ ୬ ମାସ ପରେ ଭାରତ ଫେରିଛନ୍ତି । କରୋନା ମହାମାରୀ ପରଠାରୁ ସେ ତାଙ୍କ ସ୍ୱାମୀ ଡାନିୟଲ ୱିବର ଓ ପିଲାମାନଙ୍କ ସହ ଆମେରିକା ଚାଲିଯାଇଥିଲେ । ଆଉ ଲକ୍‌ଡାଉନ ସମୟ ଅତିବାହିତ କରି ଦୀର୍ଘ ୬ ମାସ ପରେ ସେ ପୁଣିଥରେ ମୁମ୍ବାଇ ଫେରିଛନ୍ତି । ଆମେରିକାରେ ଥାଇ ମଧ୍ୟ ସେ ସୋସିଆଲ ମିଡିଆ ମାଧ୍ୟମରେ ସବୁବେଳେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହୁଥିଲେ । ଏବେ ସେ ମୁମ୍ବାଇ ଫେରିବା ବେଳେ ବିମାନରେ ବସିଥିବାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିରେ ସେ କଳା ରଙ୍ଗ ଟି-ସର୍ଟ ସହ କଳା ରଙ୍ଗର ସ୍ୱେଟର ଓ କଳା ରଙ୍ଗର ମାସ୍କ ପିନ୍ଧିଥିବା ଦେଖାଯାଇଛି । ଏହାସହ କେଶ ଖୋଲଶ କରି କୋଭିଡ ପ୍ରୋଟେକ୍ସନ ଗିୟର ମଧ୍ୟ ସେ ପିନ୍ଧିଛନ୍ତି । ଏହି ଫଟୋଟି ଶେୟାର କରି ସେ କ୍ୟାପଶନରେ ଲେଖିଛନ୍ତି ୬ ମାସ ପରେ ଏବେ ପୁଣିଥରେ ଘରକୁ ଫେରିବାର ସମୟ, ନୂଆ ଆଡଭେଞ୍ଚର । ସୂଚନାଯୋଗ୍ୟ, ସେ ଯେଉଁ କୋଭିଡ ପ୍ରୋଟେକ୍ସନ ଗିୟର ପିନ୍ଧିଛନ୍ତି ସେଥିେରେ ସେ କୌଣସି ଆଡଭେଞ୍ଚରଠାରୁ କମ୍ ଲାଗୁ ନାହାଁନ୍ତି । ଏହି ଫଟୋକୁ ସନ୍ନି ପୋଷ୍ଟ କରିବା ପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ୬ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍ କରି ସାରିଛନ୍ତି । ସନ୍ନିଙ୍କର ଏହି ନୂଆ ଲୁକ୍ ଦର୍ଶକ ତଥା ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି ।

Share