ଗଦର ୨ର ଟ୍ରେଲର ଲଞ୍ଚ ଇଭେଣ୍ଟ ପୂର୍ବରୁ କାନ୍ଦିଲେ ସନ୍ନି ଦେଓଲ, ଲୁହ ପୋଛିଲେ ଅମିଶା ପଟେଲ…

ମୁମ୍ବାଇ: ଗଦର ୨ ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଆକ୍ସନ ଏବଂ ଡ୍ରାମାରେ ପରିପୂର୍ଣ୍ଣ କାହାଣୀକୁ ନେଇ ଦର୍ଶକମାନଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି। ଟ୍ରେଲର ଲଞ୍ଚ ଇଭେଣ୍ଟରେ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟ ଉପସ୍ଥିତ ଥିଲେ। ସାକିନାଙ୍କ ଗେଟଅପରେ ଅମିଶା ଏବଂ ସନ୍ନି ତାରା ସିଂ ଭାବେ ନଜର ଆସିଥିଲେ। ଇଭେଣ୍ଟ ଆରମ୍ଭ ପୂର୍ବରୁ ମଞ୍ଚରେ ସନ୍ନି ଦେଓଲ ଭାବପ୍ରବଣ ହୋଇ ପଡ଼ିଥିଲେ। ଫିଲ୍ମ ପ୍ରତି ଲୋକଙ୍କ ଭଲପାଇବା ଦେଖି ସେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ।

ସେ ମଞ୍ଚକୁ ଆସିବା ମାତ୍ରେ ଟ୍ରେଲରର ପ୍ରଶଂସା ଆରମ୍ଭ ହୋଇଥିଲା। ଲୋକମାନେ ହିନ୍ଦୁସ୍ତାନ ଜିନ୍ଦବାଦର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ମୁମ୍ବାଇରେ ପ୍ରବଳ ବର୍ଷା ମଧ୍ୟରେ ଟ୍ରେଲର ଲଞ୍ଚ ଇଭେଣ୍ଟକୁ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଖବରଦାତାମାନେ ଭିଡ଼ ଜମାଇଥିଲେ। ଏସବୁ ଦେଖି ସନ୍ନିଙ୍କ ଆଖି ଲୁହରେ ଭରିଯାଇଥିଲା । ଗଦର ପାଇଁ ଦର୍ଶକଙ୍କ ଅପାର ଭଲ ପାଇବା ଦେଖି ତାଙ୍କ ଆଖିରୁ ଲୁହ ବୋହିବାରେ ଲାଗିଥିଲା। ଅମିଶା ପଟେଲ ତାଙ୍କ କୋ-ଷ୍ଟାରଙ୍କ ଭାବନାକୁ ହୃଦୟଙ୍ଗମ କରି ବିଳମ୍ବ ନ କରି ସନ୍ନିଙ୍କ ଲୁହ ପୋଛି ଦେଇଥିଲେ ଏବଂ ତାଙ୍କୁ ସାହସ ଦେବା ସହ ସ୍ନେହରେ ଆଲିଙ୍ଗନ କରିଥିଲେ।

ସନ୍ନିଙ୍କ ପ୍ରତି ଅମିଶାଙ୍କର ଏହି ସୁନ୍ଦର ପ୍ରତିକ୍ରିୟା ଦେଖି ପ୍ରଶଂସକମାନେ ଅମିଶା ପଟେଲଙ୍କୁ ପ୍ରଶଂସା କରିବାରେ ଲାଗିଥିଲେ। ସେମାନେ ତାରା-ସାକିନାଙ୍କୁ ସର୍ବୋତ୍ତମ ଯୋଡି ବୋଲି ଉଲ୍ଲେଖ କରିଛନ୍ତି। ପ୍ରଶଂସକମାନେ କହିଛନ୍ତି ଗଦର ୨ ମଧ୍ୟ ଏହାର ପୂର୍ବ ସଂସ୍କରଣ ଫିଲ୍ମ ଭଳି ଏକ ବ୍ଲକବଷ୍ଟର ହେବ। ଗଦର ୨ ଆସନ୍ତା ମାସର ୧୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ବକ୍ସ ଅଫିସରେ ଓଏମଜି-୨ ସହିତ ମଇଦାନକୁ ଓହ୍ଲାଇବ।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri