‘ଗଦ୍ଦର-୨’ରେ ନଜର ଆସିବେ ଏହି ଅଭିନେତ୍ରୀ!

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ସିକ୍ୱିଏଲର ଜମାନା । ଗୋଟିଏ ପରେ ଗୋଟିଏ ସିକ୍ୱିଏଲକୁ ଦର୍ଶକେ ପସନ୍ଦ ବି କରୁଛନ୍ତି । ଏହି କ୍ରମରେ ଜଣାଶୁଣା ନିର୍ଦ୍ଦେଶକ ଅନିଲ ଶର୍ମା ତାଙ୍କ ନୂଆ ଫିଲ୍ମକୁ ନେଇ ଧମାଲ ମଚେଇବା ମୁଡରେ ଅଛନ୍ତି । କିଛିଦିନ ପୂର୍ବରୁ ସେ କହିଥିଲେ କି ସନ୍ନି ଦେୱଲଙ୍କ ସୁପରହିଟ୍ ଫିଲ୍ମ ଗଦ୍ଦର ଦ୍ୱିତୀୟ ଭାଗ ନେଇ ଆସିବେ । ଏହି ନୂଆ ଫିଲ୍ମରେ ସେ ତାରା ସିଂଙ୍କ ଭାରତ ଫେରିବା ପରର ଷ୍ଟୋରୀ ଦେଖାଇବେ । ଅନିଲ ଶର୍ମା ଫିଲ୍ମର ଷ୍ଟୋରୀ ଲାଇନ୍ ବ୍ୟତୀତ ଆଉ କିଛି ଶେୟାର କରିନାହାନ୍ତି । ହେଲେ ‘ଗଦ୍ଦର’ ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ଦର୍ଶକେ ଏବେଠାରୁ ଅନୁମାନ ଲଗାଉଛନ୍ତି । ବକ୍ସ ଅଫିସରେ ହିଟ୍ ହୋଇଥିବା ‘ଗଦ୍ଦର’ ଏବେବି ଦର୍ଶକଙ୍କ ମନରେ ବସାବାନ୍ଧି ରହିଛି । ଏଥର ବି ଗଦ୍ଦର ୨ରେ କେତେଜଣ ପୁରୁଣା କଳାକାରଙ୍କୁ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଇଛି । ଅମିଶା ପଟେଲଙ୍କୁ ବି ଏଥର ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । କାରଣ ନିକଟରେ ଅମିଶା ନିର୍ଦ୍ଦେଶକ ଅନିଲ ଶର୍ମାଙ୍କୁ ଭେଟିଥିବା ଜଣାପଡିଛି । ସେ ଏହାର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ତାଙ୍କ ଅଭିନୟ ବିଷୟରେ ଇସାରା ଦେଇଛନ୍ତି । ଯଦି ସେ ‘ଗଦ୍ଦର ୨’ରେ ଅଭିନୟ କରିବେ ତେବେ ଅମିଶାଙ୍କର ଏହା ବଲିଉଡ୍‌କୁ ଜବରଦସ୍ତ କମବ୍ୟାକ ହେବ ବୋଲି କୁହାଯାଉଛି ।

Share