ମହାକାଶରେ ଫସିଛନ୍ତି ସୁନୀତା ଓ୍ବିଲିୟମ୍ସ: ଏପ୍ରିଲ ପୂର୍ବରୁ ଫେରିପାରିବେନି

ଓ୍ବାଶିଂଟନ, ୧୯।୧୨:ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ସାଥୀ ମହାକାଶଚାରୀ ବୁଚ୍‌ ଓ୍ବିଲମୋରଙ୍କ ସହ ୬ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍‌ଏସ୍‌)ରେ ଫସି ରହିଛନ୍ତି। ତେବେ ଉଭୟଙ୍କୁ ପୃଥିବୀ ଫେରାଇ ଆଣିବାରେ ବିଳମ୍ବ ହେବ ବୋଲି ଆମେରିକୀୟ ମହାକାଶ ଏଜେନ୍ସି(ନାସା) ବୁଧବାର ସୂଚନା ଦେଇଛି। ପୂର୍ବରୁ ସ୍ପେସ୍‌ ଏକ୍ସ’ର ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ୨୦୨୫ ଫେବୃଆରୀରେ ଉଭୟ ସୁନୀତା ଓ ବୁଚ୍‌ଙ୍କୁ ପୃଥିବୀ ଫେରାଇ ଅଣାଯିବ ବୋଲି ନାସା କହିଥିଲା। ତେବେ ନାସା ନିଜର ଏହି ପୂର୍ବ ସୂଚନାକୁ ବଦଳାଇଛି।
ଶେଷ ସୁଦ୍ଧା ସୁନୀତା ଏବଂ ବୁଚ୍‌ଙ୍କୁ ଫେରାଇ ଆଣିବା ସମ୍ଭବ ନୁହେଁ ବୋଲି ନାସା ସ୍ପଷ୍ଟ କରିଛି। ଉଭୟଙ୍କୁ ଫେରାଇ ଆଣିବା ପାଇଁ ନାସାର କ୍ରିଉ-୯ ମିଶନ ଲଞ୍ଚିଂରେ ବିଳମ୍ବ ଘଟିଛି। ନାସାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସ୍ପେସ୍‌ ଏକ୍ସ’ର ଏକ ନୂତନ ଡ୍ରାଗନ କ୍ୟାପସୁଲର ପ୍ରସ୍ତୁତିରେ ବିଳମ୍ବ ଘଟିଥିବାରୁ କ୍ରିଉ-୯ ମିଶନର ଲଞ୍ଚିଂରେ ମଧ୍ୟ ବିଳମ୍ବ ଘଟୁଛି। ମାର୍ଚ୍ଚ ପୂର୍ବରୁ ଏହି ଲଞ୍ଚିଂ ହେବାର ସମ୍ଭାବନା ନାହିଁ ବୋଲି ଇସ୍ରୋ କହିଛି। ନୂତନ ଡ୍ରାଗନ କ୍ୟାପସୁଲର ପ୍ରସ୍ତୁତି ବେଳେ ନାସା ଏବଂ ସ୍ପେସ୍‌ ଏକ୍ସ’ ପକ୍ଷରୁ ସୁରକ୍ଷାକୁ ବେଶି ପ୍ରାଧାନ୍ୟ ଦିଆଯାଉଥିବା ସେ କହିଛନ୍ତି। ପ୍ରକାଶ ଯେ, ସୁନୀତା ଓ ବୁଚ୍‌ ଗତ ଜୁନ୍‌ ୫ରେ ଏକ ସାପ୍ତାହିକ ମିଶନରେ ବୋଇଂର ଷ୍ଟାରଲାଇନର କ୍ୟାପସୁଲ ଜରିଆରେ ଆଇଏସ୍‌ଏସ୍‌ ଯାଇଥିଲେ। ତେବେ ଷ୍ଟାର୍‌ଲାଇନରରେ ବୈଷୟିକ ତ୍ରୁଟି ଦେଖାଯିବା ଯୋଗୁ ଉଭୟଙ୍କୁ ଠିକ୍‌ ସମୟରେ ଫେରାଇ ଆଣିବାରେ ନାସା ବିଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

ଇରାନ ସହ ବଡ଼ ଡିଲ୍‌ କଲେ ଟ୍ରମ୍ପ! ସାରା ବିଶ୍ୱ ଦେଖି କାବା

ଓ଼୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri