ଗଞ୍ଜାମ,୨୯।୪(ବିଦ୍ୟାଧର ସାହୁ): କଟକ ସହର ଶତାବ୍ଦୀ ଭବନ ଠାରେ ମାନବ ସମ୍ବଳ ବିକାଶ କେନ୍ଦ୍ର ଓ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ଲେଖକ ସମ୍ମେଳନ – ୨୦୨୫ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମରୁ ଯୁବ କବି ସୁନୀଲ କୁମାର ପ୍ରଧାନଙ୍କୁ ଶିଶୁ ସାହିତ୍ୟ ପ୍ରତିଭା ରୂପେ ସମ୍ମାନିତ କରାଯାଇଥିଲା । ସଭାପତି ଶ୍ରୀଯୁକ୍ତ ଶଶଧର ପଣ୍ଡାଙ୍କ ସଭାପତିତ୍ୱରେ ଉଦ୍ଘାଟକ ରୂପେ ଡକ୍ଟର ମହେଶ୍ୱର ମହାନ୍ତି , ମୁଖ୍ୟ ଅତିଥି ଡକ୍ଟର ହରିହର କାନୁନଗୋ, ବିଶିଷ୍ଟ ଅତିଥି ଡକ୍ଟର ସୁନାମଣି ରାଉତ, ମୁଖ୍ୟବକ୍ତା ଡକ୍ଟର ପ୍ରତିଭା ମହାରଥୀ, ଡକ୍ଟର କୃତିବାସ ନାୟକ ଉପସ୍ଥିତ ଥିବା ସମ୍ପାଦକ ରମେଶ ନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ଶିଶୁ ସାହିତ୍ୟ ପ୍ରତିଭା ସମ୍ମାନ ପାଇଁ ସମ୍ପାଦକ ରମେଶ ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥିସହ ସୁନିଲ ଗଞ୍ଜାମ ବ୍ଲକ ଅଞ୍ଚଳର ହୋଇଥିବାରୁ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l


