Posted inଖେଳ

ଏହି ଖେଳାଳିଙ୍କୁ ଟେଷ୍ଟ ଦଳର ନେତୃତ୍ୱଭାର ଦେବାକୁ ଚାହୁଁଛନ୍ତି ଗାଭାସ୍କର

ନୂଆଦିଲ୍ଲୀ,୧୬।୧: ବିରାଟ କୋହଲି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ଓହରି ଯାଇଥିବାରୁ ପରବର୍ତ୍ତୀ କ୍ୟାପଟେନ୍‌ କିଏ ହେବ ସେ ନେଇ ଏବେଠୁ ଆଲୋଚନା ଆରମ୍ଭ ହୋଇଯାଇଛି। ଏହା ଉପରେ ମତ ରଖିଛନ୍ତି କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର। କୋହଲିଙ୍କ ପରେ ଉଇକେଟକିପର ବ୍ୟାଟର ରିଷଭ ପନ୍ତଙ୍କୁ ଗୁରୁଦାୟିତ୍ୱ ଦିଆଯାଉ ବୋଲି ସେ ଚାହୁଛନ୍ତି। ପୂର୍ବତନ ଅଧିନାୟକଙ୍କ ଅନୁଯାୟୀ, ଦାୟିତ୍ୱ ଦିଆଯିବା ଦ୍ୱାରା ପନ୍ତ ପ୍ରତ୍ୟେକ ଫର୍ମାଟରେ ଆହୁରି ଭଲ କ୍ରିକେଟର ହୋଇପାରିବେ।

ଦକ୍ଷିଣ ଆଫ୍ରିକା ଠାରୁ ୨-୧ରେ ସିରିଜ୍‌ ହାରିବାର ପରଦିନ ହଠାତ୍‌ ଟେଷ୍ଟ କ୍ରିକେଟ ଅଧିନାୟକ ପଦରୁ ଇସ୍ତଫା ଦେଇ କୋହଲି କ୍ରିକେଟ ଜଗତକୁ ଚକିତ କରି ଦେଇଛନ୍ତି।

“କିଏ ଭାରତୀୟ କ୍ରିକେଟ ଦଳକୁ ଆଗେଇ ନେଇପାରିବ, ତାହା ଉପରେ ଚୟନ କମିଟିରେ ଖୁବ୍‌ ଚର୍ଚ୍ଚା ହେବ। ପ୍ରଥମତଃ ଏଭଳି ଖେଳାଳିଙ୍କୁ ଦାୟିତ୍ୱ ଦିଆଯିବା ଦରକାର, ଯିଏକି ପ୍ରତ୍ୟେକ ଫର୍ମାଟରେ ଖେଳୁଥିବେ। ଯଦି ମୋତେ ପଚରାଯାଏ, ତେବେ ମୁଁ ଏବେ ବି ଚାହୁଁଛି ପନ୍ତଙ୍କୁ ପରବର୍ତ୍ତୀ ଅଧିନାୟକ କରାଯାଉ। ଯେଉଁଭଳି ରିକି ପଣ୍ଟିଂ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନେତୃତ୍ୱ ଛାଡ଼ିବା ପରେ ରୋହିତ ଶର୍ମାଙ୍କୁ ଏହି ଭାର ଦିଆଯାଇଥିଲା। ତା’ ପରେ ରୋହିତଙ୍କ ବ୍ୟାଟିଂରେ କେଉଁ ଭଳି ପରିବର୍ତ୍ତନ ଆସିଲା, ତାହା ସଭିଙ୍କୁ ଜଣା। ହଠାତ୍‌ ଅଧିନାୟକ ଭାର ଦିଆଯିବା ଦ୍ୱାରା ତାଙ୍କର ବ୍ୟାଟରୁ ବାହାରୁ ଥିବା ୩୦, ୪୦କୁ ଶତକରେ ପରିବର୍ତ୍ତିତ ହେବ” ବୋଲି ଗାଭାସ୍କର କହିଛନ୍ତି।

ପୂର୍ବତନ ଅଧିନାୟକ ମନସୁର ଅଲି ଖାନ ପଟୌଦିଙ୍କ ଉଦ୍‌ହାରଣ ଦେଇ ଗାଭାସ୍କର ଆହୁରି କହିଛନ୍ତି, ଟାଇଗର ପଟୌଦିଙ୍କୁ ମାତ୍ର ୨୧ ବର୍ଷ ବୟସରେ ବୀପରିତ ପରିସ୍ଥିତିରେ ଅଧିନାୟକ ଭାର ଦିଆଯାଇଥିଲା। ନରି କଣ୍ଟ୍ରାକ୍ଟର ଆହତ ହେଲା ପରେ ସେ କ’ଣ କରି ଦେଖାଇଲେ ତାହା ସଭିଙ୍କୁ ଜଣା। ସେ ନେତୃତ୍ୱଭାର ଏଭଳି ନେଲେ, ଯେମିତି ବତକ ପାଣରେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri