ଏୟାରଟେଲ ଚେୟାରମ୍ୟାନ୍‌ଙ୍କ ଦରମା କମିଲା, ଏବେ ପାଇବେ ଏତିକି ଟଙ୍କା

ନୂଆଦିଲ୍ଲୀ,୨୯।୭: ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲର ଚେୟାରମ୍ୟାନ ସୁନୀଲ ଭାରତୀ ମିତ୍ତଲଙ୍କ ଦରମା ପ୍ୟାକେଜ ତିନି ପ୍ରତିଶତ ହ୍ରାସ ପାଇ ୩୦.୧୩କୋଟିରେ ପହଞ୍ଚିଛି। କମ୍ପାନୀ ଦ୍ୱାରା ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏୟାରଟେଲର ଶେୟାର ମୂଲ୍ୟ ଏବଂ ଅନ୍ୟାନ୍ୟ ଲାଭ କମ ହେତୁ ପ୍ୟାକେଜ ହ୍ରାସ କରାଯାଇଛି। ଭାରତୀ ଏୟାରଟେଲ ଲିମିଟେଡର ଚେୟାରମ୍ୟାନ ଭାବରେ ମିତ୍ତଲଙ୍କ ବେତନ ଭତ୍ତା ୨୦୧୮-୧୯ରେ ୩୧କୋଟି ଟଙ୍କା ଥିଲା। ଫୋର୍ବସ ପତ୍ରିକା ଅନୁଯାୟୀ ୟସୁନୀଲ ଭାରତୀ ମିତ୍ତଲ ଏବଂ ତାଙ୍କ ପରିବାରର ସମ୍ପତ୍ତି ୧୦୯୦ ନିୟୁତ ଡଲାର ବା ୮୧,୭୫୦ କୋଟି ଟଙ୍କା ରହିଛି।

Share