Categories: ବାଣିଜ୍ୟ

ଲରେନ୍ସ ଆଣ୍ଡ ମାୟୋ ପକ୍ଷରୁ ସନ୍‌ଗ୍ଲାସ୍‌ ମେଳା

ଭୁବନେଶ୍ୱର,୭।୫: ଦେଶର ପ୍ରମୁଖ ଅପ୍ଟିକାଲ ବ୍ରାଣ୍ଡ୍‌ ‘ଲରେନ୍ସ ଆଣ୍ଡ ମାୟୋ’ ପକ୍ଷରୁ ସନ୍‌ଗ୍ଲାସ୍‌ ମେଳାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ମେଳା ୨୦୨୩ ମେ ୩୧ ପର୍ଯ୍ୟନ୍ତ ଜାରି ରହିବ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଲରେନ୍ସ ଆଣ୍ଡ ମାୟୋର ସମସ୍ତ ଷ୍ଟୋରରେ ଏହି ମେଳା ଜାରି ରହିଛି। ବିଶେଷକରି ‘ଲରେନ୍ସ ଆଣ୍ଡ ମାୟୋ’ର ଏକ୍ସକ୍ଲୁସିଭ ଷ୍ଟୋରଗୁଡ଼ିକରେ ଏହି ମେଳାର ଆୟୋଜନ କରାଯାଇଛି। ସେହିଭଳି ବ୍ରାଣ୍ଡ୍‌ର ଭୁବନେଶ୍ୱର ଷ୍ଟୋର ଉଭୟ ବାଣୀବିହାର ଛକ ନିକଟସ୍ଥ ମେଟ୍ରୋ ହାଉସ ଏବଂ ଆମ୍ରି ହସ୍ପିଟାଲଠାରେ ଥିବା ଷ୍ଟୋରରେ ମଧ୍ୟ ସନ୍‌ଗ୍ଲାସ୍‌ ମେଳା ଜାରି ରହିଛି। ଏ ସମ୍ପର୍କରେ ବ୍ରାଣ୍ଡ୍‌ର ନିର୍ଦ୍ଦେଶକ ଅମିତାଭ ମେଣ୍ଡୋଜା କହିଥିଲେ, ଚଳିତ ବର୍ଷର ଗ୍ରୀଷ୍ମଋତୁ ଓ ଯୁବବର୍ଗଙ୍କ ଚାହିଦା ମୁତାବକ ବିଭିନ୍ନ ବ୍ରାଣ୍ଡ୍‌ର ସନ୍‌ଗ୍ଲାସ୍‌ ଓ ସ୍ମାର୍ଟ ଏବଂ ଡିଜାଇନ ଗ୍ଲାସ୍‌ ଆଦି ଉକ୍ତ ମେଳା ଜରିଆରେ ଉପଲବ୍ଧ କରାଉଛୁ। ସେହିଭଳି ବ୍ରାଣ୍ଡ୍‌ର ରିଟେଲ ହେଡ୍‌ ଇଣ୍ଡିଆ ଶୁବ୍ରମଣ୍ୟମ ହେଗେଡ୍‌ କହିଛନ୍ତି, ବର୍ତ୍ତମାନ ସମୟର ଚାହିଦା ଓ ଗ୍ରାହକଙ୍କ ଆବଶ୍ୟକତାକୁ ନଜରରେ ରଖି ଏଭଳି ଏକ ମେଳାର ଆୟୋଜନ କରାଯାଇଛି। ସେହିଭଳି ବ୍ରାଣ୍ଡ୍‌ର ଭୁବନେଶ୍ୱର ଷ୍ଟୋର ଦ୍ୱୟରେ କାରେରା, ରେବେନ୍‌, ଟମି ହିଲ୍‌ଫିଗର, ସିଲୁଏଟ୍‌, ଭୋଗ୍‌, ଏମ୍ପୋରିଓ ଅରମାନି, ଓକଲି, ଏଲେ, ବୁର୍ବେରି, ମଣ୍ଟ ବ୍ଲାନ୍କ ଭଳି ୫୦ରୁ ଅଧିକ ବ୍ରାଣ୍ଡ୍‌ର ଡିଜାଇନ ଚଷମା ଉପଲବ୍ଧ। ଉଲ୍ଲେଖଯୋଗ୍ୟ, ବ୍ରାଣ୍ଡ୍‌ର ୨ୟ ଏକ୍ସକ୍ଲୁସିଭ ଷ୍ଟୋର ନିକଟରେ ବାଣୀବିହାର ଛକ ନିକଟସ୍ଥ ମେଟ୍ରୋ ହାଉସଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି।

Share