ଫେଲ୍‌ ମାରିଛିି ସୁନେତ୍ର ଯୋଜନା

ରାୟଗଡ଼ା,୭।୯(ଭାଗ୍ୟଶ୍ରୀ ମିଶ୍ର )ଚକ୍ଷୁ ପରୀକ୍ଷା ଓ ଆବଶ୍ୟକ ସେବା ଯୋଗାଇଦେବା ପାଇଁ ୨୦୧୯ରୁ ରାୟଗଡ଼ା ଜିଲାରେ ସୁନେତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ମାଧ୍ୟମରେ ସହାୟକଙ୍କ ସମେତ ବିଭିନ୍ନ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଗ୍ରାମାଞ୍ଚଳକୁ ଯାଇ ଶିଶୁଙ୍କଠାରୁ ଆରମ୍ଭକରି ବୃଦ୍ଧାବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଯାହାର ପରଳ ଦୋଷ ରହିଛି ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଅସ୍ତ୍ରୋପଚାର କରାଯିବ। ଯେଉଁମାନଙ୍କର ଚଷମାର ଆବଶ୍ୟକତା ରହିଛି ସେମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରାଇବାର ବ୍ୟବସ୍ଥା ରହିଛି। ହେଲେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଏହି ଯୋଜନା ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି। ଲୋକେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚକ୍ଷୁ ପରୀକ୍ଷା ପାଇଁ ଆସୁଥିବାବେଳେ ଡାକ୍ତର ମଧ୍ୟ ଆବଶ୍ୟକତା ଅନୁଯାୟୀ ଚଷମା ଲେଖିଥାନ୍ତି। ଏଥିସହ ଚିକିତ୍ସାଳୟରେ ଲୋକେ କିପରି ସହଜ ସୁବିଧାରେ ଚଷମା ପାଇବେ ସେଥିପାଇଁ ଅଧିକାରୀମାନେ ମଧ୍ୟ ନିୟୋଜିତ ହୋଇଛନ୍ତି। ହେଲେ ଲୋକଙ୍କୁ ଠିକ୍‌ ସମୟରେ ଚଷମା ମିଳୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ୫ ବର୍ଷରେ ୧୦୯୭ ଚଷମା ବଣ୍ଟା ନ ହୋଇ ଖତ ଖାଉଥିବା ଦେଖିବାକୁ ମିଳିଛି। ସାମାନ୍ୟ ପରିଚାଳନାଗତ ତ୍ରୁଟି ଯୋଗୁ ଗରିବ ଲୋକ ସୁବିଧା ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି।
ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯-୨୦ ମସିହାରେ ୧୧୦୭ ଚଷମାର ଆବଶ୍ୟକତା ଥିବା ମେଡିକାଲ ପକ୍ଷରୁ ବରାଦ କରାଯାଇଥିଲା। ସେଥିରୁ ୮୬୧ ଚଷମା ବଣ୍ଟନ କରାଯାଇଥିବାବେଳେ ୨୪୬ ଚଷମା ବଣ୍ଟା ନ ଯାଇ ପଡ଼ିରହିଛି। ସେହିପରି ୨୦୨୦-୨୧ରେ ୬୪୯ ଚଷମା ଆବଶ୍ୟକ ଥିବା ମେଡିକାଲ ପକ୍ଷରୁ କୁହାଯାଇଥିଲା। ସେଥିରୁ ୪୯୮ ଚଷମା ବଣ୍ଟାଯାଇଥିବାବେଳେ ୧୫୧ ବଳକା ଚଷମା ମେଡିକାଲରେ ପଡ଼ି ରହିଛି । ୨୦୨୧-୨୨ରେ ବରାଦ ଅନୁଯାୟୀ ୧୨୩୬ ଚଷମା ମେଡିକାଲକୁ ଆସିଥିବାବେଳେ ସେଥିରୁ ୮୦୬ ଚଷମା ବଣ୍ଟନ କରାଯାଇଛି ଏବଂ ୩୦୮ ବଣ୍ଟା ନ ହୋଇ ପଡିରହିଛି । ସେହିପରି ୨୦୨୨-୨୩ରେ ୭୭୦ଜଣଙ୍କର ଚଷମା ଆବଶ୍ୟକ ଥିବାବେଳେ ୩୭୮ ଚଷମା ବଣ୍ଟନ କରାଯାଇଛି ଏବଂ ୩୯୨ ଚଷମା ମେଡିକାଲରେ ପଡ଼ି ରହିଥିବା ଜଣାପଡିଛି l ସମଗ୍ର ରାୟଗଡ଼ା ଜିଲାକୁ କେତେ ଚଷମା ରାଜ୍ୟସ୍ତରରୁ ଆସୁଛି ତାହାର ହିସାବ କାହା ପାଖରେ ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି। ମେଡିକାଲ ସମ୍ମୁୁଖରେ ଥିବା ଚଷମା ଦୋକନରେ ବରାଦ ଦେଲେ ୧ ଘଣ୍ଟା ମଧ୍ୟରେ ଚଷମା ମିଳୁଥିବାବେଳେ ସରକାରୀ ମେଡିକାଲରେ ଚଷମା ପାଇଁ ଆବେଦନ କଲେ ବର୍ଷକରୁ ଅଧିକ ସମୟ ଲାଗୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚେନ୍ନାଇସ୍ଥିତ ଏକ ଘରୋଇ ସଂସ୍ଥା ମାଧ୍ୟମରେ ଜିଲାକୁ ଚଷମା ଆସୁଥିବାରୁ ଚଷମା ଆସିବାରେ ବିଳମ୍ବ ହେଉଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ଚଷମା ଆସିବା ପରେ ଲୋକଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି କିଏ ଡାକିବ ତାକୁ ନେଇ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି। ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଚଷମା ଆସିଲାଣି କି ନାହିଁ ବାରମ୍ବାର ବୁଝୁଥିଲେ ମଧ୍ୟ ଚଷମା ଆସିନି ବୋଲି କହି କର୍ତ୍ତୃପକ୍ଷ ଫେରାଇ ଦେଉଥିବା ଅଭିଯୋଗ ହେଉଛି। ଫଳରେ ଲୋକେ ଖର୍ଚ୍ଚାନ୍ତ ହୋଇ ବାହାର ଦୋକାନରୁ ଚଷମା ଆଣୁଥିବା କହିଛନ୍ତି। ରାୟଗଡ଼ା ଆର୍‌କେନଗରର ଶାନ୍ତି ତ୍ରିପାଠୀ କହିଛନ୍ତି, ସେ ଚକ୍ଷୁ ଦେଖାଇବାକୁ ମେଡିକାଲକୁ ଯିବାରୁ ତାଙ୍କର ଚଷମା ଲାଗିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପ୍ରେସ୍କ୍ରିପସନ୍‌ ଅନୁଯାୟୀ ମେଡିକାଲରେ ଚଷମା ପାଇଁ ଆବେଦନ କରିବାର ୧ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ଚଷମା ନ ଆସିବାରୁ ସେ ବାଧ୍ୟହୋଇ ବାହାରେ ଟଙ୍କା ଖର୍ଚ୍ଚକରି ଚଷମା କରିଛନ୍ତି। ସିଡିଏମ୍‌ଓ ଛୁଟିରେ ଥିବାରୁ ଏଡିଏମ୍‌ଓ ଡା. ବରଦାକାନ୍ତ ମିଶ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ, ଯେବେ ଚଷମା ଆସୁଛି, ସେମାନେ ଲୋକଙ୍କ ମଧ୍ୟରେ ବଣ୍ଟନ କରୁଛନ୍ତି। ଚଷମା ବଳକା ଥିବା କଥା ପଚାରିବାରୁ ଆମେ ଏ ନେଇ ବିଭଗୀୟ ଅଧିକାରୀଙ୍କୁ ଅବଗତ କରାଇଛୁ, କିପରି ଲୋକେ ସୁବିଧାରେ ଚଷମା ପାଇପାରିବେ ସେ ନେଇ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri