କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା ଯୁବ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି l
ଅଖିଳ ଭାରତ କଂଗ୍ରେସ କମିଟି ଅନୁମୋଦନକ୍ରମେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଉଦୟଭାନ ଚିବଙ୍କ ସୁପାରିଶ କ୍ରମେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସମ୍ପାଦକ ମହେଶ ଦେଶମୁଖ ଜିଲା ଯୁବ କଂଗ୍ରେସ ସଭାପତିଙ୍କ ନାମ ଘୋଷଣା କରିଛନ୍ତି l
ନିଯୁକ୍ତି ପରେ ସୁନେଶ କହିଛନ୍ତି, ଆଗାମୀ ଦିନରେ ଜିଲାରେ ଯୁବ ଓ ଛାତ୍ରଙ୍କ ସୁରକ୍ଷା, ଅଧିକାର ସହିତ ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ପ୍ରତି ଦୃଷ୍ଟି ଦିଆଯିବ l ଏପରିକି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପିସିସି ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜିଲା କଂଗ୍ରେସ ସଭାପତି ମନୋଜ କୁମାର ଜେନା ଏବଂ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି।
Dharitri – Odisha’s No.1 Odia Daily


